loading...

କିଟ୍ ରେ ଡ୍ୟାମ୍ ସୁରକ୍ଷା ଓ ପରିଚାଳନା ଉପରେ ଅନ୍ତର୍ଜାତୀୟ କର୍ମଶାଳା

ଭୁବନେଶ୍ୱର, ୨୧ ଫେବୃଆରୀ ୨୦୨୫

ଡ୍ୟାମ୍ ସୁରକ୍ଷା ଓ ପରିଚାଳନା ଉପରେ କିଟ୍ ବିଶ୍ୱବିଦ୍ୟାଳୟରେ ଅନ୍ତର୍ଜାତୀୟ କର୍ମଶାଳା ଆଇଡବ୍ଲୁଡିଏସ୍‍-୨୦୨୫ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଏହା ହେଉଛି ଆଇଡବ୍ଲୁଡିଏସର ଦ୍ୱିତୀୟ ଅନ୍ତର୍ଜାତୀୟ କର୍ମଶାଳା। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ମୁଖ୍ୟ ଶାସନ ସଚିବ ପି.କେ. ଜେନା ଓଡ଼ିଶା ଭଳି ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟରେ ବିପର୍ଯ୍ୟୟର ମୁକାବିଲା ପାଇଁ ସର୍ବାଧିକ ପ୍ରସ୍ତୁତିର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ନିଜ ପ୍ରଶାସନିକ ଅଭିଜ୍ଞତାରୁ ଉଲ୍ଲେଖ କରି ସେ କହିଲେ ନଦୀବନ୍ଧର ସ୍ଥାୟିତ୍ୱ ମୂଲ୍ୟାଙ୍କନ କରିବା ବେଳେ ଭୂକମ୍ପ ଭଳି ସମ୍ଭାବ୍ୟ ବିପର୍ଯ୍ୟୟ ପରିସ୍ଥିତିର ମୁକାବିଲା ପାଇଁ ଇଞ୍ଜିନିୟରଙ୍କ ସହ ପ୍ରାକ୍‍ ସାବଧାନତା ଉପରେ ଆଲୋଚନା କରାଯାଇଥାଏ। ଓଡ଼ିଶାର ଉପରମୁଣ୍ଡରେ ଥିବା ଜଳଭଣ୍ଡାରରୁ ପ୍ରବଳ ମୌସୁମୀ ଜଳ ପ୍ରବାହକୁ ଦୃଷ୍ଟିରେ ରଖି ନଦୀବନ୍ଧ ସୁରକ୍ଷା ରାଜ୍ୟ ପାଇଁ ସର୍ବୋଚ୍ଚ ପ୍ରାଥମିକତା ରହିଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଡି ଆଣ୍ଡ ଆର୍‍ ସଦସ୍ୟ ତଥା ଭାରତ ସରକାରଙ୍କ ଅତିରିକ୍ତ ସଚିବ ଭୋପାଳ ସିଂହ କହିଲେଭାରତରେ ୬୬୧୫ଟି ବଡ଼ ଡ୍ୟାମ ରହିଥିବା ବେଳେ ଏ କ୍ଷେତ୍ରରେ ବିଶ୍ୱରେ ଭାରତ ୩ ନମ୍ବରରେ ରହିଛି । ତେଣୁ ଏହିସବୁ ନଦୀବନ୍ଧର ସୁରକ୍ଷା କ୍ଷେତ୍ରରେ ଅତ୍ୟାଧୁନିକ ସୁରକ୍ଷା ପଦକ୍ଷେପ ନିଆଯିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।

କିଟ୍ ବିଶ୍ୱବିଦ୍ୟାଳୟ ଓ ଆଇଆଇଟି ଗୌହାଟୀର ଟେକ୍ନୋଲୋଜି ଇନୋଭେସନ୍ ହବ୍ ମିଳିତ ଆନୁକୂଲ୍ୟରେ ତିନିଦିନ ଧରି ଚାଲିବାକୁ ଥିବା ଏହି କର୍ମଶାଳାରେ ଜାତୀୟ ଏବଂ ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରି ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାଜରୁରୀକାଳୀନ କାର୍ଯ୍ୟ ଯୋଜନା ଏବଂ ଡ୍ୟାମ୍ ସୁରକ୍ଷା ପାଇଁ ଅଭିନବ ସମାଧାନ ଉପରେ ଆଲୋଚନା ହେବ।

ଉଦ୍‍ଘାଟନୀ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଶ୍ୱବ୍ୟାଙ୍କର ଡ. ରାଜଗୋପାଳ ସିଂହସିଡବ୍ଲୁସିର ପୂର୍ବତନ ଅଧ୍ୟକ୍ଷ ଏ.ବି. ପାଣ୍ଡ୍ୟାଙ୍କ ଭଳି ବିଶିଷ୍ଟ ବିଶେଷଜ୍ଞଆଇଆଇଟି ଗୌହାଟୀର ପ୍ରଫେସର ଶୁଭାଶିଷ ଦତ୍ତଅଜୟ ପ୍ରଧାନକିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହଆଇଡବ୍ଲୁଡିଏସ୍‍ର ସହ ଆବାହକ ପ୍ରଫେସର ବେଣୁଗୋପାଳ ମହାପାତ୍ର ଏବଂ ଜଳସଂପଦ ପରିଚାଳନା ବିଶେଷଜ୍ଞଙ୍କ ସମେତ ବହୁ ଗଣ୍ୟମାନ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ।


Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget