ଭୁବନେଶ୍ୱର, ୨୪ ଅକ୍ଟୋବର ୨୦୨୪
କଟକ ଜିଳ୍ଲା ପ୍ରତାପନଗରୀ ସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ଓ୍ୱାଲମୀ) ତରଫରୁ ଜଳମିତ୍ରମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବିଭିନ୍ନ ଜିଲ୍ଲାରେ ଆୟୋଜନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଗତ ସୋମବାର ଦିନ ମୟୂରଭଞ୍ଜ ଜିଲ୍ଲାର ବଡସାହି ଓ ରରୁଆଁ ବ୍ଲକର ପଞ୍ଚାୟତ ସମିତି ସଭାଗୃହଠାରେ ଦୁଇ ଦିବସୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଗତ ବୁଧବାର ମୟୂରଭଞ୍ଜ ଜିଲ୍ଲାର ରରୁଆଁ ବ୍ଲକର ୩୪ ଜଣ ଜଳମିତ୍ରମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ବିଭିନ୍ନ ଦିବସରେ ରରୁଆଁ ବ୍ଲକର ବିଡିଓ ଶ୍ରୀ ପ୍ରେମାନନ୍ଦ ବେହେରା ଏବଂ ବଡସାହି ବ୍ଲକର ବିଡିଓ ଶ୍ରୀମତୀ ବନଜା ଦାସ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ ପୂର୍ବକ ସେମାନଙ୍କୁ ଉତ୍ସାହିତ କରିଥିଲେ । ଓ୍ୱାଲମୀ,ଓଡ଼ିଶାର ନିର୍ଦ୍ଦେଶକ ଇଂ ରାଜକିଶୋର ବିଶ୍ୱାଳଙ୍କ ତତ୍ୱାବଧାନରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁରହିଥିବା ବେଳେ ଓ୍ୱାଲମୀ ଜରିଆରେ ମୟୂରଭଞ୍ଜ ଜିଲ୍ଲାରେ ୨୦୦୦ ରୁ ଊର୍ଦ୍ଧ୍ୱ ଜଳମିତ୍ରମାନଙ୍କ ପାଇଁ ପ୍ରଶିକ୍ଷଣ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଆୟୋଜନ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।
ୱାଲମୀର ପ୍ରାଧ୍ୟାପକ (ଯାନ୍ତ୍ରିକ) ମନିଷା ମନସ୍ୱିନୀ ରାଉତ, ପ୍ରଧାନ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ସୁଧନ୍ୱା ପାତ୍ର, ସହଯୋଗୀ ପ୍ରାଧ୍ୟାପକ (ଯାନ୍ତ୍ରିକ) ଇଂ ଇତିଶ୍ରୀ ମିଶ୍ର, ,ଉପ ନିର୍ଦ୍ଦେଶିକା ଇଂ ସୁପ୍ରିୟା ସାହୁ, ଶ୍ରୀମତୀ ରୋଜି ତ୍ରିପାଠୀ ଓ ଇଂ ମାନସ ସ୍ୱାଇଁ ଆଦି କର୍ମକର୍ତ୍ତାମାନେ ବିଭିନ୍ନ ଦାୟିତ୍ୱ ନିର୍ବାହ କରି ରାଜ୍ୟରେ ଜଳମିତ୍ରମାନଙ୍କ ପ୍ରଶିକ୍ଷଣ ଏବଂ ସବୁଜ ଜଳବାୟୁ ପାଣ୍ଠି ପ୍ରକଳ୍ପ କାର୍ଯ୍ୟକାରୀ ଅନ୍ତର୍ଗତ ଗ୍ରାମମାନଙ୍କରେ ବସବାସ କରୁଥିବା କୃଷକମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟର ସଂପାଦନା କରୁଛନ୍ତି । ସେହିପରି ଏହିପରି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ୱଲପୁର ଜିଲ୍ଲାର ଯୁଜୁମୋରା, ଜମନକିରା ଓ ମାନେଶ୍ୱର ବ୍ଲକର ପଞ୍ଚାୟତ ସମିତି ସଭାଗୃହ ଠାରେ ଆୟୋଜନ କରାଯାଉଅଛି ।
Post a Comment