loading...

ଯୁବ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ନେଇ କିଟ୍‍ରେ ‘ବ୍ରିକ୍‍ସ ଯୁବ ପରିଷଦ ଉଦ୍ୟୋଗିକତା ପ୍ରାକ୍‌-ପରାମର୍ଶ' ସମ୍ମିଳନୀ

ଭୁବନେଶ୍ୱର, ୦୪ ଫେବୃଆରୀ ୨୦୨୫



ଯୁବ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ନେଇ କିଟ୍‍ରେ ‘ବ୍ରିକ୍‍ସ ଯୁବ ପରିଷଦ ଉଦ୍ୟୋଗିକତା ପ୍ରାକ୍‌- ପରାମର୍ଶ' କାର୍ଯ୍ୟକ୍ରମ ମଙ୍ଗଳବାର କିଟ୍‍ରେ ଅନୁଷ୍ଠିତ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରାଳୟ, ଗ୍ଲୋବାଲ୍‍ କାଉଣ୍ଟର ଟେରୋରିଜିମ୍‍ କାଉନ୍‍ସିଲ୍‍ (ଜିସିଟିସି), କିଟ୍‍ ଟିବିଆଇ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଥିଲେ। ଶ୍ରୀମତୀ ପାଢ଼ୀ କହିଲେ, ଶିଳ୍ପର ବିକାଶ ବିନା କୌଣସି ରାଜ୍ୟ ବା ଦେଶ ସମୃଦ୍ଧ ହୋଇପାରିବ ନାହିଁ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉଦାହରଣ ଦେଇ ସେ କହିଲେ ମଧୁବାବୁ ଓଡ଼ିଶାକୁ ଶିଳ୍ପ ସଶକ୍ତ କରିବା ପାଇଁ ପ୍ରଥମେ ଚିନ୍ତା କରି ସେତେବେଳେ ଉତ୍କଳ ଟ୍ୟାନେରୀ ଓ ସମବାୟ ଆନ୍ଦୋଳନ ଆରମ୍ଭ କରିଥିଲେ। ଓଡ଼ିଶାର ତାରକସୀ କାମକୁ ସେ ବ୍ରିଟିଶ୍‍ ପାର୍ଲାମେଣ୍ଟରେ ପହଞ୍ଚାଇ ପାରିଥିଲେ। ଆଜି ଓଡ଼ିଶା ସରକାର ମଧ୍ୟ ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରୁଛନ୍ତି ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ। ସମ୍ମାନୀୟ ଅତିଥି ଭାବେ ଜିସିଟିସି କାର୍ଯ୍ୟକାରିଣୀ ସଦସ୍ୟ ଲ୍ୟୁଟ୍‍ନାଣ୍ଟ ଜେନେରାଲ୍‍ କମଲ ଜିତ ସିଂହ ଭାରତରେ ଷ୍ଟାର୍ଟଅପ୍‍ ବ୍ୟବସ୍ଥାର ବ୍ୟାପକ ବୃଦ୍ଧି ହୋଇଥିବା ସୂଚନା ଦେଇ କହିଲେ, ସଂପ୍ରତି ଭାରତରେ ୧ଲକ୍ଷ ୩୦ ହଜାର ଷ୍ଟାର୍ଟ ଅପ୍‍ ରହିଛି। ଭାରତ ଏବେ ବିଶ୍ୱର ୪ର୍ଥ ଷ୍ଟାର୍ଟ-ଅପ୍‍ ହବ୍‍ ହୋଇପାରିଛି। ଏହି ସବୁ ଷ୍ଟାର୍ଟ ଅପ୍‍ ପାଇଁ ଏଆଇ ଏକ ଚ୍ୟାଲେଞ୍ଜ ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। ଅନ୍ୟତମ ଅତିଥି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମାତା ସୁନ୍ଦରୀ କଲେଜ ଫର ୱିମେନ୍‍ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ପ୍ରଫେସର ପାରମିତା ଦତ୍ତ ବ୍ରିକ୍‍ସ ଉପରେ ସୂଚନା ଦେଇ କହିଲେ, ୨୦୨୩ରେ ବ୍ରିକ୍‍ସ ଆରମ୍ଭ ହୋଇଥିଲା। ଯୁବଗୋଷ୍ଠୀଙ୍କୁ ବୈଶ୍ୱିକ ସମସ୍ୟାର ସମ୍ମୁଖୀନ ହେବା ସହ ସଶକ୍ତ ହେବା ଦିଗରେ ଆରମ୍ଭ କରାଯାଇଥିବା ବ୍ରିକ୍‌ସରେ ଏବେ ୩୫ବର୍ଷରୁ କମ୍‍ ବୟସର ଥôବ । ୬୫ ପତ୍ର ଶି ତ ଯବୁ କଯୁବତୀ ଏଥେô ର ଯୋଗ ଦେଇସାରିଲେଣି। ଏହି ଅବସରରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଇନୋଭେସନ୍‍, ଏଣ୍ଟ୍ରେପ୍ରେନରସିପ ଆଣ୍ଡ ଭେଞ୍ଜର ଡେଭେଲପମେଣ୍ଟ ଉପରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଏକ ଏମ୍‍ବିଏ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିବା ଘୋଷଣା କରିଥିଲେ। କାର୍ଯ୍ୟକ୍ରମରେ କିଟ୍‍ ଗବେଷଣା ଓ ବିକାଶ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ସୁଆର ସ୍ୱାଗତ ଭାଷଣ ଦେଇଥିବା ବେଳେ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‍ କ୍ଲଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନମ୍ରତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। 

ଏଥିରେ ବିଭିନ୍ନ ଅନୁଷ୍ଠାନରୁ ୭ଶହ ଛାତ୍ରଛାତ୍ରୀ ପ୍ରତିନିଧି ଯୋଗଦେଇଥିବା ବେଳେ ୧୬୦ଜଣ ସେମାନଙ୍କ ଷ୍ଟାର୍ଟଅପ୍‍ ପରିକଳ୍ପନା ପ୍ରଦର୍ଶିତ କରିଥିଲେ। ଶ୍ରେଷ୍ଠ ବିବେଚିତ ୫ଟି ଷ୍ଟାର୍ଟଅପ୍‍କୁ ୨୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget