loading...

ପି.ଜି. ପାଇଁ ସଂରକ୍ଷଣ ଦେଲେ : ମେଡିକାଲ୍‌, ଇଂଜୀନିୟରିଂରେ ଓବିସି ସଂରକ୍ଷଣ କେବେ ? ମୁଖ୍ୟମନ୍ତ୍ରୀଙ୍କୁ ଓବିସି ଫୋରମ୍‌ର ପତ୍ର

ଭୁବନେଶ୍ୱର, ୫ ଜୁନ ୨୦୨୫


ରାଜ୍ୟର ୧୧୬ଟି କଲେଜ ଓ ବିଶ୍ୱବିଦ୍ୟାଳୟରେ ପି.ଜି. କରିବା ପାଇଁ ହୋଇଥିବା ଏଣ୍ଟ୍ରାନ୍ସର ଫଳ ଗତକାଲି ବାହାରିଛି । ଆବେଦନ ସମୟରେ ଛାତ୍ରଛାତ୍ରୀମାନେ ଓବିସି ସାର୍ଟିଫିକେଟ୍ ଦେଇପାରି ନଥିଲେ। ଆସନ୍ତା ୧୩ ତାରିଖ ସୁଦ୍ଧା ସବୁ ପି.ଜି. ପାଠ ପାଇଁ ଛାତ୍ରଛାତ୍ରୀମାନେ ଚଏସ୍ ଲକିଙ୍ଗ୍ କରିବେ । ତା’ ପୂର୍ବରୁ ଓବିସି ସାର୍ଟିଫିକେଟ୍ ଦାଖଲ କରିବା ପାଇଁ ରାଜ୍ୟ ସରକାର ଗତକାଲି ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ଦୁଃଖର କଥା ପିଜି କୋର୍ସ ପାଇଁ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ସଂରକ୍ଷଣର ସୁଯୋଗ ଦେଇଥିଲା ବେଳେ ମେଡିକାଲ୍ ଓ ଇଂଜିନିୟରିଂ ପାଠ୍ୟକ୍ରମ ପାଇଁ ରାଜ୍ୟର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ଏପର୍ଯ୍ୟନ୍ତ କୌଣସି ଘୋଷଣା କରିନାହାଁନ୍ତି । ଜୁନ୍ ୧୨ ତାରିଖ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ପୂର୍ବରୁ ରାଜ୍ୟର ୫୨ ଭାଗ ପଛୁଆବର୍ଗର ଛାତ୍ରଛାତ୍ରୀଙ୍କୁ ମେଡ଼ିକାଲ୍ ଓ ଇଂଜିନିୟରିରେ ସଂରକ୍ଷଣ ଦେବାକୁ ରାଜ୍ୟ ଓବିସି ଫୋରମର ଅଧ୍ୟକ୍ଷ ରବି ବେହେରା ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ପତ୍ର ଲେଖି ଅନୁରୋଧ କରିଛନ୍ତି । ଏଠାରେ ଉଲ୍ଲେଖଥାଉକି, ଗତ ମଇ ମାସ ୧୪ ତାରିଖ ଦିନ ରାଜ୍ୟ କ୍ୟାବିନେଟ୍ ବୈଠକରେ ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ ନାମଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ଦେବାପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ । ୨୦୦୬ ମସିହାରେ କେନ୍ଦ୍ର ସରକାର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଆଇ.ଆଇ.ଟି., ଆଇ.ଆଇ.ଏମ୍‌. ଓ ଏ.ଆଇ.ଆଇ.ଏମ୍‌.ଏସ୍‌.ରେ ନାମଲେଖାରେ ୨୭ଭାଗ ସଂରକ୍ଷଣ ଦେଇଆସୁଛନ୍ତି । ଏହାର ୨୦ ବର୍ଷ ପରେ ଓଡ଼ିଶା ସରକାର ୨୦୨୫-୨୬ ଶିକ୍ଷାବର୍ଷଠାରୁ ରାଜ୍ୟର ୫୨ଭାଗ ଓବିସି ଛାତ୍ରଛାତ୍ରୀଙ୍କୁ ମାତ୍ର ୧୧.୨୫% ସଂରକ୍ଷଣ ଦେବାକୁ ଯାଉଛନ୍ତି । ଏହି ସଂରକ୍ଷଣକୁ ୨୭% କୁ ବୃଦ୍ଧି କରିବା ସହିତ ଘରୋଇ କ୍ଷେତ୍ରରେ ଓ ଆଗାମୀ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୨୭ଭାଗ ସଂରକ୍ଷଣ ଦେବାକୁ ଶ୍ରୀ ବେହେରା ଦାବି କରିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget