loading...

‘ଅଭିବୃଦ୍ଧି ଓ ‘ସର୍ବସମାବେଶୀ'ର ଗଣିତକୁ ନେଇ “ବିକାଶର ଖସଡ଼ା” ପ୍ରତିଫଳିତ ହୋଇଛି : ମନମୋହନ ସାମଲ

ଭୁବନେଶ୍ୱର, ଫେବୃଆରୀ ୨୦୨୫




  • ଅନ୍ତର୍ଭୁକ୍ତ ଓ ଦୂରଦୃଷ୍ଟିସଂପନ୍ନ ବଜେଟ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ରାଜ୍ୟ ସଭାପତି
ପ୍ରତ୍ୟେକ କ୍ଷେତ୍ରରେ ଆମ ଦେଶକୁ ଏକ ବିକଶିତ ଏବଂ ଶ୍ରେଷ୍ଠ ଭାରତ ଭାବେ ଗଢି ତୋଳିବା ପାଇଁ ମୋଦି ସରକାରଙ୍କ ଦୂରଦୃଷ୍ଟିର ବ୍ଲୁ-ପ୍ରିଂଟ ହେଉଛି କେନ୍ଦ୍ର ବଜେଟ-୨୦୨୫ । ୨୦୨୫–୨୬ ଆର୍ଥୀକ ବର୍ଷ ପାଇଁ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସିଥାରମଣଙ୍କ ଦ୍ୱାରା ଆଜି ଆଗତ ହୋଇଥିବା କେନ୍ଦ୍ର ବଜେଟ ସଂପୂର୍ଣ୍ଣ ଭାବେ ମଧ୍ୟବିତ, ଅନ୍ନଦାତା, ମହିଳା ଓ ଯୁବକଙ୍କ ଉନ୍ନତ ଜୀବନ ଧାରଣ ସହିତ ବିକଶିତ ଭାରତ ଆକାଂକ୍ଷ।।କୁ ଅତ୍ୟନ୍ତ ଚମତ୍କାର ଭାବେ ସନ୍ତୁଳିତ କରିଛି । ଏହା ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଆତ୍ମନିର୍ଭରଶୀଳ ଭାରତ ପାଇଁ ଏକ ଶେଷ୍ଠ ରୋଡମ୍ୟାପ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆୟକର ରିହାତି ସ୍ତରକୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ଦ୍ୱାରା ମଧ୍ୟବିତ ବିଶେଷ ଭାବେ ଉପକୃତ ହେବେ। ଅନ୍ୟ ପକ୍ଷରେ ଏହା ଘରୋଇ ଉପଭୋକ୍ତା ବ୍ୟୟ ଏବଂ ନିବେଶ ବଢାଇ ଅର୍ଥନୈତିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ। ସେହିପରି ଏହି ବଜେଟରେ କୃଷକ, ଗରୀବ, ମଧ୍ୟବିତ ବର୍ଗ, ମହିଳା ଏବଂ ଶିଶୁଙ୍କ ଶିକ୍ଷା, ପୃଷ୍ଟିସାର ଏବଂ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଷ୍ଟାର୍ଟ ଅପ୍‌, ନବସୃଜନ ଏବଂ ନିବେଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି । ବିଶେଷ ଭାବେ ‘ପର୍ଯ୍ୟଟନ’; ‘ଦେଶର ୧୦୦ ଜିଲ୍ଲା ପାଇଁ ଧନ ଧାନ୍ୟ କୃଷି ଯୋଜନା’; ‘କିଷାନ କ୍ରେଡିଟ ସୀମାକୁ ୩ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରିବା’; ‘ଜନଜାତି ଓ ଦଳିତ ମହିଳାଙ୍କ ସକାଶେ ପାଂଚ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ସ୍କିମ୍‌’; ‘ମହିଳା ଓ ଶିଶୁଙ୍କ ନିମନ୍ତେ ସକ୍ଷମ ଅଙ୍ଗନବାଡି ଏବଂ ପୋଷଣ ୨.୦ ଯୋଜନା’; ‘ସମସ୍ତ ମାଧ୍ୟମିକ ବିଦ୍ୟାଳୟକୁ ବ୍ରୋଡବ୍ୟାଣ୍ଡ ସଂଯୋଗ ଓ ଭିତିଭୂମି ବିକାଶ ସକାଶେ ରାଜ୍ୟମାନଙ୍କୁ ଏକ ଲକ୍ଷ କୋଟି ଟଙ୍କାର ସୁଧମୁକ୍ତ ଋଣ’ ଭଳି ଅନେକ ଯୋଜନାରୁ ଓଡ଼ିଶା ସର୍ବାଧିକ ଉପକୃତ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ।
ସଂକ୍ଷେପରେ କହିବାକୁ ଗଲେ ‘ଅଭିବୃଦ୍ଧି’ ଓ ‘ସର୍ବସମାବେଶୀ'ର ଗଣିତକୁ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶର ଖସଡ଼ା ଏହି ବଜେଟରେ ପ୍ରତିଫଳିତ ହୋଇଛି। ଏହି ଅନ୍ତର୍ଭୁକ୍ତ ଓ ଦୂରଦୃଷ୍ଟିସଂପନ୍ନ ବଜେଟ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଅଭିନନ୍ଦନ ଜଣାଇବା ସହିତ ରାଜ୍ୟବାସୀଙ୍କ ତରଫରୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget