loading...

ବ୍ୟାଙ୍କ ଅଫ୍ ଇଣ୍ଡିଆ କେନ୍ଦୁଝର ଅଞ୍ଚଳର ନୂତନ ଶାଖା ଲୋକାର୍ପିତ

ଭୁବନେଶ୍ୱର, ୪ ଜୁନ ୨୦୨୫



ବ୍ୟାଙ୍କର ଗ୍ରାହକମାନଙ୍କୁ ଉତ୍ତମ ଗ୍ରାହକ ସେବା ଯୋଗ।।ଇ ଆସୁଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ, କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ଅଧିନରେ ଯାଜପୁରର କୁଆଖିଆଠାରେ ଏହାର ନୂତନ ଶାଖା ଲୋକାର୍ପିତ ହୋଇଯାଇଛି। ବ୍ୟାଙ୍କ ଅଫ୍ ଇଣ୍ଡିଆ, କେନ୍ଦୁଝର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଅମିତ କୁମାର ପାଲ ଏହି ନୂତନ ଶାଖାକୁ ଉଦ୍‌ଘାଟନ କରିଥିଲେ। ଗ୍ରାହକଙ୍କୁ ହାତ ପାହାନ୍ତାରେ ଉତ୍କୃଷ୍ଟ ସେବା ଯୋଗାଇବା ତଥା ଆର୍ଥିକ, ବ୍ୟବସାୟିକ ଓ ଶିଳ୍ପଭିତ୍ତିକ ଋଣ ପ୍ରଦାନ କରି ଦେଶ ପ୍ରଗତିରେ ସାମିଲ ହେବା ଉଦ୍ଦେଶ୍ୟରେ ଏହି ଶାଖା ଖୋଲାଯାଇଛି ବୋଲି ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ପାଲ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଯେ, କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ କ୍ଷେତ୍ର ଅଧିନସ୍ଥ କେନ୍ଦୁଝର, ଯାଜପୁର, ଢେଙ୍କାନାଳ, ଅନୁଗୁଳ ଓ ଦେବଗଡ ଜିଲ୍ଲା ମଧ୍ୟରେ ମୋଟ୍ ୫୫ଟି ଶାଖା ରହିଥିବା ବେଳେ ଗ୍ରାହକଙ୍କୁ ସର୍ବୋତ୍ତମ ସେବା ଯୋଗାଇବାରେ କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ସାରା ଦେଶରେ ସୁନାମ ଅର୍ଜନ କରିଥିବା ବେଳେ ଲୋକମାନଙ୍କ ଆର୍ଥିକ ଉନ୍ନତି ପାଇଁ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରତିଶୃତିବଦ୍ଧ ଥିବା କଥା ଶ୍ରୀ ପାଲ କହିଛନ୍ତି। କାର୍ଯ୍ୟକ୍ରମ ଅବସରରେ ଏଲ୍‌ଡିଏମ୍ ରାଧାକାନ୍ତ ନାୟକ, କୁଆଖିଆ ଶାଖାର ଶାଖା ଅଧିକାରୀ ତୁଷାରକାନ୍ତି ପଲେଇ, ସମ୍ବିତ ରାଉତ, ରାକେଶ ପଣ୍ଡାଙ୍କ ସହିତ ସମସ୍ତ ଅଧିକାରୀ, କର୍ମଚାରୀ, କେନ୍ଦୁଝର ଆଞ୍ଚଳିକ ଶାଖା ଅଧିକାରୀ ଦେବାଶିଷ ସାହୁ, ଲକ୍ଷ୍ମୀକାନ୍ତ ବେହେରା, ସୁପ୍ରତିମ ସାହା ଏବଂ ସୈାମ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget