loading...

ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପାଇଁ ମହମବତୀ ଯାତ୍ରା

ଭୁବନେଶ୍ୱର, ୧୪ ମଇ ୨୦୨୫





 ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଞ୍ଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ ରାମମନ୍ଦିର ଠାରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ଅହମଦାବାଦ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଯାତ୍ରୀମାନଙ୍କର ଆତ୍ମାର ସଦ୍‌ଗତି ପାଇଁ ସମୂହ ପ୍ରାର୍ଥନା କରାଯିବା ସହ ସେଠାରେ ଯୁବ କଂଗ୍ରେସ କର୍ମୀମାନେ ମହମବତୀ ପ୍ରଜ୍ଜ୍ୱଳନ କରିଥିଲେ। ଯୁବ କଂଗ୍ରେସ କର୍ମୀମାନେ ଏକ ଶୋଭାଯାତ୍ରାରେ କେନ୍ଦ୍ରୀୟ ବିଦ୍ୟାଳୟ ଠାରୁ ବାହାରି ରାମମନ୍ଦିର ପର୍ଯ୍ୟନ୍ତ ଯାଇ ସେଠାରେ ପ୍ରାର୍ଥନା କରିଥିଲେ। 
ଏହି କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ରଞ୍ଜିବ ବିଶ୍ୱାଳ, ମହମ୍ମଦ ଇମ୍‌ଦାଦ, ଉଦିତ ପ୍ରଧାନ, ସୁଦିପ ସାମଲ, ନିହାର ରଞ୍ଜନ ବେହେରା, ସ୍ୱାଗତ କର, ସନ୍ଦିପ ସାମନ୍ତରାୟ, ମହମ୍ମଦ ପରଭେଜ, ସୁନିଲ ସାହୁ, ସୁରଜ ରାଉତ, ବିରଞ୍ôଚ ବାରିକ ଓ କାର୍ତ୍ତିକେଶ୍ୱର କାଣ୍ଡି ପ୍ରମୁଖ ଯୁବ କଂଗ୍ରେସ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget