loading...

ଷ୍ଟେଟ ବ୍ଯାଙ୍କ ନିର୍ଦେଶକଙ୍କ ଦ୍ଵାରା ମିଶନାରୀ ଅଫ୍ ଚ୍ୟାରିଟି ସମ୍ବଲପୁରକୁ ଆମ୍ବୁଲାନ୍ସ ପ୍ରଦାନ

ଭୁବନେଶ୍ୱର, ୧୫ ଫେବୃଆରୀ ୨୦୨୫




ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ କର୍ପୋରେଟ୍ ସେଣ୍ଟର ମୁମ୍ବାଇର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ରାମ ମୋହନ ରାଓ ଆମରା, ପରିଚାଳନା ନିର୍ଦ୍ଦେଶକ (ଆଇବି, ଜିଏମ୍ ଆଣ୍ଡ ଟି) 15 ଫେବୃଆରୀ 2025 ଦିନ ଝାରସୁଗୁଡା ସ୍ଥିତ ମେ ଫେୟାର ହୋଟେଲ ଠାରେ  ପ୍ରଶାସନିକ କାର୍ଯ୍ୟାଳୟ ସମ୍ବଲପୁର ଦ୍ୱାରା ଆୟୋଜିତ “ନେକ୍ସ୍ଟ ଲୀପ୍” କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ନିର୍ଦେଶକ ଶ୍ରୀ ରାମ ମୋହନ  ନିରାଶ୍ରୟ ଗରିବ, ଅସୁସ୍ଥ, ପରିତ୍ୟକ୍ତ, ବୃଦ୍ଧ ଓ କୁଷ୍ଠ ରୋଗୀଙ୍କ ସୁବିଧା ପାଇଁ ମିଶନାରୀ ଅଫ୍ ଚ୍ୟାରିଟି ସମ୍ବଲପୁର ନାମକ ସ୍ଵେଚ୍ଛା ସେବୀ ସଂଗଠନକୁ 11 ଟି ସିଟ୍ ବିଶିଷ୍ଟ ଆମ୍ବୁଲାନ୍ସ ଦାନ କରିଥିଲେ। ଏହି ସଂସ୍ଥା ତରଫରୁ ସମ୍ବଲପୁର କେନ୍ଦ୍ରର ସଚିବ ସିଷ୍ଟର ଏମ ଷ୍ଟାନି ରୋଜ ମ୍ୟାକ୍ ସେମାନଙ୍କ ସହଯୋଗୀଙ୍କ ସହ ଆମ୍ବୁଲାନ୍ସ ଗ୍ରହଣ କରିଥିଲେ। ସୂଚନାଯୋଗ୍ୟ , ସଂଗଠନ ମିଶନାରୀ ଅଫ୍ ଚ୍ୟାରିଟି ସେଣ୍ଟ ମଦର ଟେରେସାଙ୍କ ଦ୍ଵାରା  ପ୍ରତିଷ୍ଠିତ ହୋଇଥିଲା ଏବଂ ଏହାର ସମଗ୍ର ଭାରତରେ ଏହାର କେନ୍ଦ୍ର ମାନଙ୍କ ଜରିଆରେ ଅସହାୟ ଲୋକଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଥାଏ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ମହାପ୍ରବନ୍ଧକ ଶ୍ରୀ ଦୀନେଶ ପରୁଥି, ମହାପ୍ରବନ୍ଧକ (ନେଟୱର୍କ-୨) ଶ୍ରୀ କୌଶଲ କିଶୋର ସିଂ, ସମ୍ବଲପୁର ଅଞ୍ଚଳ ଉପ ମହାପ୍ରବନ୍ଧକ ଶ୍ରୀ ସଞ୍ଜୟ ଝା ଏବଂ ଅନ୍ୟାନ୍ୟ ବହୁ ବରିଷ୍ଠ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget