ଭୁବନେଶ୍ୱର : ୨୩/୨- ପୂର୍ବତନ ଆୟକର କମିଶନର ତଥା କର୍ମବୀର ଗୌରୀଶଙ୍କର ସ୍ମୃତି ସଂସଦ, ଗୁରୁଜନ ପରିଷଦ, ଲୋକଭାଷା ପ୍ରସ୍ତର ସମିତି ଓ ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନର ସଭାପତି ସ୍ବର୍ଗତ ବାକଚନ୍ଦ୍ର ସ୍ପନ୍ଦଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ୨ ସ୍ମୃତିସଭା ହୋଟେଲ କ୍ୟୁ ମାରିୟନରେ ଶ୍ରୀ ସ୍ବରାଜ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ବହୁ ବିଶିଷ୍ଟ ବ୍ୟକ୍ତି, ବିଭିନ୍ନ ସଂଗଠନର ଶତାଧିକ କର୍ମକର୍ତ୍ତା ଓ ସମାଜସେବୀମାନେ ଯୋଗଦେଇ ସ୍ବର୍ଗତ ଗଙ୍କର ବ୍ୟକ୍ତିତ୍ଵ, ପାଣ୍ଡିତ୍ୟ ଓ କୃତିତ୍ବ ଉପରେ ଆଲୋକପାତ କରି ଓଡ଼ିଶାର ଭାଗ୍ୟ ଭବିଷ୍ୟତ ସମ୍ପର୍କରେ ସ୍ବର୍ଗତ ଗୃନ୍ଦଙ୍କର ଅବଦାନ ଅତୁଳନୀୟ ତଥା ସଚେଷ୍ଟା ସମ୍ପର୍କରେ ସ୍ମୃତିସ୍କରଣ କରିଥିଲେ ।
ଓଡ଼ିଶା ବିଦ୍ୟୁତ୍ ନିୟାମକ ବୋଡ଼ିର ପୂର୍ବତନ ଅଧ୍ୟକ୍ଷ ଡ. ଧୀରେନ୍ଦ୍ର କୁମାର ରାୟ, କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋଡ଼ିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ କୁମାର ମିଶ୍ର, ପୂର୍ବତନ ପfiୟତିରାଜ ନିର୍ଦ୍ଦେଶକ ଶ୍ରୀ କରୁଣାକର ପଟ୍ଟନାୟକ, ଗୁରୁଜନ ପରିଷଦର ଉପସଭାପତି ଶ୍ରୀ ବ୍ରଜମୋହନ ମହାନ୍ତି, ଇଂ ବିପିନ ଦିହାରୀ ପଣ୍ଡା, ଆଦିଶଙ୍କର ଦେଦାନ୍ତ ପ୍ରତିଷ୍ଠାନର ସମ୍ପାଦକ ଶ୍ରୀ ନିରଞ୍ଜନ ରଥ, କର୍ମବୀର ଗୌରୀଶଙ୍କର ସ୍ମୃତି ସଂସଦର ଏଡ଼ଭୋକେଟ ରଥୀୟଲାଇ ବୋଷ, ଲୋଜଭାଷା ପ୍ରଖର ସମିତିର ପ୍ରଫେସର ସତ୍ୟନାରାୟଣ ଅଗର୍ଯ୍ୟ, ନାଲକୋର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ତପନ କୁମାର ସ୍ପନ୍ଦ, ପୂର୍ବତନ ଆୟକର କମିଶନର ଶ୍ରୀ ଶରତ ଚନ୍ଦ୍ର ଦାଶ, ରାଜ୍ୟ ଭାଷା ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ପରିବାର ପକ୍ଷରୁ ଶ୍ରୀ ବାବାଜୀ ଶ୍ରେଣ ସ୍ପନ୍ଦ, କାୟସ୍ତୁ ମହାସଭା ପକ୍ଷରୁ ଶ୍ରୀ ଇନ୍ଦ୍ରଜିତ ଘୋଷ, ଶିକ୍ଷାବିତ୍ ରାଧେଶ୍ୟାମ ଭୂୟୀ, ରଣ୍ଡିଆ ମିଡ଼ିଆ ପକ୍ଷରୁ ଶ୍ରୀ ଅଖଣ୍ଡ, ସମାଜସେବୀ ସୁଦର୍ଶନ ପ୍ରଧାନ ପ୍ରମୁଖ ଶ୍ରୀ ସ୍ପନ୍ଦଙ୍କର କର୍ମଯୋଗ, ଭକ୍ତିଯୋଗ ଓ ଜାନଯୋଗ ସମ୍ପର୍କରେ ଅବତାରଣା କରି ତାଙ୍କୁ ଜଣେ ସ୍ନେହୀ, ସହଯୋଗୀ ଓ କର୍ମତତ୍ପର ମହାପୁରୁଷ ବୋଲି ବିଶ୍ବିନା କରିଥିଲେ । ଏହି ଅବସରରେ ସ୍ୱର୍ଗତ ଋନ୍ଦଙ୍କୁ ସମର୍ପିତ ‘ସ୍କୃତି ତର୍ପଣ ଗୁଛି' ଲୋକାର୍ପିତ ହୋଇଥିଲା । ପ୍ରାରମ୍ଭରେ ଡ. ସଦାନନ୍ଦ ଦୀକ୍ଷିତ ଅତିଥିମାନଙ୍କର ପରିଚୟ ପ୍ରଦାନ ଓ ସ୍ମୃତିସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଶେଷରେ ଷ୍ଟେଟବ୍ୟାଙ୍କ ଲାଇଫର ପୂର୍ବତନ ପରିଖଳନା ନିର୍ଦ୍ଦେଶକ ଶ୍ରୀ ଉଦୟ ଶଙ୍କର ରାୟ ଧନ୍ୟବାଦ ଅର୍ପଣ କରିଲେ ।
Post a Comment