loading...

ପୁରୀ ସଂକଳ୍ପ ଯାତ୍ରାକୁ ସଫଳ କରିବାପାଇଁ ନେତୃବୃନ୍ଦଙ୍କୁ ଦାୟୀତ୍ୱ ପ୍ରଦାନ

ଭୁବନେଶ୍ୱର, ୧୬ ଫେବୃଆରୀ ୨୦୨୫

ନବ ନିଯୁକ୍ତ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ଭୁବନେଶ୍ୱରରୁ ପୁରୀ ସଂଖ୍ୟା ପଦଯାତ୍ରାକୁ ସଫଳ କରିବାପାଇଁ ସଂକଳ୍ପ କମିଟି ଅଧ୍ୟକ୍ଷ ଡ. ଦେବାଶିଷ ପଟ୍ଟନାୟକ ବିଭିନ୍ନ ସ୍ଥାନ ପାଇଁ ପର୍ଯ୍ୟବେଷଳ ନିଯୁକ୍ତ କରି ଦାୟୀତ୍ଵ ଦେଇଛନ୍ତି। ସେହିଭଳି ସୁପରିଚାଳନା ପାଇଁ ଖାଦ୍ୟ, ସାଂସ୍କୃତିକ, ପ୍ରସାର, ଆବାସ ବ୍ୟବସ୍ଥା ଓ ଗମନାଗମନ ପାଇଁ ଉପ କମିଟି କରି ନାମ ଘୋଷଣା କରିଛନ୍ତି। ନିମ୍ନରେ ତାହା ପ୍ରଦତ କରାଗଲା।
ପର୍ଯ୍ୟବେକ୍ଷକ: ପିପିଲି- ମହମ୍ମଦ ଇମଦାଦ, ଗୋପନ ମାର୍ଥା, ସତ୍ୟବାଦି- ସୁବ୍ରତ ମହାପାତ୍ର, ପୂରୀ- ଅମରେଶ ପରିଡ଼ା, ଅଭିଳାଷ ମାଣିଆ, କାକଟପୁର- ଜିଆଉଲ ହକ, ଜ୍ୟୋତି ଆଚାର୍ଯ୍ୟ, ବ୍ରହ୍ମଗିରି- କୃଷ୍ଣଚନ୍ଦ୍ର ପତି, ରାଜୀବ ମହାନ୍ତି ।
କମିଟି: ଖାଦ୍ୟ- ମନୋଜ ରାଉତ, ମନୋଜ ବିଶ୍ଵାଳ, ସାଂସ୍କୃତିକ- ନିପନ ଦାଶ, ପ୍ରସାର-ଅଶୋକ ଦାସ, ଆବାସ ବ୍ୟବସ୍ଥା- ପ୍ରବୋଧ ଦାସ, ଗମନାଗମନ- ଏମତି ଆକଟର ପ୍ରମୁଖ ରହିଛନ୍ତି।
ଉପରୋକ୍ତ ବ୍ୟକ୍ତିବିଶେଷ ମାନେ ସ୍ଥାନ ପରିଦର୍ଶନ କରିବେ ଏବଂ କିପରି କାର୍ଯ୍ୟକ୍ରମକୁ ସଫଳ କରାଯିବ ତା ପ୍ରତି ଧ୍ୟାନ ଦେଇ ଦାୟୀତ୍ଵ ନିର୍ବାହ କରିବାକୁ ଡ. ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି ବୋଲି ପିସିସିର ପୂର୍ବତନ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget