loading...

ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବାତ୍ୟା ପ୍ରପୀଡିତକୁ ରିଲିଫ ବଂଟନ

ଭୁବନେଶ୍ୱର,  ଅକ୍ଟୋବର ୨୦୨୪



ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ଧାମରା ଅଂଚଳ ଗସ୍ତ କରିଥିଲେ। ଧାମରା ଠାରେ ବାତ୍ୟା “ଦାନା” ଲ୍ୟାଣ୍ଡଫଲ କରିଥିଲା। ସେଠାରେ ବାତ୍ୟା ପ୍ରପୀଡିତକୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା। ବାତ୍ୟାରେ କ୍ଷୟକ୍ଷତି ସମ୍ପର୍କରେ ବାତ୍ୟା ପ୍ରଭାବିତ ମାନଙ୍କ ଠାରୁ ଅବଗତ ହେବା ସହ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଂଚଳ ଏହି ଟିମ ଗସ୍ତ କରିଥିଲେ।

ବାତ୍ୟା ପ୍ରପୀଡିତକୁ ତୁରନ୍ତ କ୍ଷତିପୂରଣ ଦେବାପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରନ୍ତୁ ବୋଲି ଯୁବ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଚାଷୀମାନଙ୍କର ବିପୁଳ କ୍ଷତି ହୋଇଛି। ସେମାନେ ଚାଷରୁ ଏ ବର୍ଷ ପଇସାଟିଏ ପାଇବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି। କାରଣ ଚାଷ ଜମି ବର୍ଷା ଜଳରେ ସଂପୂର୍ଣ୍ଣ ବୁଡ଼ିଯାଇଛି। ପବନ ମାଡ଼ ଯୋଗୁଁ ଧାନଗଛ ଗୁଡ଼ିକରୁ ଆଉ କିଛି ଅମଳ ହେଲାଭଳି ଆଶା ନାହିଁ। ତେଣୁ ସରକାର ହେକ୍ଟରପିଛା ୨୦ ହଜାର ଟଙ୍କା ତୁରନ୍ତ ଦିଅନ୍ତୁ। ବାତ୍ୟା ପ୍ରଭାବିତ ଅଂଚଳରୁ କୃଷିଋଣକୁ ସଂପୂର୍ଣ୍ଣ ଛାଡ଼ କରାଯାଉ। ଯେଉଁମାନଙ୍କର ବାସଗୃହ ଭାଙ୍ଗିଯାଇଛି ତୁରନ୍ତ ସେମାନଙ୍କୁ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଉ। ପରିବାଚାଷୀ ମାନଙ୍କର କ୍ଷୟକ୍ଷତିକୁ ଆକଳନ କରି ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦିଆଯାଉ। ମୁଖ୍ୟମନ୍ତ୍ରୀ ବାତ୍ୟା ସମୟରେ ପ୍ରତିଶ୍ରୁତି ଦେଲେ ଯେ ୨୪ ଘଂଟା ମଧ୍ୟରେ ବିଛିନ୍ନ ହୋଇଥିବା ବିଦ୍ୟୁତକୁ ସଂଯୋଗ କରାଯିବ। ମାତ୍ର ଆମେ ସଂପୃକ୍ତ ବିଭାଗରୁ ଯାହା ବୁଝିଲୁ ଏବଂ ଗ୍ରାଉଣ୍ଡ ଜିରୋରୁ ଯାହା ପରିସ୍ଥିତି ଦେଖିଲୁ ସେଠାରେ ୬୦ ଘଂଟା ଭିତରେ ବିଦ୍ୟୁତ ସଂଯୋଗ କରିବା ସମ୍ଭବ ନୁହେଁ। ସୁତରାଂ ବିଦ୍ୟୁତ ସଂଯୋଗ ଯୁଦ୍ଧ କାଳୀନ ଭିତିରେ ତୁରନ୍ତ କରିବା ଆମେ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଦାବି କରୁଛୁ। ମେଡିକାଲ ଟିମ ଏବଂ ରିଲିଫ ଗୋଟେ ସପ୍ତାହ ପର୍ଯ୍ୟନ୍ତ ବାତ୍ୟା ପ୍ରଭାବିତ ଲୋକେ ଉପଲବ୍ଧ ହୁଅନ୍ତୁ। ବାତ୍ୟା ପ୍ରଭାବିତ ଅଂଚଳରେ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଏବଂ କଲେଜର ଫି ଛାଡ଼ କରାଯାଉ। 

ଏହି କାର୍ଯ୍ୟକ୍ରମରେ ବରିଷ୍ଠ କଂଗ୍ରେସ ନେତା ଦିଗମ୍ବର ଦାସ, ୟାସିର ନୱାଜ, ସୁଦିପ ସାମଲ, ମନୋଜ ବିଶ୍ୱାଳ, ଅଜୟ ସାହୁ, ନିହାର ବେହେରା, ଗୋପନ ମାର୍ଥା, ତୁଷାରକାନ୍ତ ତପସ୍ୱୀ ଅଭିଜିତ ଜେନା, ସ୍ୱାଗତ କର, ମହମ୍ମଦ ପରଭେଜ, ସଂକୁନା କହଁର, ବଳରାମ ନନ୍ଦ, ଆଶିଷ ମହାନ୍ତ, କେଦାର ଦଳାଇ, ବଦ୍ରିନାଥ ନାୟକ, ଶକ୍ତିପ୍ରତାପ ବିଶ୍ୱାଳ, ଶୁଭାଶିଷ ମଲ୍ଲିକ, ଦେବାଶିଷ ନାୟକ, ହିଂମାଶୁ ନାୟକ, ପ୍ରଫୁଲ ପୃଷ୍ଟି ଓ ଦୀପକ ଦାସ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget