ଭୁବନେଶ୍ୱର, ୨୯ ଅକ୍ଟୋବର ୨୦୨୪
ରାଜ୍ୟରେ ଦେଖାଦେଇଥିବା ଆର୍ଥିକ ମାନ୍ଦାବସ୍ତା ପ୍ରଭାବରେ ଆଗାମୀ ସମୟରେ ରାଜ୍ୟରେ ସୃଷ୍ଟି କରିପାରେ ବିସ୍ଫୋଟକ ପରିସ୍ଥିତି ଭୋଟର ମାନଙ୍କୁ ନିଜଆଡକୁ ଆକର୍ଷିତ କରିବା ପାଇଁ ମାଗଣା ଯୋଜନା କରି ଦେଶର ଅର୍ଦ୍ଧେକ ରାଜ୍ୟ ଦେବାଳିଆ ସ୍ଥିତିରେ ପହଞ୍ଚିଛନ୍ତି ।ବେରୋଜଗାରୀ ବୃଦ୍ଧି ସହିତ ରାଜ୍ୟ ଋଣ ଭାର ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ରାଜ୍ୟରେ ଋଣଭାରକୁ ନେଇ ଏବେ ଉଠିଛି ପ୍ରଶ୍ନ ସମାଜବାଦୀ ପାର୍ଟି ଏନେଇ ଉଦବେଗ ପ୍ରକାଶ କରିଛି ।ପାର୍ଟିର ରାଜ୍ୟ ସଭାପତି ଶିବ ହାତି ଯାଦବ ସରକାରଙ୍କୁ ଋଣଭାର ବଢିବା ପ୍ରସଙ୍ଗରେ କଡା ସମାଲୋଚନା କରିବା ସହିତ ସରକାର ଶିଳ୍ପପତିଙ୍କ ବଦଳରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ କାମ କରନ୍ତୁ ବୋଲି କହିଛନ୍ତି।
ପାର୍ଟି ମୁଖପାତ୍ର ପ୍ରଦିପ ମିଶ୍ର ଗଣ ମାଧ୍ୟମ କୁ ସୂଚନା ଦେଇ କହିଛନ୍ତିଯେ ଋଣ ଭାରରେ ବୁଡିଗଲାଣି ଓଡିଶା ବଢ଼ି ଚାଲିଛି ମୁଣ୍ଡ ପିଛା ଋଣଭାର କିନ୍ତୁ ସରକାର ଓଡିଶା ଲୋକଙ୍କୁ ସୁନେଲି ସ୍ବପ୍ନ ଦେଖାଉଛନ୍ତି ରାଜ୍ୟର ରଣ ଭାର ହ୍ରାସ କରିବା ପାଇଁ ସରକାର କଣ କଣ ପଦକ୍ଷେପ ନେଉଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି lରାଜ୍ୟ ସରକାରଙ୍କ ଆର୍ଥିକ ସୁପରିଚାଳନା ପାଇଁ କେଉଁ ବାବଦ ରେ କେତେ ଋଣ ହୋଇଛି ସରକାର ରାଜ୍ୟ ବାସୀଙ୍କୁ ସ୍ପଷ୍ଟ କରିବା ଉଚିତ । ୨୦୦୦ ପୂର୍ବରୁ ରାଜ୍ୟର ଆର୍ଥିକ ଅବସ୍ଥା ବହୁ ଖରାପ ଥିଲା କୌଣସି ସଂସ୍ଥା ରାଜ୍ୟକୁ ଋଣ ଦେବାକୁ ପ୍ରସ୍ତୁତ ନଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାର କରିବା ପରେ ତାଙ୍କ ନେତୃତ୍ବରେ ଆର୍ଥିକ ବ୍ୟବସ୍ଥାର ସୁପରିଚାଳନା ଯୋଗୁଁ ଓଡିଶା କୁ ଅନେକ ପୁରସ୍କାର ମିଳିଛି ସତ କିନ୍ତୁ ରାଜ୍ୟ ବାସୀଙ୍କୁ ମାଡି ବସିଛି ଋଣର ବୋଝ।
କେନ୍ଦ୍ର ସରକାର ସବୁ ରାଜ୍ୟକୁ ଦେଉଥିବା ନୂଆ ଋଣ ପ୍ରକ୍ରିୟାରେ ରାଜ୍ୟ ମାନେ ନେଉଥିବା ଋଣ ୫୦ ବର୍ଷରେ ସୁଝିଲେ ମଧ୍ୟ ସୁଧ ଦେବାକୁ ପଡିବ ନାହିଁ । ରାଜ୍ୟ ସରକାର ଭୋଟ ବ୍ୟାଙ୍କ ପାଇଁ ବିଭିନ୍ନ ମାଗଣା ଯୋଜନାରେ ଅର୍ଥ ଖର୍ଚ୍ଚ କରିଛନ୍ତି ସେଥିପାଇଁ ରାଜ୍ୟ ଲକ୍ଷ ଲକ୍ଷ କୋଟି ଋଣ ବୋଝ ବୋହୁଛି l ରାଜ୍ୟର ଅର୍ଥନୈତିକ ଅବସ୍ଥାରେ ଅଭିବୃଦ୍ଧି ହେବା ସହ ଋଣ ଧାରଣ କ୍ଷମତା ଓ ମୁଣ୍ଡ ପିଛା ଋଣରେ ବୃଦ୍ଧି ପାଇବା ସ୍ବାଭାବିକ, କିନ୍ତୁ ମୁଣ୍ଡପିଛା ଆୟର ଅଭିବୃଦ୍ଧି ମୁଣ୍ଡ ପିଛା ଋଣରେ ଅଭିବୃଦ୍ଧି ଠାରୁ ଯଦି ଅଧୂକ ହୁଏ, ତେବେ ରଣର ପୋଷଣୀୟତା ରହିଥାଏ କିନ୍ତୁ ଓଡିଶା ଏହା ବିପରୀତ । ଆୟ କମ ଓ ଖର୍ଚ୍ଚ ଅଧିକ ଯୋଗୁ ଆଗାମୀ ଦିନରେ ଶ୍ରୀଲଙ୍କା ପରି ପରିସ୍ଥିତି ହେବାକୁ ଅଧିକ ସମୟ ଲାଗିବ ନାହିଁ । ଭାରତରେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନା ନିୟନ୍ତ୍ରଣ ବାହାରକୁ ଯାଉଥିବା ଲକ୍ଷ କରାଯାଇଛି ଦେଶର ଜଟିଳ ଆର୍ଥିକ ପରିସ୍ଥିତିର ମୁକାବିଲା ପାଇଁ ଭାରତ ସରକାର ୨୦୦୩ରେ ଏକ ଆଇନ ପ୍ରଣୟନ କରିଥିଲେ ଯାହାର ନାମ ଆର୍ଥିକ ଦାଇତ୍ୱବୋଧ ଏବଂ ପରିଚାଳନା ଅଧିନିୟମ ରଖାଯାଇଥିଲା ।ଏହି ଆଇନର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଆର୍ଥିକ ନିଅଣ୍ଟକୁ ୩.୦ ପ୍ରତିଶତ (ମୋଟ ଆୟର) ଏବଂ ରାଜସ୍ୱ ନିଅଣ୍ଟକୁ ଶୂନକୁ ହ୍ରାସ କରିବା। ବଜେଟର ନିଅଣ୍ଟକୁ ସୀମିତ କରି କେନ୍ଦ୍ର ଏବଂ ରାଜ୍ୟ ନେଇଥିବା ଋଣକୁ ଭାରକୁ ହ୍ରାସ କରିବା ଏହି ଆଇନର ଲକ୍ଷ୍ୟ ଥିଲା।
୨୦୦୪-୫ ଆର୍ଥିକ ବର୍ଷରେ ଦେଶର ସମସ୍ତ ରାଜ୍ୟର ଋଣ ପରିମାଣ ସେମାନଙ୍କ ଜିଡିପିର ପ୍ରାୟ ୩୨.୨ ପ୍ରତିଶତ ଥିଲାବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ମଧ୍ୟ ଋଣ ଭାର ସମାନ ରହିଥିଲା କିନ୍ତୁ ଋଣର ପରିମାଣ ଏବଂ ରାଜ୍ୟ ଅନୁଯାୟୀ ଋଣ ଭାରରେ ମାତ୍ରାଧିକ ବୃଦ୍ଧି ଘଟିଛି ୨୦୦୫ ରେ ଯେଉଁଠାରେ ରାଜ୍ୟଗୁଡିକର ମୋଟ ବକେୟା ଋଣ ୧୦.୧୪ ଲକ୍ଷ କୋଟି ଥିଲା ମାର୍ଚ୍ଚ ୨୩-୨୪ ରେ ଏହି ପରିମାଣ ୬୯.୪୭ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି ସେହିପରି ଓଡିଶାରେ ୪.୫ ଗୁଣ ବୃଦ୍ଧି ପାଇଛି ।
ମିଳିଥିବା ତଥ୍ୟ ଅନୁଯାଇ ୩୧ ମାର୍ଚ୍ଚ ୨୦୨୨ସୁଦ୍ଧା ରାଜ୍ୟର ମୁଣ୍ଡ ପିଛା ଋଣ ୨୨ ହଜାର ୪୨ ଟଙ୍କା ଥୂବା ବେଳେ, ମୁଣ୍ଡ ପିଛା ବାର୍ଷିକ ଆୟ ଆୟ ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା ରହିଛି। ୧୯୯୯-୨୦୦୦ ମୁଣ୍ଡ ପିଛା ଆୟ ମୁଣ୍ଡ ପିଛା ରଣରେ ୨.୬ ଗୁଣ ଥିବା ବେଳେ ବର୍ତ୍ତମାନ ମୁଣ୍ଡ ପିଛା ଆୟ ମୁଣ୍ଡ ପିଛା ଋଣର 6. ୮ଗୁଣ ଅଛି ମହାଲେଖାକାରଙ୍କଠାରୁ ମିଳିଥିବା ହିସାବ ଅନୁସାରେ ୨୦୨୧- ୨୨ ଶେଷ ସୁଦ୍ଧା ରାଜ୍ୟର ଋଣଭାର ୯୭୨୦୪.୯୮ କୋଟି ଟଙ୍କା ଏହା ଘରୋଇ ଉତ୍ପାଦର ୧୪.୭ ପ୍ରତିଶତ ଅଟୋ ବଜାରରରୁ ଋଣ ୨୮୫୫୮.୭ କୋଟି,ନାବାର୍ଡରୁ ୧୬୭୩୬ କୋଟି, ଜାତୀୟ ସ୍ବଳ୍ପ ସଞ୍ଚୟ ପାଣ୍ଠିରୁ ୬୫୨୫.୩୮କୋଟି,ଭାରତ ସରକାରଙ୍କ ଠାରୁ ୧୮୫୦୭ କୋଟି ସାଧାରଣ ଭବିଷ୍ୟନିଧୂ ପାଣ୍ଠିରୁ ୨୪୭୧୯.୯୨ କୋଟି,ଅନ୍ୟାନ୍ୟ ଏଲଆଇସି, ଜିଆଇସି, ଆରଇସି ଠାରୁ ସରକାର ୨୧୫୭.୨୨ କୋଟି ଋଣ ଆଣିଛନ୍ତି।
ଏବେ ରାଜ୍ୟରେ ବିଜେପି ସରକାର ଆସିଛି ଏବଂ ବିଗତ ୪ ମାସ ଭିତରେ ରାଜ୍ୟ ୧୪,୦୦୦ କୋଟି ନୂଆ ଋଣ କରିସାରିଲେଣିlଏଥିସହ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବାର କିଛି ମାସ ପରେ ଅତିରିକ୍ତ ବଜେଟ୍ ପ୍ରସ୍ତୁତି ଲାଗି କସରତ ଆରମ୍ଭ କରିଛନ୍ତି । ଅତିରିକ୍ତ ବଜେଟ୍ ଲାଗି ଅର୍ଥ ବିଭାଗ ପକ୍ଷରୁ ପ୍ରସ୍ତାବ ଆହ୍ବାନ କରାଯାଇଛି ଚଳିତ ୩୧ ତାରିଖ ସୁଦ୍ଧା ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଗୁଡିକର ଅତିରିକ୍ତ ବଜେଟ ତାଲିକା ମାଗିଛି ଏହାର ତର୍ଜମା କରି ସରକାର ଆସନ୍ତା ନଭେମ୍ବରରେ ନିଲାମ ପ୍ରକ୍ରିୟାରେ ରାଜ୍ୟକୁ ଋଣ ଆଣିବେ ବୋଲି ଯୋଜନା କରିଛନ୍ତି ଏହା ଦ୍ୱାରା ସାଧାରଣ ଜନତାଙ୍କ ଉପରେ ଋଣ ବୋଝ ବଢ଼ିଯିବ ବୋଲି ସମାଜବାଦୀ ପାର୍ଟି ଅଭିଯୋଗ କରିଛି lଗୋଟେ ପଟେ ରାଜ୍ୟରେ ବେରୋଜଗାରୀ,ଅତ୍ୟାବଶ୍ୟକ ସାମଗ୍ରୀର ଆକାଶଛୁଆଁ ଦରଦାମ ବୃଦ୍ଧି ଉତ୍କଟ ଥିବା ବେଳେ ମାଗଣା ଯୋଜନା ଓ ଟଙ୍କାବଣ୍ଟା ରାଜନୀତି ବନ୍ଦ କରିବାକୁ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ଦାବି କରିଛି ବେରୋଜଗାରୀ ସମସ୍ୟାର ସମାଧାନ କରିବା ସହିତ ଦରଦାମ ବୃଦ୍ଧି ନିୟନ୍ତ୍ରଣ ନକଲେ ଆଗାମୀ ଦିନରେ ଓଡିଶାର ଅର୍ଥନୈତିକ ସ୍ଥିତି ଭୁଶୁଡି ପଡିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି l
Post a Comment