loading...

ଡ଼େପୁଟି କମିଶନର ଅଜୟ କୁମାର ମହାନ୍ତି ଉଠାଦୋକାନୀମାନଙ୍କ ସହିତ ରାସ୍ତାରେ ବସିଲେ।

ଭୁବନେଶ୍ୱର, ୩୧ ଡିସେମ୍ବର ୨୦୨୪




ବିଧାୟକଙ୍କୁ ଦେଖି ଉଠାଦୋକାନୀମାନଙ୍କୁ ଉଚ୍ଛେଦ କରିବାକୁ ଆସିଥିବା ବିଏମସି ଦଳ ଡ଼ୋଜର ଛାଡ଼ି ଡ଼ିଆଁ ମାରିଲେ।ଭୁବନେଶ୍ୱରରେ ଏକ ବିଚିତ୍ର ଘଟଣା ଘଟିଛି। ବିଏମସି, ବିଡ଼ିଏର ଉଚ୍ଛେଦକାରି ଦଳ ଡ଼ୋଜର ସହ ୟୁନିଟ୍‌-୨ ଏରିଆରେ ଉଠାଦୋକାନୀମାନଙ୍କୁ ଜୋରଜବରଦସ୍ତ ଉଚ୍ଛେଦ କରିବା ପାଇଁ ଆସିଥିଲେ। ସେହି ସମୟରେ ନିଖିଳ ଉତ୍କଳ କ୍ଷୁଦ୍ର ବ୍ୟବସାୟୀ ଓ ଭେଣ୍ଡିଙ୍ଗ ଜୋନ୍ ମହାସଂଘର ଉପସଭାପତି ସୂର୍ଯ୍ୟମଣୀ ସାହୁ, ନିରଞ୍ଜନ ପାଣ୍ଡେ, ଇବି ମେମ୍ବର ସୁଦର୍ଶନ ସାହୁ, ମଞ୍ଜୁଲତା ନାୟକ ସେଠାରେ ପହଁଞ୍ôଚ ବିଏମ୍‌ସି ସହିତ ଉଠାଦୋକାନୀମାନଙ୍କୁ ଆଇନ ଅନୁଯାୟୀ ନହଟେଇବା ପାଇଁ ଅନୁରୋଧ କରିଥିଲେ। ବିଏମ୍‌ସିର କର୍ମଚାରୀମାନେ କୌଣସି କଥା ନଶୁଣି ଭାଙ୍ଗିବାକୁ ଚେଷ୍ଟା କରିଥିଲେ। ଦୋକାନୀମାନେ ହାତରେ ପ୍ଲାକ କାର୍ଡ଼ ଧରି ଧାରଣାରେ ବସିଥିଲେ। ସେତିକିବେଳେ କିଛି ଦୋକାନୀମାନେ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କୁ ତାଙ୍କ ଦୁଃଖ ଜଣାଇଥିଲେ। ତତ୍‌କ୍ଷଣାତ ଶ୍ରୀଯୁକ୍ତ ଜେନା ଉଠାଦୋକାନୀମାନଙ୍କ ସହିତ ଡ଼ୋଜର ପାଖକୁ ଆସିବା ସମୟରେ ଶ୍ରୀଯୁକ୍ତ ବିଧାୟକଙ୍କୁ ଉଚ୍ଛେଦକାରୀ ଦଳ ଦେଖି ଡ଼ୋଜର ଓ ଏକ ମିନି ଟ୍ରକ୍‌କୁ ଛାଡ଼ି କେଉଁଆଡ଼େ ପଳାଇଯାଇଥିଲେ। ଶ୍ରୀଯୁକ୍ତ ବିଧାୟକ ବିଏମ୍‌ସି ଅଧିକାରୀଙ୍କୁ ଖୋଜିଲାବେଳକୁ ଗାଡ଼ିରେ ଆଉ କେହି ନାହାଁନ୍ତି। ଶ୍ରୀଯୁକ୍ତ ଜେନା ବିଏମସିର ଡ଼େପୁଟି କମିଶନର ଅଜୟ କୁମାର ମହାନ୍ତିଙ୍କୁ ଫୋନ୍ ମାଧ୍ୟମରେ ଗରିବ ଉଠାଦୋକାନୀମାନଙ୍କୁ ଉଚ୍ଛେଦ ନକରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଉଠାଦୋକାନୀମାନଙ୍କର ମାନ୍ୟବର ହାଇକୋର୍ଟଙ୍କର ରହିତାଦେଶ ରହିଅଛି ତେଣୁ ତୁମେ ସେମାନଙ୍କୁ ଉଠାଇପାରିବ ନାହିଁ ବୋଲି କହିଥିଲେ। ସେପଟେ ଶ୍ରୀଯୁକ୍ତ ଡ଼େପୁଟି କମିଶନର ଅଜୟ କୁମାର ମହାନ୍ତି ଓ ଜଏଣ୍ଟ ଡ଼େପୁଟି କମିଶାନର ମଧ୍ୟ ରାଜଲକ୍ଷ୍ମୀ ମାଡ଼ାମ କଳ୍ପନା ଛକ ନିକଟରେ ଥିବା ଉଠାଦୋକାନୀମାନଙ୍କୁ ଡ଼ାକି ତାଙ୍କ ସାଥିରେ ବସି ଉଠାଦୋକାନୀମାନଙ୍କର ଥଇଥାନ ଉପରେ ଆଲୋଚନା କରିଥିଲେ। ଅନ୍ୟ ଦିଗରେ ବିଏମ୍‌ସି ଆଜି ୧୨ଟି ଜାଗାରେ ଉଚ୍ଛେଦ କରିବାକୁ ଥିବା ଉଠାଦୋକାନୀମାନଙ୍କୁ ଉଚ୍ଛେଦ ନକରି ଫେରି ଆସିଥିଲେ। ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ଅଭିଯୋଗ କରିଛନ୍ତି ଯେ ଓଡ଼ିଶାକୁ ପ୍ରବାସୀ ଭାରତୀୟମାନେ ଆସୁନାହାଁନ୍ତି ଯେ ୨୦ହଜାର ଲୋକଙ୍କର ଜୀବନ ଜୀବିକା ଛଡ଼େଇ ନେବାକୁ ଆସୁଛନ୍ତି। ଯଦି ରାଜ୍ୟ ସରକାର ଉଠାଦୋକାନୀ ଉଚ୍ଛେଦ ବନ୍ଦ ନକରନ୍ତି ତାହେଲେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯେଉଁ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ବିଏମସି ଅଧିକାରୀ ଓ ରାଜ୍ୟ ସରକାର ଦାୟୀ ରହିବେ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget