loading...

ପ୍ରବାହର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବ ସାଧାରଣ ଲୋକଙ୍କ ସ୍ଵର ହେଉଛି ଗଣମାଧ୍ୟମ : ମନ୍ତ୍ରୀ ସାରକା।

ପ୍ରବାହର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବ ସାଧାରଣ ଲୋକଙ୍କ ସ୍ଵର ହେଉଛି ଗଣମାଧ୍ୟମ : ମନ୍ତ୍ରୀ ସାରକା।

ଭୁବନେଶ୍ୱର: ସାମ୍ବାଦିକମାନେ ଦେଶର ଚତୁର୍ଥସ୍ତମ୍ଭ । ଲୋକଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଇବାର ମାଧ୍ୟମ ଗଣମାଧ୍ୟମ । ସମାଜର ଦଳିତ, ନିଷେସିତ ଓ ଅବହେଳିତ ଲୋକଙ୍କୁ ନ୍ୟାୟ ପାଇଁ ସାମ୍ବାଦିକ ସରକାରଙ୍କ ନିକଟରେ ଉପସ୍ଥାପିତ କରିଥାଏ । ସାଧାରଣ ଲୋକଙ୍କ ସ୍ଵର ହେଉଛି ଗଣମାଧମ ବୋଲି ମୁଖ୍ୟଅତିଥୁ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ସାପ୍ତାହିକ ସମ୍ବାଦପତ୍ର ପ୍ରବାହର ତ୍ରୟୋଦଶ ସ୍ୱନକ୍ଷତ୍ର ଉତ୍ସବରେ ଯୋଗ ଦେଇ । କହିଛନ୍ତି । ଜୟଦେବ ଭବନଠାରେ ଆୟୋଜିତ ଉତ୍ସବରେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ସାରିକା ପୁଣି କହିଥିଲେ ସାମ୍ବାଦିକଟିଏ ନିଷ୍ଠାର ସହିତ ତାର କ ‘ବ୍ୟ ସମ୍ପାଦନ କରିଥାଏ । ସମାଜର ହିତ ପାଇଁ ସେ ସମର୍ପିତ ବୋଲି କହିଥିଲେ । ମୁଖ୍ୟବ୍ୟକ୍ତ ରାଜ୍ୟ ସୂଚନା କମିଶନର ଶଶିପ୍ରଭା ବିନ୍ଧାଣୀ ଗଣମାଧମର ଅତୀତ, ବ *ମାନ ଓ ଭବିଷ୍ୟତ ଉପରେ ଆଲୋକପାତ କରିଥିଲେ । ଜଣେ ସାମ୍ବାଦିକ ତାରେ ଭାଷାଗତ ଜ୍ଞାନ ଉପରେ ସଚେତନ ହେବା ଆବଶ୍ୟକ । ଗଣତନ୍ତ୍ରର ଚତୁର୍ଥସ୍ତମ୍ବ ଗଣମାଧମ ଅଦୃଶ୍ୟ ଭାବେ ସ୍ଵାଧୀନଭାବେ ତାର କାର୍ଯ୍ୟ କରିବା ଉଚିତ । 

ସ୍ଵାଧୀନଚେତା ଭାବେ ସେ କାର୍ଯ୍ୟ କରି ଲୋକଙ୍କ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପିତ କରୁ । ସମ୍ମାନିତ ଅତିଥୁ ପୂର୍ବତନ ଉପବାଚସ୍ପତି ତଥା କୃଷି ବିପଣନ ପରିଷଦର ଉପଦେଷ୍ଠା ରାମଚନ୍ଦ୍ର ପଣ୍ଡା ବ *ମାନ ପରିସ୍ଥିତିରେ ଗଣମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ । ପ୍ରବାହ ସମ୍ପାଦକ ଅଭିମନ୍ୟୁ ମହାପାତ୍ର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଭାଷାବିତ ତଥା ବିଶିଷ୍ଟ ଲେଖକ ଅମୀୟ ପାଣ୍ଡବ ଅଧ୍ୟକ୍ଷତା କରିଥିଲେ । ମୁଖ୍ୟସମ୍ପାଦକ ସାରଦା ପ୍ରସନ୍ନ ସ୍ନାଇଁ ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିବା ବେଳେ ପରିଚାଳନା ସମ୍ପାଦକ ସିଦ୍ଧାର୍ଥ ସ୍ୱରୂପ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । କୃତୀ ପ୍ରତିଭାମାନଙ୍କୁ ପ୍ରବାହ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget