ଭୁବନେଶ୍ୱର, ୦୩ ଜାନୁଆରୀ ୨୦୨୫
ବିଶିଷ୍ଟ ଜନନାୟକ, ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଥିଲେ ଏକଧାରରେ ବିଶିଷ୍ଟ ଜନନାୟକ, ରାଜନେତା, ସୁସାହିତ୍ୟିକ ଓ ପ୍ରବୀଣ ସାମ୍ବାଦିକ । ତାଙ୍କ ରାଜନୈତିକ ଜୀବନ ପ୍ରତି ଦୃଷ୍ଟି ଦେଲେ ଜଣାଯାଏ ସେ ହିଁ ପ୍ରଥମେ ଓଡ଼ିଶାରେ ପାଞ୍ଚବର୍ଷ ପାଇଁ ସ୍ଥାୟୀ ଶାସନ ଦେଇଥିଲେ । ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୧୦ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ଓଡ଼ିଶାର ଉନ୍ନତି ପାଇଁ ବହୁ ଯୋଜନା ପ୍ରଣୟନ କରିଥିଲେ ବୋଲି ଜୟଦେବ ଭବନରେ ଅନୁଷ୍ଠିତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯୯ତମ ଜନ୍ମ ଜୟନ୍ତୀ ଉତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।
ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ପୂର୍ବ, ଗୃହନିର୍ମାଣ, ଆଇନ ଏବଂ ଅବକାରୀ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ବୀରାଜ ହରିଚନ୍ଦନ, ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଓ ସ୍ତମ୍ଭକାର ତଥା ପୂର୍ବତନ ଆକାରଣ୍ଟାଣ୍ଟ ଜେନେରାଲ ଶ୍ରୀଯୁକ୍ତ ହରପ୍ରସାଦ ଦାସ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ଦାଶ ବେନହୁର ପ୍ରମୁଖ ଯୋଗଦାନ କରି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବହୁମୁଖୀ ପ୍ରତିଭା ବିଷୟରେ ଆଲୋକପାତ କରିଥିଲେ । ଏହି ଅବସରରେ ସାହିତ୍ୟ ସାଧନା କ୍ଷେତ୍ରରେ ଅଧ୍ୟାପକ ବିଶ୍ଵରଞ୍ଜନ, ସାମ୍ବାଦିକତା କ୍ଷେତ୍ରରେ ଶ୍ରୀଯୁକ୍ତ ପ୍ରଦୋଷ ପଟ୍ଟନାୟକ, ପରିବେଶ ଓ ପରିବେଶ ସୁରକ୍ଷା ପାଇଁ ଡକ୍ଟର ଜୟକୃଷ୍ଣ ପାଣିଗ୍ରାହୀଙ୍କୁ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସମ୍ମାନରେ ସମ୍ବଦ୍ଧିତ କରାଯାଇଥିଲା। ଏଥିରେ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସଂସଦର ସଭାପତି ତଥା ପୂର୍ବତନ ବିଧାୟକ ଡକ୍ଟର ଦିଲ୍ଲୀପ ଶ୍ରୀଚନ୍ଦନ ଅଧ୍ୟକ୍ଷତା କରିଥିବା ବେଳେ ସଂସଦର ସମ୍ପାଦକ ଇଂ ବିଶ୍ଵମୋହନ ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ
Post a Comment