ଭୁବନେଶ୍ୱର, ୨ ସେପ୍ଟେମ୍ବର ୨୦୨୪
ଦେଶର ଅଗ୍ରଣୀ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ଇଣ୍ଡିଆ ବାର୍ଷିକ ଶତକଡା ୭.୯୦ ପ୍ରତିଶତ ସର୍ବାଧିକ ସୁଧହାରରେ ଅତି ବରି ନାଗରିକଙ୍କ ନିମନ୍ତେ ୩୩୩ ଦିନ ପାଇଁ ଆକର୍ଷଣୀୟ “ଷ୍ଟାର ଧନ ବୃଦ୍ଧି ଡିପୋଜିଟ୍ ସ୍କିମ୍”ର ଶୁଭାରମ୍ଭ କରିଅଛି। ଷ୍ଟାର ଧନ ବୃଦ୍ଧି ଡିପୋଜିଟ୍ ଯୋଜନା ଅନ୍ତର୍ଗତ ବରି ନାଗରିକମାନଙ୍କୁ ୩୩୩ ଦିନର ସ୍ଥାୟୀ ଜମା ଉପରେ ବାର୍ଷିକ ଶତକଡା ୭.୭୫ ପ୍ରତିଶତ ଆକର୍ଷଣୀୟ ସୁଧ ହାର ପ୍ରଦାନ କରାଯାଉଥିବା ବେଳେ ଅନ୍ୟାନ୍ୟ ଗ୍ରାହକଙ୍କୁ ବାର୍ଷିକ ଶତକଡା ୭.୨୫ ପ୍ରତିଶତ ସୁଧ ହାର ପ୍ରଦାନ କରାଯାଉଅଛି। ବ୍ୟାଙ୍କ ତରଫରୁ ଏହି ଜମା ଉପରେ ଋଣ ଓ ଅପରିପକ୍ୱ ଉଠାଣ ସୁବିଧା ମଧ୍ୟ ଉପଲବ୍ଧ ରହିଛି। ଗ୍ରାହକମାନେ ବ୍ୟାଙ୍କ ଅଫ୍ ଇଣ୍ଡିଆର ଯେକୈାଣସି ଶାଖା ପରିଦର୍ଶନ କରି କିମ୍ବା ବିଓଆଇ ଓମ୍ନି ନିଓ ଆପ୍ / ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ର ବ୍ୟବହାର ମାଧ୍ୟମରେ ଷ୍ଟାର ଧନ ବୃଦ୍ଧି ସ୍ଥାୟୀ ଜମା ଖାତା ଖୋଲିପାରିବେ। ଏହି ସଂଶୋଧିତ ସୁଧ ହାର ୧ ସେପ୍ଟେମ୍ବର ୨୦୨୪ ରୁ ସୀମିତ ସମୟ ପାଇଁ ଲାଗୁ କରାଯାଇଛି।
Post a Comment