ଭୁବନେଶ୍ୱର, ୨୭ ମଇ ୨୦୨୫
ଆଜି ସାମାଜିକ ଅନୁଷ୍ଠାନ “ଭଏସ ଏଗେନଷ୍ଟ ହେଟ” ଏବଂ ସାହିତ୍ୟ ପତ୍ରିକା ଅକ୍ଷର ପକ୍ଷରୁ ଭାରତ ବର୍ଷର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କ ଶ୍ରାଦ୍ଧବାର୍ଷିକ ପାଳନ ଅବସରରେ ଗୀତ ଗୋବିନ୍ଦ ସଦନ ଠାରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଏହି ଆଲୋଚନା ଚକ୍ରରେ ନେହେରୁ: ଅପପ୍ରଚାର ବନାମ ବାସ୍ତବତା ପ୍ରସଙ୍ଗରେ ମଧ୍ୟ ପ୍ରଦେଶ ଭୋପାଳରୁ ଭାରତର ସୁନାମଧନ୍ୟ ସାମ୍ବାଦିକ, ଗବେଷକ ଏବଂ ଲେଖକ ତଥା ପ୍ରସିଦ୍ଧ ପୁସ୍ତକ “ନେହେରୁ ମିଥକ ଏବଂ ସତ୍ୟ” ର ଲେଖକ ଶ୍ରୀ ପିୟୁସ ବୋବେଲେ ଉଦ୍ବୋଧନ ଦେଇଥିଲେ। ପ୍ରଥମେ ଶ୍ରୀ ବୋବେଲେଙ୍କୁ ଓଡ଼ିଶାର ବିଶିଷ୍ଟ ଅର୍ଥନୀତିଜ୍ଞ ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ପଞ୍ଚାନନ କାନୁନଗୋ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ବୋବେଲେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଭାରତୀୟ ଲୋକତନ୍ତ୍ରରେ ସମାନତାର ଭାବନାକୁ ପଣ୍ଡିତ ନେହେରୁ ହିଁ ଯୋଡ଼ିଥିଲେ। ସମ୍ବିଧାନ ପ୍ରସ୍ତୁତ ସମୟରେ ଆରକ୍ଷଣର ବ୍ୟବସ୍ଥା କରି ପଣ୍ଡିତ ନେହେରୁ ଅନସୂଚିତ ଜାତି ଓ ଜନଜାତିଙ୍କୁ ସମାଜରେ ଉପଯୁକ୍ତ ଅଧିକାର ଦେବାପାଇଁ ଗୁରୁତ୍ୱ ଦେଇଥିଲେ। ପଣ୍ଡିତ ନେହେରୁ ଜମିଦାରୀ ପ୍ରଥାର ଉଚ୍ଛେଦ କରି ଚାଷୀଙ୍କୁ ସେମାନଙ୍କର ଜମିର ଅଧିକାର ଦେବାର ବ୍ୟବସ୍ଥା କଲେ। ଦେଶର କ୍ଷୁଦ୍ର ଚାଷୀ ପଛୁଆ ବର୍ଗ, ଦଳିତ ଓ ଆଦିବାସୀ ବର୍ଗର ଅଟନ୍ତି। ଜମିଦାରୀ ଉଛେଦ ଫଳରେ ସେମାନେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ମଜବୁତ ହୋଇପାରିଲେ। ଶିକ୍ଷା, କୃଷି, ଜଳସେଚନ ଏବଂ ଉଦ୍ୟୋଗ କ୍ଷେତ୍ରରେ ପଣ୍ଡିତ ନେହେରୁ ବିପ୍ଳବ ଆଣିଥିଲେ। ବିଶେଷକରି କାରିଗରୀ ଶିକ୍ଷାପାଇଁ ପଣ୍ଡିତ ନେହେରୁ ବଡ଼ ବଡ଼ ଅନୁଷ୍ଠାନ ସ୍ଥାପନ କଲେ ଯାହା ଫଳରେ ସେଠାରେ ଶିକ୍ଷାଲାଭ କରି ଛାତ୍ରଛାତ୍ରୀମାନେ ଭାରତରେ ସ୍ଥାପନ ହୋଇଥିବା ବଡ଼ ବଡ଼ ଶିଳ୍ପସଂସ୍ଥାମାନଙ୍କରେ ନିଯୁକ୍ତି ପାଇଲେ। ଏହାଦ୍ୱାରା ମଧ୍ୟମ ବର୍ଗର ଲୋକମାନଙ୍କର ବହୁ ଉନ୍ନତି ହେଲା। ନେହେରୁଙ୍କର ଆର୍ଥିକ ଏବଂ ସାମାଜିକ ବ୍ୟବସ୍ଥାରେ ପଛୁଆବର୍ଗ, ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ ଓ ସମସ୍ତ ବର୍ଗର ଲୋକେ ନ୍ୟାର୍ଯ୍ୟ ଅଧିକାର ପାଇଲେ।
ନେହେରୁ ନବଭାରତର ନିର୍ମାଣ କରିଛନ୍ତି। ନେହେରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତୀ ଆଣିବାପାଇଁ ଏମ୍ସର ପ୍ରତିଷ୍ଠା କରିଥିଲେ। ବିଶେଷକରି ତାଙ୍କର ପ୍ରଧାନମନ୍ତ୍ରୀତ୍ୱରେ ବିଜ୍ଞାନ କ୍ଷେତ୍ରରେ ଉନ୍ନତି ପାଇଁ ଅଧ୍ଚଳ ପ୍ରାଧାନ୍ୟ ଦେଉଥିଲେ। ଧର୍ମ, ବର୍ଣ୍ଣ, ଜାତି, ଆଞ୍ଚଳିକବାଦ ବ୍ୟତିତ ଏକ ଧର୍ମନିରପେକ୍ଷ ଏବଂ ଉନ୍ନତ ରାଷ୍ଟ୍ରର ସ୍ୱପ୍ନ ଦେଖୁଥିଲେ ଏବଂ ସେ ଦିଗରେ ବଳିଷ୍ଠ ପଦକ୍ଷେପ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ କହିଥିଲେ ଯେ ଓଡ଼ିଶାକୁ ପଣ୍ଡିତ ନେହେରୁଙ୍କ ଅବଦାନ ଅତୁଳନୀୟ। ସେ ରାଜଧାନୀ ଭୁବନେଶ୍ୱର ପ୍ରତିଷ୍ଠା କରିଥିଲେ। ସେହିଭଳି ପାରଦ୍ୱୀପ ବନ୍ଦର, ରାଉରକେଲା ଷ୍ଟିଲପ୍ଲାଂଟ ମଧ୍ୟ ନେହେରୁଙ୍କ ଅବଦାନ। ହୀରାକୁଦ ବନ୍ଦରର ଉଦ୍ଘାଟନ କରି ସେ କହିଥିଲେ ଯେ ଏହା ଭାରତବର୍ଷର ମନ୍ଦିର। ଓଡ଼ିଶାର ସାଧାରଣଜନତାଙ୍କର ମଙ୍ଗଳପାଇଁ ଏ ନଦୀବନ୍ଧ ଯୋଜନା ଉର୍ଦ୍ଦିଷ୍ଟ। ଓଡ଼ିଶା ମନ୍ଦିରମାଳିନୀ ରାଜ୍ୟ। ଏଥି ସହ ଆଉ ଏକ ମନ୍ଦିର ଯୋଡ଼ି ହୋଇଛି। ପଣ୍ଡିତ ନେହେରୁ ତାଙ୍କର ଜୀବନର ଅନ୍ତିମ ବାର୍ତ୍ତାରେ କହିଥିଲେ ଯେ ଓଡ଼ିଶା ଏକ ଛୋଟରାଜ୍ୟ କିନ୍ତୁ ଏହି ରାଜ୍ୟର ଲୋକମାନଙ୍କର ହୃଦୟ ବଡ଼।
“ଭଏସ ଏଗେନଷ୍ଟ ହେଟ”ର ଆବାହକ ଶ୍ରୀ ମାନସ ଚୌଧୁରୀ କହିଥିଲେ ଯେ ଏବେ ଭାରତବର୍ଷର ନିର୍ମାତାଙ୍କ ନାମରେ ମିଥ୍ୟା ଅଭିଯୋଗ ଯୋଡ଼ି ଦିଆଯାଉଛି। ଶାସନ ଗାଦିରେ ବସି ରହିବାପାଇଁ ଧାର୍ମିକ ଅସହିଁଷ୍ଣୁତାକୁ ଉସୁକା ଯାଉଛି। ଏ ସରକାର ନିଜର ଅପାରଗତକୁ ଘୋଡ଼ାଇବାକୁ ଯାଇ ସବୁ ଦୋଷ ନେହେରୁଙ୍କ ମୁଣ୍ଡରେ ଲଦି ଦେଉଛନ୍ତି। ନେହେରୁଙ୍କର ଦିଗଦର୍ଶନ, ଆଦର୍ଶ ଓ ଚିନ୍ତାଧାରାକୁ ଗ୍ରହଣ କରି “ଭଏସ ଏଗେନଷ୍ଟ ହେଟ” ଆଜି ରାଜ୍ୟରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ମହିଳା, ଅନୁସୂଚିତ ଜାତି, ଜନଜାତି ଓ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ନ୍ୟାୟ ଦେବାପାଇଁ ସଂଗ୍ରାମ କରୁଛି। ଅକ୍ଷରର ସମ୍ପାଦକ ଶ୍ରୀ ଅମିୟ ପାଣ୍ଡବ କହିଥିଲେ ଯେ ଆଜିର ଦିନରେ ନେହେରୁଙ୍କ ବିଚାରଧାରା ପ୍ରତି ଗୈରିକ ସଂଗଠନ ଭୟଙ୍କର ଆକ୍ରମଣ କରୁଛନ୍ତି। ଯାହା ଦେଶପାଇଁ ବିପଦ। ଆଜିର ଯୁବ ସମାଜ ନେହେରୁଙ୍କର ଆଦର୍ଶର ଅନୁପ୍ରାଣିିତ ହୋଇ ଦେଶ ଗଠନ କ୍ଷେତ୍ରରେ ନିଜକୁ ନିୟୋଜିତ କରନ୍ତୁ।
ସଂଗଠନର ବରିଷ୍ଠ ସଦସ୍ୟ ଏହି କାର୍ଯ୍ୟକ୍ରମରେ ପାରମ୍ଭିକ ଭାଷଣ ଦେଇଥିଲେ। ସଂଗଠନର ସଦସ୍ୟ ମିହିର ଅହମ୍ମଦ ଅଲ୍ଳୀ, ରାଖଲ ପଟ୍ଟନାୟକ, ରାହୁଲ ମହାନ୍ତି ଓ ମହମ୍ମଦ ପରଭେଜ ପ୍ରମୁଖ ଅତିଥି ଶ୍ରୀ ବୋବେଲେ ଏବଂ ପିସିସି ସଭାପତି ଶ୍ରୀ ଦାସଙ୍କୁ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ତମ୍ବକାର ନଟବର ଖୁଂଟିଆ, ପ୍ରଫେସର ବିଜୟ ବହିଦାର, ଅର୍ଥନୀତିଜ୍ଞ ଡ. ଭରତ ବେହେରା, ୟାସିର ନୱାଜ, ରଣଜିତ ପାତ୍ର, ମହମ୍ମଦ ଇମଦାଦ, ମନୋଜ ରାଉତ, ମନୋଜ ବିଶ୍ୱାଳ, ପଲ୍ଲବ ଲିମା, ମିଲନ ପଟ୍ଟନାୟକ, ଶିଶିର ରଥ, ଆକାଶ ଭୂୟାଁ,ଆଶିଷ ମହନ୍ତ, ସ୍ୱାଗତ କର, ନିହାର ବେହେରା, ତାପସ ସେଠୀ, ରଣଜିତ ସେନାପତି, ସଂଜୟ ତ୍ରିପାଠୀ, ସମ୍ବୁ ପାଣିଗ୍ରାହ. ପ୍ରଶାନ୍ତ ଶତପଥି, ଶ୍ରିୟାସ୍ମିତା ପଣ୍ଡା, ବିଜୟାନନ୍ଦ ଚାଉଳିଆ, ସୁବ୍ରତ ଗଡ଼ନାୟକ, ଲିପିକା ପାତ୍ର, ସୁଶ୍ରୀ ମହାନ୍ତି, କୁସୁମ ପ୍ରଧାନ, ଜୟଶ୍ରୀ ପାତ୍ର, ବିରଞ୍ôଚ ବାରିକ ପ୍ରମୁଖ ବହୁ ଯୁବକ ଓ ଛାତ୍ର ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ଶେଷର ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।
Post a Comment