ଭୁବନେଶ୍ୱର, ୨୨ ମଇ ୨୦୨୫
ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କର ଅବସରପ୍ରାପ୍ତ ମହାପ୍ରବନ୍ଧକ ବିଷ୍ଣୁ ମୋହନ ପଣ୍ଡାଙ୍କ ରଚିତ “ହକି ଇନ୍ ଇଣ୍ଡିଆ” ପୁସ୍ତକଟି କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ପ୍ରଦାନ କରାଯାଇଛି। ହକି କେବଳ ଏକ ଖେଳ ନୁହେଁ ବରଂ ଏହା ଆମର ଜାତୀୟ ଗୈାରବ ଅଟେ ବୋଲି ଏହି ପୁସ୍ତକରେ ଉଲ୍ଲେଖ କରାଯାଇଥିବା ସହ ହକି ଖେଳାଳୀମାନଙ୍କ ସଂକ୍ଷିପ୍ତ ବିବରଣୀ ଏବଂ ଷ୍ଟାଡିୟମ୍ ସମ୍ପର୍କରେ ଏଥିରେ ବର୍ଣ୍ଣନା କରାଯାଇଛି। ଏହି ପୁସ୍ତକଟି ପୂର୍ବରୁ ହକି ତାରକା ହରବିନ୍ଦର ସିଂଙ୍କ ହାତରେ ଦିଲ୍ଲୀଠାରେ ଏବଂ ହକି ଇଣ୍ଡିଆର ସଭାପତି ଦିଲ୍ଲୀପ ତିର୍କୀଙ୍କ ହାତରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଉନ୍ମୋଚିତ ହୋଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ପଣ୍ଡା ଭଗବାନ ଶ୍ରୀରାମ, ବୈାଦ୍ଧ ପଥ, ଜୈନ ପଥ ଏବଂ ବ୍ୟାଙ୍କିଙ୍ଗ୍ ସମ୍ପର୍କୀତ ପୁସ୍ତକ ସହିତ ଓଡିଶା, ଛତିଶଗଡ ଓ ନେପାଳ ଆଦି ସ୍ଥାନର ପର୍ଯ୍ୟଟନ ଏବଂ ସଂସ୍କୃତି ଉପରେ ୨୬ଟି ପୁସ୍ତକ ରଚନା କରିଛନ୍ତି।
Post a Comment