ଭୁବନେଶ୍ୱର, ୦୩ ମଇ ୨୦୨୫
ରାଜ୍ୟରେ ଜଳସମ୍ପଦର ନିରନ୍ତର ପରିଚାଳନାକୁ ସୁଦୃଢ଼ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଜଳସମ୍ପଦ ବିଭାଗ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କମାଣ୍ଡ ଏରିଆ ଡେଭଲପମେଣ୍ଟ ଆଣ୍ଡ ୱାଟର ମ୍ୟାନେଜମେଣ୍ଟ (ସିଏଡି ଆଣ୍ଡ ଡବ୍ଲ୍ୟୁଏମ) ଏବଂ ରିଜନଷ୍ଟ୍ରକସନ ଅଫ୍ ଫିଲ୍ମ ଚ୍ୟାନେଲ (ଆରସିଓଏଫସି) ଯୋଜନା ଉପରେ ସ୍ବାଧୀନ ମୂଲ୍ୟାୟନ ଅଧୟନର ଫଳାଫଳ ସମ୍ପର୍କରେ ସମ୍ପୃକ୍ତ ଅଂଶୀଦାରମାନଙ୍କ ସହିତ ଆଲୋଚନା କରିବା ପାଇଁ ଏହି ବୈଠକ ଡକାଯାଇଥିଲା । ବୈଠକରେ ଜଳସମ୍ପଦ, ଅର୍ଥ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏବଂ ପ୍ରମୁଖ ଅଂଶୀଦାରମାନେ ଯୋଗ ଦେଇଥିଲେ।
ଏହି ଅଧ୍ୟୟନରେ ୨୦୨୧.୨୨ରୁ ୨୦୨୩-୨୪ ମଧ୍ୟରେ ଉଭୟ ନୂତନ ଏବଂ ପୁନଃନିର୍ମିତ କ୍ଷେତ୍ର ପ୍ରଣାଳୀ କାର୍ଯ୍ୟକୁ ଅନ୍ତର୍ଭୁକ୍ତ କରି ଛଅଟି ନମୁନା ବିଭାଗରେ ହୋଇଥିବା ଅଗ୍ରଗତିର ଆଳଳନ କରାଯାଇଥିଲା । ଫଳାଫଳରେ ୫୯ଟି ବୃହତ୍, ମଧ୍ୟମ ଏବଂ କ୍ଷୁଦ୍ର ଜଳସେଚନ ପ୍ରକଳ୍ପର କମାଣ୍ଡ ଏରିଆରେ ଲକ୍ଷ୍ୟଲିରିକ ପଦକ୍ଷେପ ମାଧ୍ଯମରେ ଜଳସେଚନ ବକ୍ଷତା, କୃଷକ ଅଂଶଗ୍ରହଣ ଏବଂ କୃଷି ଉତ୍ପାଦକତାରେ ଉନ୍ନତି ଆଣିବାରେ ଓଡ଼ିଶାର ଉଲ୍ଲେଖନୀୟ ସଫଳତା ଉପରେ ଆଲୋକପାତ କରାଯାଇଥିଲା ।
ଅନୁସନ୍ଧାନରୁ ମୁଖ୍ୟଶ ଅନୁସାରେ ସେଗ୍ନାଂଚଳର ଉଲ୍ଲେଖନୀୟ ପରିଚାଳନା ଯୋଗୁଁ ରାଜ୍ୟର ଜଳସେଚିତ ଜମି ୪୪%ରୁ ୮୯%କୁ ଉଲ୍ଲେଖନୀୟ ବୃଦ୍ଧି ଘଟିଛି, ଯାହା ଜଳସେଚନ କ୍ଷମତା ବ୍ୟବହାର (ଆଇପିୟୁ)ରେ ୧୦୨% ବୃଦ୍ଧିକୁ ପ୍ରତିଫଳିତ କରୁଛି । ପରିବାର ପିଛା ହାରାହାରି ଜଳସେଚିତ ଜମି ଦୁଇଗୁଣ ବୃଦ୍ଧି ଘଟି ୦.୯ ଏକରରୁ ୧.୮ ଏକର ହୋଇଛି । ହାରାହାରି ଧାନ ଅମଳ ୧୮% ବୃଦ୍ଧି ପାଇଥିବା ବେଳେ ଆୟ ୮୪% ବୃଦ୍ଧି ପାଇଛି ।
ଏହି ଅଧ୍ୟୟନରେ ଫସଲର ଘନତ୍ବକୁ ବୃଦ୍ଧି କରିବା, ପାଣି ପଂଚାୟତ ମାଧ୍ୟମରେ କୃଷକଙ୍କ ଯୋଗଦାନ ଏବଂ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ସକାରାତ୍ମକ ପ୍ରଭାବକୁ ଉଲ୍ଲେଖ କରାଯିବା ସହ କ୍ଷେତ୍ର ଚାନେଲ ନିର୍ମାଣର ମାନ, ରକ୍ଷଣାବେକ୍ଷଣ ବ୍ୟବସ୍ଥା ଏବଂ ଜଳ ପରିଚାଳନା ସଂସ୍କାରରେ ଉନ୍ନତି ଆଣିବାକୁ ସୁପାରିଶ କରାଯାଇଛି ।
ଶ୍ରୀମତୀ ଗର୍ଗ ଏହି ଅଗ୍ରଗତିକୁ ପ୍ରଶଂସା କରିବା ସହ ଅନ୍ତର୍ଭୁଭିକରଣ, ବୈଷୟିକ ଜ୍ଞାନକୌଶଳ ଲିଲିକ ଏବଂ କୃଷକ-କୈନ୍ଦ୍ରିକ ଜଳସେଚନ ସଂସ୍କାର ପାଇଁ ରାଜ୍ୟର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଠିକ୍ ସମୟରେ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ଦୃଢ଼ ତଦାରଖ ବ୍ୟବସ୍ଥା ଏବଂ ଡିଜିଟାଲ ପ୍ଲାଟଫର୍ମ ସହିତ ସମନ୍ୱୟ ଉପରେ ସେ ଗୁରୁତ୍ବାରୋପ କରିଥିଲେ ।
Post a Comment