loading...

ଅକ୍ଟୋବର ୨୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ବନ୍ଦ ରହିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା

ଭୁବନେଶ୍ୱର, ୪ ଅକ୍ଟୋବର ୨୦୨୪



ଆଗାମୀ ଅକ୍ଟୋବର ୨୮ତାରିଖ(ସୋମବାର)ରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ ।ସମ୍ଭାବ୍ୟ ବାତ୍ୟା ‘ଦାନା‘ ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର  କାର୍ଯ୍ୟକୁ ଦୃଷ୍ଟିରେ ରଖି, ଅକ୍ଟୋବର୨୮ରେ ଭୁବନେଶ୍ଵର,ୟୁନିଟ-୫ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅକ୍ଟୋବର୨୮ତାରିଖରେ ଯେଉଁମାନେ ଏହି ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପାଇଁ ଅନଲାଇନ ଯୋଗେ ପଞ୍ଜୀକରଣ କରିଥିଲେ, ସେମାନେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ଅଭିଯୋଗ ଶୁଣାଣି ପାଇଁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ। ସେମାନଙ୍କ ପାଇଁ ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି । 

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget