loading...

କିଟ ରାକ୍ଷସ ଅଚ୍ୟୁତ ସାମନ୍ତଙ୍କୁ ତୁରନ୍ତ ଗିରଫ କର : ଯୁବ କଂଗ୍ରେସ

ଭୁବନେଶ୍ୱର, ୨୨ ଫେବୃଆରୀ ୨୦୨୫



 ଆଜି ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରଣଜିତ ପାତ୍ରଙ୍କ ନେତୃତ୍ୱରେ ଯୁବ କଂଗ୍ରେସ କର୍ମୀମାନେ କିଟ ରାକ୍ଷସ ଅଚ୍ୟୁତ ସାମନ୍ତଙ୍କୁ ଗିରଫ ଦାବିରେ କିଟ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଇନଫୋସିଟି ଥାନା ପାଖରୁ ଏକ ର‌୍ୟାଲିରେ ଶହ ଶହ ଯୁବ କଂଗ୍ରେସ କର୍ମୀ ଯୁବ କଂଗ୍ରେସ ପତାକା ଓ ପ୍ଲାକାର୍ଡ ଧରି କିଟି ଅଭିମୁଖେ ପଦଯାତ୍ରାରେ ଯାଇଥିଲେ। ସେଠାରେ ଏକ ଘଂଟାଧରି ବିକ୍ଷୋଭ ପ୍ରଦର୍ଶନ ହେଲାପରେ କିଟି ପରିସରକୁ ପ୍ରବେଶ କରିବାକୁ ଯୁବ କଂଗ୍ରେସର କର୍ମୀମାନେ ଉଦ୍ୟମ କରୁଥିଲାବେଳେ ପୋଲିସ ସହ ସେମାନଙ୍କର ଧ୍ୱସ୍ତାଧ୍ୱସ୍ତି ହୋଇଥିଲା। 

ଏହି ପରିପ୍ରେକ୍ଷୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଶ୍ରୀ ରଣଜିତ ପାତ୍ର କହିଲେ ଯେ କିଟର ସର୍ବେସବା ଅଚ୍ୟୁତ ସାମନ୍ତ ଜଣେ ରାକ୍ଷସ। କିଟ ପରିସରରେ ମହିଳା ଅସୁରକ୍ଷିତ। କିଟ ଭିତରେ ଯେଉଁ ମୃତ୍ୟୁ ଘଟଣା ଘଟିଲା ତାର କାରଣ ଜଣାପଡ଼ି ନାହିଁ। ଅଚ୍ୟୁତ ସାମନ୍ତଙ୍କ ପକେଟରେ ସଂପୂର୍ଣ୍ଣ ପ୍ରଶାସନ ରହିଯିବାରୁ କିଟ ପରିସରରେ ହେଉଥିବା କେଳେଙ୍କେରୀ ଓ କଳାକାରନାମା ପଦାକୁ ଆସିପାରୁ ନାହିଁ। 

ନେପାଳି ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ କିଟରେ ପଢ଼ୁଥିବା ୯୦୦ ରୁ ଉର୍ଦ୍ଧ ନେପାଳ ଛାତ୍ରଛାତ୍ରୀଙ୍କୁ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶରେ ତାଙ୍କର କର୍ମଚାରୀମାନେ ଯେଉଁଭଳି ଆଚରଣ କରିଛନ୍ତି ଏହା ଦୁର୍ଭାଗ୍ୟଜନକ। ସ୍ୱତନ୍ତ୍ର ଭାବରେ ସାଇନଡାଏ ଘୋଷଣା କରାଯାଇ ନେପାଳୀ ଛାତ୍ରଛାତ୍ରୀ ମାନଙ୍କୁ ବଳପୂର୍ବକ ହସଷ୍ଟେଲରୁ ତଡ଼ି ଦିଆଯାଇଥିଲା। ଏପରିିକି ନେପାଳ ଉପରେ କିଟର କର୍ମଚାରୀ ଯେଉଁ ମନ୍ତବ୍ୟ ଦେଇଛନ୍ତି ଏହା ଆର୍ନ୍ତଜାତିକ ସମ୍ପର୍କକୁ କ୍ଷୁର୍ଣ୍ଣ କରିବ। ନାଟର ଗୋବର୍ଦ୍ଧନ ଅଚ୍ୟୁତ ସାମନ୍ତ ହୋଇଥିଲା ବେଳେ ମୋହନ ସରକାର ତାଙ୍କୁ ଗିରିଫ ନକରି ତାଙ୍କର କର୍ମଚାରୀଙ୍କୁ ଗିରଫ କରିବା “ମୋହନ-ଅଚ୍ୟୁତ” ମଧୁଚନ୍ଦ୍ରିକାକୁ ପ୍ରକଟିତ କରିଛି। କେବଳ ଅଚ୍ୟୁତ ସାମନ୍ତଙ୍କୁ ବଂଚାଇବାକୁ ଯାଇ ସେଠାରେ ଅନ୍ୟ କର୍ମଚାରୀଙ୍କୁ ଗିରଫ କରାଯାଉଛି। ଏହି ଗିରଫ କେବଳ ଲୋକ ଦେଖାଣିଆ। କାରଣ ସେମାନଙ୍କ ବିରୁଦ୍ଧରେ କୋହଳ ଦଫା ଲଗାଯାଉଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଚ୍ୟୁତ ସାମନ୍ତଙ୍କୁ ସୁରକ୍ଷା ଦେବାକୁ ଅଂଟା ଭିଡ଼ିଛନ୍ତି। କିଟ୍ ପରିସରରେ ଏଭଳି ମର୍ମାତୁନ୍ଦ ଘଟଣା ଘଟିଲା ପରେବି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୀରବ ରହିବା ଦୁର୍ଭାଗ୍ୟଜନକ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ବି ଅଚ୍ୟୁତଙ୍କ ପ୍ରଭାବରେ ପ୍ରଭାବିତ ବୋଲି ଶ୍ରୀ ପାତ୍ର କହିଛନ୍ତି।

କିଟ ରାକ୍ଷସ ଅଚ୍ୟୁତ ସାମନ୍ତଙ୍କ ପାଇଁ ଆଜି ବିଶ୍ୱଦରବାରରେ ଭାରତ ନିନ୍ଦିତ। ଭାରତର ଶିକ୍ଷାନୁଷ୍ଠାନରେ ସୁରକ୍ଷା ପ୍ରତି ଅନ୍ୟଦେଶମାନେ ସଂଦେହ ପ୍ରକଟ କରିିବେ। ଅନ୍ୟପକ୍ଷରେ ଅଚ୍ୟୁତ ସାମନ୍ତ କିଟ୍‌ରେ ବହୁ ପ୍ରଭାବଶାଳୀ ଅଫିସରଙ୍କ ସମ୍ପର୍କୀୟମାନଙ୍କୁ ନିଯୁକ୍ତି ସେମାନଙ୍କ ମୁହଁ ବନ୍ଦ କରି ରଖିଛନ୍ତି। ସେହି ସମ୍ପର୍କୀୟ ମାନଙ୍କ ପାଇଁ ମୋଟା ଅଙ୍କର ଦରମା ବ୍ୟବସ୍ଥା ରହିଛି। ଯେହେତୁ ଅଚ୍ୟୁତ ସାମନ୍ତ ସହଜରେ ରାଜ୍ୟ ସରକାରଙ୍କୁ ପକେଟରେ ପୁରାଇ ପାରନ୍ତି ତେଣୁ ସେ ଆଇନ ଉଲ୍ଲଙ୍ଘନ କରି ବହୁ ଜଙ୍ଗଲଜମି ମଧ୍ୟ ଦଖଲ କରିଛନ୍ତି। ତେଣୁ ଅଚ୍ୟୁତ ସାମନ୍ତ ଜଣେ ଶିକ୍ଷା ବେପାରୀ, ଜମି ହଡ଼ପକାରୀ, ଛାତ୍ରଛାତ୍ରୀ ହତ୍ୟାକାରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ଶୋଷଣକାରୀ ହୋଇଥିବା ବେଳେ ଉଭୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜ୍ୟ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଅଚ୍ୟୁତଙ୍କର ଢ଼ାଲ ସାଜିଛନ୍ତି। ଯଦି ଅଚ୍ୟୁତଙ୍କୁ ତୁରନ୍ତ ଗିରଫ କରାନଯାଏ ତେବେ ଯୁବ କଂଗ୍ରେସ ରାଜ୍ୟବ୍ୟାପି ଆନ୍ଦୋଳନ ଜାରି ରଖିବ। ଆଜିର ଏହି ଆନ୍ଦୋଳନରେ ମନୋଜ ବିଶ୍ୱାଳ, ନିହାର ରଞ୍ଜନ ବେହେରା, ଉଦିତ ପ୍ରଧାନ, ସୁଦୀପ ସାମଲ, ମହମ୍ମଦ ଗୁଲଫାମ, ଗୋପନ ମାର୍ଥା, ସ୍ୱାଗତ କର, ମହମ୍ମଦ ପରଭେଜ, ମହମ୍ମଦ ସାହେବ, ଅମରେଶ ପରିଡ଼ା, ସ୍ପନ୍ଦନ ସ୍ୱାଇଁ, ବିରଂଚି ବାରିକ, ସତ୍ୟଜିତ ପଟ୍ଟନାୟକ, ରାହୁଲ ମହାନ୍ତି, ଲିପିକା ପାତ୍ର, ଶିଳ୍ପିଶ୍ରୀ ହରିଚନ୍ଦନ, ବିଶ୍ୱଭୂଷଣ ମହାପାତ୍ର, ସୌମ୍ୟ ବରାଳ, ବିଜୟ ସାହୁ, ରାଜେଶ ଦାସ, ବଳରାମ ନାୟକ, ଶିବୁ ଦୀପ ପ୍ରମୁଖ ଶତାଧିକ ଯୁବ କଂଗ୍ରେସ କର୍ମକର୍ତା ଏହି ବିକ୍ଷୋଭରେ ସାମିଲ ହୋଇଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget