loading...

ପ୍ରେସଇସ୍ତାହାର

ଭୁବନେଶ୍ୱର, ୦୩ ଜାନୁଆରୀ  ୨୦୨୫


ଆଜିର ଏହି ମହତ୍ତ୍ୱପୂର୍ଣ୍ଣ ପ୍ରେସ ବିଜ୍ଞପ୍ତି ଜନସାଧାରଣଙ୍କର ମଙ୍ଗଳ   ସୁବିଧା ପାଇଁ ଉଦ୍ଦିଷ୍ଟ ଥିବା ODA ACT RERA ACT 2017 ବିଷୟରେ ଓଡିଶା ଭାଜପା ସରକାରଙ୍କ ରାଜସ୍ଵମନ୍ତ୍ରୀ ବାରମ୍ବାର ଦେଉଥିବା ମନ୍ତବ୍ୟ ସହିତ ଜଡ଼ିତ ଏହା ଦୃଷ୍ଟି ଗୋଚରଯେ ବିଗତ ଦୁଇମାସ ମଧ୍ୟରେ ରାଜସ୍ଵମନ୍ତ୍ରୀ ବାରମ୍ବାର ODA ACT RERA ACT 2017 କୁ ପରିବର୍ତ୍ତନ କରିବାର ପ୍ରୟାସ ବିଷୟ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ଆମ୍ଭେ ସେହି ବିଷୟରେ ବିଭିନ୍ନ ଜିଲ୍ଲାର ସଚେତନ ନାଗରିକ RERA consultant ମାନଙ୍କ ସହିତ  ଗଭୀର ଆଲୋଚନା କରି ଆଜି ଏହି ପ୍ରେସ ଇସ୍ତାହାର ମାଧ୍ୟମରେ ସରକାରଙ୍କୁ ଅବଗତ କରାଉ ଅଛୁକି 

1.  କୃଷି ପରେ Real Estate  ଦ୍ୱିତୀୟ ସର୍ବ ବୃହତ କର୍ମନିୟୋଜନ କରିଥାଏ ଏବଂ ସର୍ବାଧିକ ରାଜ୍ୟସ୍ୱ ମଧ୍ୟ ଦେଇଥାଏ। 

2.  ମାତ୍ର 2017 ପୂର୍ବରୁ ଏହି REAL ESTATE ବ୍ୟବସାୟ ରେ ଜଡିତ ଥିବା ବ୍ୟବସାୟି ମାନେ ସାରା ଭାରତ ବର୍ଷରେ ସାଧାରଣ ଜନତାଙ୍କୁ ବହୁ ବିଧ ଲୁଣ୍ଠନ କରିଥିବା ହେତୁ ମାନ୍ୟବର ପ୍ରଧାନମନ୍ତ୍ରୀ ମୋଦିଜୀ ଏହି central RERA ACT କୁ ପାର୍ଲିଆମେଣ୍ଟ ରେ ଅନୁମୋଦନ ଦେଇଥିଲେ ଏବଂ ପରବର୍ତି ସମୟରେ ଭାରତବର୍ଷର ସମସ୍ତ ରାଜ୍ୟ  ସହିତ  ଓଡିଶା ସରକାର ମଧ୍ୟ ଏହି କେନ୍ଦ୍ରୀୟ ବିଧେୟକକୁ  ଗ୍ରହଣ କରିନେଇ ଥିଲେ ଏହି ACT ହେବା ଦ୍ୱାରା real estate ବ୍ୟବସାୟି ମାନେ ORERA ( ODISHA REAL ESTATE REGULATORY AUTHORITY) ପରିସରକୁ ଆସି ଯାଇଥିଲେ ଏବଂ ଏହା ନିଶ୍ଚିତ ଯେ ଏହି ନିୟମ ଅନ୍ତର୍ଭୁକ୍ତ ହେବା ପରେ ସେମାନେ ସାଧାରଣ ଜନତାଙ୍କୁ ଆଉ ପ୍ରାୟତଃ ଶୋଷଣ କରି ପାରିନଥିଲେ ଏବଂ ଏହା ସମସ୍ତେ ମାନି ନେବେଯେ ଜମିକୁ  ପ୍ଲଟିଂ କରି ଦିକ୍ରୟ କରୁଥିବା ବ୍ୟବସାୟୀ ମାନେ ଅଧିକତମ ଭାବରେ ସାଧାରଣ ଜନତାଙ୍କୁ ଲୁଣ୍ଠନ କରି ଆସୁଛନ୍ତି  ଏହା ଏକ ଅନିର୍ଵାଯ୍ୟ କଥାଯେ ଯେକୌଣସି ଜନହିତକର କାର୍ଯ୍ୟ ଯୋଜନାର ସୁପରିଚାଳନା  ପାଇଁ REGULATORY AUTHORITY ଦରକାର ହୁଏ ଏବଂ ଏହା ପ୍ରତୀୟମାନ ଯେ ODA ACT RERA ACT ବହୁ ପରିମାଣରେ ଜନହିତକର  ତେଣୁ ଏହି ACT ଗୁଡିକୁ ବର୍ତ୍ତମାନର ଭାଜପା ସରକାର ହଠାତ ପରିବର୍ତ୍ତନ କରିଦେଲେ ଜନସାଧାରଣଙ୍କ ଭୟଙ୍କର ଭାବରେ ଉତ୍ପୀଡ଼ନର ଶୀକାର ହେବେ ଏହାର କାରଣ ନିମ୍ନରେ ଦିଆଗଲା

3.  Estate ବ୍ୟବସାୟକୁ ଜମି ଦଲାଲ, ଜମି ମାଫିଆ ସବରେଜିଷ୍ଟାର  ମାନେ ନିୟନ୍ତ୍ରଣ କରନ୍ତି ଏବଂ ଏହା ସୁନିଶ୍ଚିତଯେ ଓଡିଶାରେ ଫ୍ଲାଟ, ପ୍ଲଟ ଇତ୍ୟାଦିର ଦର ଭାରତବର୍ଷର ବଡ ବଡ ସହର ମାନଙ୍କ ଠାରୁ ଖୁବ ଅଧିକ କାରଣ ଜମି ମାଫିଆ ମାନେ ଚାଷୀ ମାନଙ୍କର ଘର ଘର ବୁଲି ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ସାଧାରଣ ଏକ ଏଗ୍ରୀମେଣ୍ଟ ମାଧ୍ୟମରେ ଏକର ଏକର ଜମି ଅକ୍ତିଆର କରି ରଖନ୍ତି ଏବଂ ପରବର୍ତ୍ତି ସମୟରେ ଏହି ସବୁ ପ୍ଲଟକୁ ଅହେତୁକ ଭାବରେ ଚଢା ଦରରେ ବିକ୍ରୟ କରନ୍ତି ଏବଂ ଜଣେ ବିଲଡର ମଧ୍ୟ ସେହି ଜମି ମାଫିଆ ମାନଙ୍କ ଠାରୁ ଜମି ଚଢ଼ା ଦରରେ କିଣି ଥାଆନ୍ତି ଯଦ୍ୱାରା ଆଜି ଭୁବନେଶ୍ଵରରେ ପ୍ଲଟ  କିମ୍ବା ଫ୍ଲାଟର ଦର ଭାରତବର୍ଷରେ ସବୁଠାରୁ ଅଧିକ ଏଦଂ ODA ACT / RERA ACT ଥାଇ ମଧ୍ୟ ବିଗତ ଦିନରେ ଜମି ମାଫିଆ ମାନେ ସବରେଜିଷ୍ଟର ମାନଙ୍କ ଜରିଆରେ ଜମି ସବୁ ଖଣ୍ଡ ଖଣ୍ଡ କରି ବିକ୍ରୟ କରିବା ହେତୁ ଆଜି ଓଡିଶାର ସମସ୍ତ ସହର ସମ୍ପୂର୍ଣ୍ଣ ଅଣଯୋଜନିତ ଭାବରେ ପରିବର୍ଧିତ ହେଉଛି ଏବଂ ପରବର୍ତ୍ତି ସମୟରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାରେ ପଡୁଛନ୍ତି ଅସୁବିଧା ଗୁଡିକ ସବୁହେଲା ଅଣ ଓସାରିଆ ରାସ୍ତା, ଡ୍ରେନେଜର ଅଭାବ ,ପାର୍କିଂ ଅବ୍ୟବସ୍ଥା ଏହି ସବୁ କାରଣରୁ ଓଡିଶାର ସମସ୍ତ  ମ୍ୟୁନିସିପାଲିଟି ରେ ସରକାର ସହର ଉନ୍ନୟନ କାର୍ଯ୍ୟରେ ଅସମ୍ଭବ ଭାବରେ ଅସୁବିଧାରେ ପଡନ୍ତି ଏବଂ ଯେହେତୁ ଜମି ମାଫିଆ ସବରେଜିଷ୍ଟର ମାନେ ନିଜେ ଜଣେ ଜଣେ ଯୋଜନା ଅଧିକାରୀ ଭାବରେ ଅନିୟମିତ ଅନିୟନ୍ତ୍ରିତ ଭାବରେ ଜମି ପ୍ଲଟିଂ କରି ବିକ୍ରୟ କରୁଛନ୍ତି ମ୍ୟୁନିସିପାଲିଟି କର୍ପୋରେସନ ଅନେକ ସମୟରେ ଡ୍ରେନେଜ ରାସ୍ତା ତିଆରିବାରେ ବହୁ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି ତେଣୁ ଜମିକୁ ଖଣ୍ଡ ଖଣ୍ଡ କରି ବିକ୍ରୟ କରି ସରକାର ଅଧିକ ରାଜସ୍ଵ ପାଇବାର ଆଶା ଏହି ଉପରୋକ୍ତ କାରଣ ପାଇଁ ଆହୁରି ଅଧିକ ରାଜସ୍ଵ ହରାଇ ଥାଆନ୍ତି। 

4.  ଅନିୟମିତ ଅନିୟନ୍ତ୍ରିତ (without any regulation) ଭାବରେ ଯଦି ଜମି ଖଣ୍ଡ ଖଣ୍ଡ କରି ବିକ୍ରୟ କରାଯାଏ ତେବେ ଆଗାମୀ ଦିନରେ ଓଡିଶାର ସମସ୍ତ ସହର ଅଣଯୋଜନିତ ଅସୁନ୍ଦର ହୋଇ ଯିବ  

5.   ଜମି ମାଫିଆ ମାନେ ରାସ୍ତା କଡର ଏକର ଏକର ଜମିକୁ ଏଗ୍ରୀମେଣ୍ଟ ମାଧ୍ୟମରେ ବର୍ଷ ବର୍ଷ ଧରି ଅଧିକୃତ କରି ରଖୁଛନ୍ତି ଏବଂ ପଛ ଜମିକୁ ରାସ୍ତା ନଦେଇ ପଛ ଜମିର ତାଷୀ/ମାଲିକଙ୍କୁ ଶୋଷଣ କରୁଛନ୍ତି ଏହା ପାଇଁ ସରକାର କିଛି ବିଧେୟ ଆଣି ପାରିବେକି ? ମାତ୍ର ODA ACT କହୁଛି ଜମି ପ୍ଲଟିଂ କରି ଲେ ଆଉଟ ଆନୁମୋଦନ କଲେ ପଛ ଜମିକୁ  ରାସ୍ତା ପାର୍କିଂ ଦେବାକୁ ବାଧ୍ୟ ଆଉ ପ୍ଲଟିଂ ପାଇଁ ODA ACT RERA ACT କୁ ନମାନିଲେ  ସାଧାରଣ ଜନତା ଆହୁରି ଅଧିକରୁ ଅଧିଚ ଶୋଷିତ ହେବେ।  

ଏଣୁ ଓଡିଶାର ବୁଦ୍ଧିଜୀବି ଚାହାନ୍ତି ସରକାର ODA ACT ,ରେ  ନିମ୍ନ ଲିଖିତ ଅସୁବିଧା ଉପରେ ଧ୍ୟାନ ଦିଅନ୍ତୁ

* ଜମି ପ୍ଲଟିଂ କରି ବିକ୍ରୟ କରିବାକୁ  ସମ୍ପୂର୍ଣ୍ଣ ଯୋଜନିତ କରନ୍ତୁ ଯେଉଁଥିରେ ବିକ୍ରୟକାରୀ ଜରୁରୀ ଓସାରିଆ ରାସ୍ତା , ସଠିକ ଡ୍ରେନେଜ ପାର୍କିଂ ବ୍ୟବସ୍ଥା ଦେବାପାଇଁ ବାଧ୍ୟ  

* କେବଳ RERA ACT ଅନୁସାରେ ପାଞ୍ଚଶହ ବର୍ଗ ମିଟର ( ପାଞ୍ଚ ହଜାର ତିନିଶହ ଅଶୀ ବର୍ଗଫୁଟ ) କୁ ଚାଷୀ ନିଜର ଜରୁରୀ ସମୟରେ କିପରି ଲୋକାଲ ମାଷ୍ଟରପ୍ଲାନକୁ ପଥଚ୍ୟୁତ ନକରି ଅକ୍ଳଶରେ ବିକ୍ରୟ କରିପାରିବ ତାହାର ବ୍ୟବସ୍ଥା କରନ୍ତୁ ମାତ୍ର ଏହି ପାଞ୍ଚଶହ ବର୍ଗ ଫୁଟ ନିୟମକୁ କିପରି ବାରମ୍ବାର ପ୍ରୟୋଗ ନକରାଯାଏ ତାହାର ମଧ୍ୟ ସୁବ୍ୟବସ୍ଥା କରିବେ ତାହା ପ୍ରତି ଧ୍ୟାନ ଦିଅନ୍ତୁ। 

* ସରକାର ଏପରି ବିଧେୟକ ଆଣନ୍ତୁ ଯେପରି ପଛ ଜମି ମାଲିକ କିମ୍ବା ଚାଷୀଟିଏ ତା ନିଜ ଜମିକୁ ଅକ୍ଳେଶରେ  ରାସ୍ତା ପାଇ ପାରିବ

* ଜମି ବିକ୍ରୟ ସମୟରେ  ଆଞ୍ଚଳିକ ମାଷ୍ଟରପ୍ଲାନ ଅନୁସାରେ ପ୍ରାକୃତିକ ଜଳ ଶ୍ରୋତ, ପ୍ରାକୃତିକ ଡ୍ରେନେଜ ଗୁଡିକ ଯେପରି ବିକ୍ରୟ ନହୋଇ ଯାଏ ତାହାର ବ୍ୟବସ୍ଥା କରନ୍ତୁ ଯାହା ବର୍ତ୍ତମାନ ଘଟି ଚାଲିଛି   

* ବିଭିନ୍ନ ସହରରେ ପୁନଃ ମାଷ୍ଟରପ୍ଲାନ ହେଉ

* ଜମି ମାଫିଆ ମାନେ ସବରେଜିଷ୍ଟରମାନେ ଜମି  ପ୍ଲଟିଂ କାର୍ଯ୍ୟକୁ ସେମାନଙ୍କର ନିୟନ୍ତ୍ରଣରେ ଯେପରି ନରଖନ୍ତି ତାହାର ସୁବ୍ୟବସ୍ଥା କରନ୍ତୁ। 

ସରକାର ଏପରି ବିଧେୟକ ଆଣନ୍ତୁ ଯେପରି ଜମି ମାଫିଆ ମାନେ ଏକର ଏକର ଜମି ଏଗ୍ରୀମେଣ୍ଟ ଜରିଆରେ ଏକ ବର୍ଷରୁ ଅଧିକ ନିଜ ଅଧିନରେ ନରଖି ପାରନ୍ତି

* ସରକାର ODA ACT ରେ ପରିବର୍ତ୍ତନ ଆଣିବା ପାଇଁ ଚାହିଁଲେ ସାଧାରଣ ଲୋକଙ୍କ ମତାମତ ପରାମର୍ଶ ନିଅନ୍ତୁ 

* ଓରେରା ଚେୟାରମ୍ୟାନ ପଦବୀରେ କେବଳ ଜଣେ ଅଭିଜ୍ଞ ସିଭିଲ ଇଂଜିନିୟରକୁ ପୋଷ୍ଟିଂ କରନ୍ତୁ

* ଅଧିକ ରାଜସ୍ଵ ପାଇବା ପାଇଁ ସହର ଉନ୍ନୟନ କର୍ତ୍ତୃପକ୍ଷ କିମ୍ବା ମ୍ୟୁନିସିପାଲ ଅଧିକାରୀଙ୍କୁ ପ୍ରବର୍ତ୍ତନ ଅଧିକାର ( ENFORCEMENT) ଅଧିକରୁ ଅଧିକ ଦିଆଯାଉ

* ଅଧିକ ରାଜସ୍ଵ ପାଇବା ପାଇଁ ପ୍ଲାନିଂ ବିଭାଗକୁ ସଶକ୍ତ କରନ୍ତୁ ବର୍ତ୍ତମାନ ବସ୍ତୁତଃ ପ୍ଲାନିଂ ବିଭାଗକୁ ସମ୍ପୂର୍ଣ୍ଣ ଧ୍ୱସ୍ତ କରାଯାଇଛି

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget