ଭୁବନେଶ୍ୱର, ୨୩ ମଇ ୨୦୨୫
୧୭୯ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକ ଏବଂ ଓଡ଼ିଶାର ଆର୍ଥିକ ଅନ୍ତର୍ଭୁକ୍ତିକରଣ ଏବଂ ଆର୍ଥିକ ସାକ୍ଷରତା ଉପରେ ସ୍ୱତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତିର ବୈଠକ ଶୁକ୍ରବାର ଭୁବନେଶ୍ୱରସ୍ଥିତ ହୋଟେଲ ମେ’ ଫେୟାର ଠାରେ ଅନୁଷ୍ଠିତ ହୋଇଯାଇଛି।
ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ଏସଏଲବିସି ଓଡ଼ିଶାର ଅଧ୍ୟକ୍ଷ ବିଜୟ କୁମାର ନିବୃତ୍ତି କାମ୍ବଲେ ସୂଚନା ଦେଇଛନ୍ତି ଯେ, ରାଜ୍ୟ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବାର୍ଷିକ କ୍ରେଡିଟ୍ ଯୋଜନା ଅଧୀନରେ ରାଜ୍ୟର ବ୍ୟାଙ୍କମାନେ ୧.୯୪ ଲକ୍ଷ କୋଟି ଟଙ୍କା ହାସଲ କରିଛନ୍ତି ଯାହା ଧାର୍ଯ୍ୟ ଲକ୍ଷର ୯୨.୬୧%। ରାଜ୍ୟର ବ୍ୟାଙ୍କଗୁଡ଼ିକ କୃଷି କ୍ଷେତ୍ରରେ ୧୦୨.୨୭% ଏବଂ ଏମଏସଏମଇ ଲକ୍ଷ୍ୟ ଅନୁଯାୟୀ ୯୨.୬୮% ହାସଲ କରିଛନ୍ତି। ସାମାଜିକ ସୁରକ୍ଷା ଯୋଜନା ଅଧୀନରେ ବ୍ୟାଙ୍କଗୁଡ଼ିକର ସଫଳତା ଉଲ୍ଳେଖନୀୟ ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା(ଚଗଔଔଈଣ) ୧୨୯.୮୩%, ପ୍ରଧାମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ଚଗଝଈଣ) ୧୧୬.୬୪%, ଅଟଳ ପେନସନ ଯୋଜନା (ଇଚଣ) ୧୧୦.୮୫% ଏବଂ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ଚଗଔଊଣ) ୧୦୬.୦୧% ସହିତ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା(ଚଗଔଔଈଣ) ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା(ଚଗଝଈଣ) ଅଧୀନରେ ୨୭,୦୦୦ରୁ ଅଧିକ ବୀମା ଦାବିର ସମାଧାନ କରାଯାଇଛି।
ଓଡ଼ିଶା ସରକାରଙ୍କ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି ଯେ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ବାର୍ଷିକ ଋଣ ଯୋଜନା ଲକ୍ଷ୍ୟ ୨.୫୨ ଲକ୍ଷ କୋଟି ଟଙ୍କା ରଖାଯାଇଛି। ବ୍ୟାଙ୍କଗୁଡ଼ିକୁ କୃଷି ଏବଂ ଏମ୍ଏସ୍ଏମ୍ଇ କ୍ଷେତ୍ର ଉପରେ ବିଶେଷ ଗୁରୁତ୍ୱ ଦେଇ ସମଗ୍ର ଓଡ଼ିଶାର ଅଭିବୃଦ୍ଧି ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି ଯାହାଦ୍ୱାରା ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ୱରର କ୍ଷେତ୍ରୀୟ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି ରାଜ୍ୟର ବିକାଶ ପାଇଁ ବାର୍ଷିକ ଋଣ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ହାସଲ ଉପରେ ଗୁରୁତ୍ୱାରୋପ କରିଥିଲେ। ଚଳିତ ବର୍ଷ ଲକ୍ଷ୍ୟ ହାସଲ କରିବା ପାଇଁ ଆରମ୍ଭରୁ ପ୍ରୟାସ କରିବାକୁ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଥିଲେ। ଜିଲ୍ଲାସ୍ତରରେ ଏମଏସଏମଇ ଉଦ୍ୟୋଗୀମାନଙ୍କ ସମସ୍ୟାର ସମାଧାନ ପାଇଁ ଟାଉନ ହଲ ବୈଠକ ଆୟୋଜନ କରିବା ପାଇଁ ଅଗ୍ରଣୀ ଜିଲ୍ଲା ପ୍ରବନ୍ଧକମାନଙ୍କର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।
ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର ବ୍ୟାଙ୍କଗୁଡ଼ିକୁ ସାମାଜିକ ସୁରକ୍ଷା ଯୋଜନାରେ ପଞ୍ଜିକରଣ ଏବଂ ସହଜ ଦାବି ସମାଧାନ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ। ସେ ସିଜିଟିଏମଏସଇ କଭରେଜ୍ ଏବଂ ମୁଦ୍ରା ଋଣ ବଣ୍ଟନ ବୃଦ୍ଧି ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ।
ଓଡ଼ିଶା ସରକାରଙ୍କ ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ କିଷାନ କ୍ରେଡିଟ୍ କାର୍ଡ ସାଚୁରେସନ ବୃଦ୍ଧି ଏବଂ ଆଲାଏଡ୍ କୃଷି କ୍ଷେତ୍ରର ଅଗ୍ରଗତି ଉପରେ ଗୁରୁତ୍ୱାରୋପ କରିଥିଲେ।
ଓଡ଼ିଶା ସରକାରଙ୍କ ବାଣିଜ୍ୟ ଏବଂ ପରିବହନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ସୂଚନା ଦେଇଥିଲେ ଯେ, ସାମଗ୍ରିକ ବିକାଶ ଏବଂ ନାଗରିକ କଲ୍ୟାଣ ପାଇଁ ଲକ୍ଷ୍ୟ ରଖାଯାଇଥôବା ‘ଆମ ସୁବାହକ ଏବଂ ଇ-ବସ୍ ସୁଧ ରିହାତି’ ନାମକ ଦୁଇଟି ଯୋଜନାକୁ ଓଡ଼ିଶା ସରକାର ଚୂଡ଼ାନ୍ତ କରିବା ପ୍ରକ୍ରିୟାରେ ଅଛନ୍ତି। ଏହି ଯୋଜନାଗୁଡ଼ିକରେ ଉନ୍ନତି ପାଇଁ ସମସ୍ତ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେବାକୁ ଅନୁରୋଧ କରିଛନ୍ତି।
ଭୁବନେଶ୍ୱର ନାବାର୍ଡର ମୁଖ୍ୟ ମହାପ୍ରବନ୍ଧକ ସୂଚନା ଦେଇଥିଲେ ଯେ, ନାବାର୍ଡ ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଣ୍ଠି ଅଧୀନରେ ପ୍ରତିପୂରଣ ସୁବିଧା ପ୍ରଧାନ କରୁଛି।
ୟୁକୋ ବ୍ୟାଙ୍କର ମହାପ୍ରବନ୍ଧକ ଏବଂ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ଓଡ଼ିଶାର ସଂଯୋଜକ ଗୌତମ ପାତ୍ର ମାର୍ଚ୍ଚ ମାସରେ ଶେଷ ହୋଇଥିବା ଆର୍ଥିକ ବର୍ଷ ପାଇଁ ସମସ୍ତ ବ୍ୟାଙ୍କର ପ୍ରଦର୍ଶନ ବିଷୟରେ ବିଶଦ ଆଲୋଚନା କରିଥିଲେ।
ଶେଷରେ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ଓଡ଼ିଶା ପ୍ରଭାରୀ ଲିଙ୍ଗରାଜ ନାୟକ ସମ୍ମାନିତ ଅତିଥି ଏବଂ ବୈଠକର ସମସ୍ତ ଅଂଶଗ୍ରହଣକାରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
Post a Comment