loading...

କେନ୍ଦ୍ରୀୟ ବଜେଟକୁ ଅଭୁତପୂର୍ବ ଜନସମର୍ଥନ ମିଳିଥିବାରୁ ବିଜେଡି ବିବ୍ରତ : ଡ.ଯତିନ ମହାନ୍ତି

ଭୁବନେଶ୍ୱର, ୦୨ ଫେବୃଆରୀ ୨୦୨୫




  • ଦୁଇ ଦଶନ୍ଧି ଧରି ଓଡ଼ିଶାକୁ ଅବହେଳା କରିଥିଲା ବିଜେଡି
  • ବଜେଟ୍‌ରେ ସବୁକ୍ଷେତ୍ରକୁ ଗୁରୁତ୍ୱ 
  • ଡାଲି ଏବଂ କପା ମିଶନରେ ଓଡ଼ିଶା କୃଷକ ଅଧିକ ଲାଭବାନ ହେବେ
  •  କୃଷି, ନିବେଶ, ରପ୍ତାନୀ ଓ ଭିତଭୂମି କ୍ଷେତ୍ରରେ ଓଡ଼ିଶାକୁ ଲାଭ ମିଳିବ
  •  ଓଡ଼ିଶାରେ ଦୃତଗତିରେ ପର୍ଯ୍ୟଟନ ବିକାଶ ହେବ

ପାଲ୍ୟାମେଂଟରେ ଗତକାଲି ଏକ ଐତିହାସିକ, ଲୋକକଲ୍ୟାଣକାରୀ ଓ ବିକାଶମୁଖୀ ବଜେଟ ଆଗତ କରାଯାଇଛି ଏହି ବଜେଟ୍‌କୁ ଅଭୁତପୂର୍ବ ଜନସମର୍ଥନ ମିଳିଛି। ଏନେଇ ବିଜେଡି ବ୍ୟସ୍ତବିବ୍ରତ ହୋଇଯାଇଛି ବୋଲି ରାଜ୍ୟ ସାଧାରଣ ସମ୍ପାଦକ ଡ. ଯତିନ ମହାନ୍ତି କହିଛନ୍ତି। ଡ. ମହାନ୍ତି କହିଛନ୍ତି, ଏହି ଜନକଲ୍ୟାଣକାରୀ ବଜେଟ ଓଡ଼ିଶା ବିକାଶକୁ ତ୍ୱରାନ୍ୱିତ କରିବ। ଦେଶର ସବୁବର୍ଗର ଲୋକେ ସବୁଦିଗରୁ ଏହି ବଜେଟ୍ ଦ୍ୱାରା ଲାଭାନ୍ୱିତ ହେବେ। ବଜେଟରେ କୃଷକ, ଗରିବ, ମଧ୍ୟବିତ ବର୍ଗ, ମହିଳା ଏବଂ ଶିଶୁଙ୍କ ଶିକ୍ଷା, ପୃଷ୍ଟିସାର ଏବଂ ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଷ୍ଟାର୍ଟ ଅପ୍‌, ନବସୃଜନ ଏବଂ ନିବେଶ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି।ଯଶସ୍ୱୀ ପ୍ରଧାନମନ୍ତ୍ରୀ ସବୁବେଳେ ଓଡ଼ିଶା ଉପରେ ପ୍ରାଧାନ୍ୟ ଦେଉଥିଲେ ମଧ୍ୟ ରାଜ୍ୟରେ ବିଜେଡି ସରକାରରେ ଥିଲାବେଳେ ବେପରୁଆ ମନୋଭାବ ପ୍ରଦର୍ଶନ କରି ମହିଳା ବିକାଶଠାରୁ ଆରମ୍ଭ କରି ପୋଷଣ, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦୁଇଦଶନ୍ଦି ଧରି ଅବହେଳିତ କରିଥିଲା। ମାତ୍ର ଏବେ ଓଡ଼ିଶାରେ ବିଜେପି ସରକାର ଥିôବାରୁ ଏସବୁ ଅସୁବିଧା ଦୂର କରି ଓଡ଼ିଶାକୁ ବିକାଶପଥରେ ଆଗେଇ ନେବାରେ ଲାଗିଛି। ଓଡ଼ିଶା ଏକ କୃଷିଭିତିକ ରାଜ୍ୟ ହୋଇଥିବାବେଳେ ଏହି ବଜେଟରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ କୃଷକମାନଙ୍କୁ ଯେଉଁଭଳି ଭାବେ ପ୍ରାଧାନ୍ୟ ଦେଇଛନ୍ତି ତାହା ଓଡ଼ିଶାର କୃଷକମାନଙ୍କ ମନୋବଳ ବଢ଼ାଇଛି। “ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା” ଆରମ୍ଭ କରାଯିବା ସହ କିଷାନ କ୍ରେଡିଟ୍ କାର୍ଡର ସୀମାକୁ ୩ ଲକ୍ଷ୍ୟରୁ ୫ ଲକ୍ଷ୍ୟ ଟଙ୍କାକୁ ବୃଦ୍ଧି କରାଯିବା ଫଳରେ କୃଷକଙ୍କ ଆର୍ଥକ ବିକାଶ ହେବ। ଜଳସେଚନ ବ୍ୟବସ୍ଥା ସହ ଡାଲି ଏବଂ କପା ମିଶନ ଉପରେ ଅଧିକ ଗୁରୁ୍‌ତ୍ୱ ଦିଆଯାଇଛି। ଏହାଦ୍ୱାରା ଭାରତର ଯଦି କୌଣସି ରାଜ୍ୟ ସବୁଠାରୁ ଅଧିକ ଲାଭନ୍ୱିତ ହେବ ତାହା ହେଲା ଓଡ଼ିଶା। ପାରମ୍ପାରିକ ଚାଷରେ ଓଡ଼ିଶାରେ ଏହି ଦୁଇ ଚାଷକୁ ଅଧିକ ପ୍ରାଧ୍ୟନତା ଦିଆଯାଉଥିବାରୁ ଓଡ଼ିଶା କୃଷକ ଅଧିକ ଲାଭବାନ ହେବେ। ଯୁବତୀ, ଯୁବକମାନଙ୍କ ପାଇଁ ନୂଆ ରୋଜଗାର ସୁଯୋଗ ସୃଷ୍ଟି କରିବା ଲାଗି ବଜେଟ୍‌ରେ ନୂଆ ଇନୋଭେଶନ ଉପରେ ଗୁରୁତ୍ୱାରୋପ କରାଯାଇଛି। ନୂଆ ଟେକ୍ନୋଲୋଜୀ ଜରିଆରେ ଆଗାମୀ ଦିନରେ ଯୁବତୀ, ଯୁବକମାନଙ୍କୁ ରୋଜଗାରକ୍ଷମ କରାଇବ ନିମନ୍ତେ ଏବେଠାରୁ ପ୍ରସ୍ତୁତ କରିବା ଲାଗି ବ୍ୟବସ୍ଥା କରାଯାଇଛି। ଦକ୍ଷତାର ବିକାଶ କରି ରୋଜଗାରକ୍ଷମ କରାଇବା ଲାଗି ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀ ବ୍ୟାପକ ଯୋଜନା କରିଛନ୍ତି। ବଜେଟ୍‌ରେ ୪ଟି ମୌଳିକ ବିଷୟ କୃଷି, ନିବେଶ, ରପ୍ତାନୀ ଓ ଭିତଭୂମି ଉପରେ ଅଧିକ ପ୍ରଧାନ୍ୟ ଦିଆଯାଇଥିବାରୁ ଓଡ଼ିଶା ଏ କ୍ଷେତ୍ରରେ ସବୁଠାରୁ ଅଧିକ ଲାଭବାନ ହେବାକୁ ଯାଉଛି। ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଏକ ବଡ଼ ସମ୍ଭାବନା ରହିଛି। ଏନେଇ ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବରୁ ଅନେକ ଥର କହିଛନ୍ତି। ଏହି ସମ୍ଭାବନାର ବିକାଶ ପାଇଁ କେନ୍ଦ୍ର ସରକାର ବଜେଟରେ ବଡ଼ ପ୍ରାବଧାନ କରିଛନ୍ତି। ବୁଦ୍ଧିଷ୍ଟ ସର୍କିଟର ହେଉ ବା ଇକୋ ଟୁରିଜିମ ହେଉ ସବୁ କ୍ଷେତ୍ରରେ ଚଳିତ ବଜେଟ୍‌ରେ ଓଡ଼ିଶା ଏକ ସିଂଘ ଭାଗ ପାଇବ। ଏହାଦ୍ୱାରା ଓଡ଼ିଶାର ବିକାଶ ଅଧିକ ଦୃତଗତିରେ ହେବ ବୋଲି ଡ. ମହାନ୍ତି କହିଛନ୍ତି। ଏନେଇ ବିଜେପି ଓ ସାଢେ ୪କୋଟି ଓଡ଼ିଆଙ୍କ ତରଫରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀଥାରମଣଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଡ. ମହାନ୍ତି ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହି ସାମ୍ବାଦିକ ସମ୍ବିଳନୀରେ ବରିଷ୍ଠ ନେତା ସମ୍ବିତ ତ୍ରିପାଠୀ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget