ଭୁବନେଶ୍ୱର :୨୫/୨-ରାଜ୍ୟ ପଞ୍ଚାୟତିରାଜ ବିଭାଗରେ ସ୍ଥାୟୀ ନିଯୁକ୍ତି ଓ ମାସିକ ପ୍ରୋତ୍ସାହନ ଦାବିରେ ଦୀର୍ଘ ୧୨ ବର୍ଷ ଧରି ପଲ୍ଲାରୁ ଦିଲ୍ଲୀ ଯାଏ ସଂଗ୍ରାମ ଜାରି ରଖୁଛି ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, ଓଡ଼ିଶା ପ୍ରଦେଶ ଦାବି ଥୁଲା ଗ୍ରାମୀଣସ୍ତରରେ ପର୍ଯ୍ୟାପ୍ତ କାର୍ଯ୍ୟ ସହିତ ମାସିକ ସର୍ବନିମ୍ନ ୬୦୦ ୦( ଛଅ ହଜାର) ଟଙ୍କାରୁ ଉଦ୍ଧ ପ୍ରୋସାହନ ରାଶି ପ୍ରାପ୍ତି । ଶେଷରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତିରାଜ ବିଭାଗର ଚିଠି ନଂ-୯୪୦ ତା ୧୧.୧.୧୯ ଅନୁସାରେ ସମ୍ପୂର୍ଣ୍ଣ ସ୍ପଷ୍ଟ କରାଗଲା ଯେ, ରାଜ୍ୟର ନ୍ୟାୟ ଆଶାୟୀ ସମସ୍ତ ଗାଁସାଥୀ (ମେଟ)ମାନେ ମାସକୁ ସର୍ବନିମ୍ନ ୧୦ ଦିନରୁ ଉର୍ଣ୍ଣ ଓ ବର୍ଷକୁ ଅତି କମ୍ରେ ୧୦୦ ଦିନରୁ ଉର୍ଣ୍ଣ ସରକାରୀ କାର୍ଯ୍ୟ ଦୈନିକ ୩୩୮ (Semiskilled Wages) ହାରରେ ପାଇବେ ।
ଚିଠି ସିନା ହେଲା, ମାତ୍ର ବ୍ଲକ ଓ ପଞ୍ଚାୟତସ୍ତରରେ ଏହି ଚିଠିର ସଠିକ କାର୍ଯ୍ୟକାରିତା ନହେବାରୁ ଗତ ୨୦୧୯ ମସିହା ନଭେମ୍ବର ୪ରୁ ନଭେମ୍ବର ୨୮ ଯାଏ ଜୋରଦାର ଲଢେଇ ଲଢିଲା ସଂଘ ରାଜ୍ୟ ବିଧାନସଭା ଆଗରେ । ମନ୍ତ୍ରୀ ପଞ୍ଚାୟତିରାଜ ଶ୍ରୀ ପ୍ରତାପ ଜେନା ମହୋଦୟ ୨୫ ନଭେମ୍ବରରେ ତାଙ୍କ ବିଧାନସଭା ଦପ୍ତରରେ ଏକ ମିଳିତ ଆଲୋଚନା ଓ ପରଂ ୨୮ ନଭେମ୍ବରରେ ରାଜ୍ୟର ସମସ୍ତ ପ୍ରମୁଖ ଗଣମାଧ୍ୟମ ଆଗରେ ସୃଷ୍ଟ ବୟାନ ଦେଲେ ଯେ, ରାଜ୍ୟର ସମସ୍ତ ନ୍ୟାୟ ଆଶାୟୀ ଗାଁସାଥୀ (ମେଟ)ମାନେ ମାସକୁ ସର୍ବନିମ୍ନ ୧୦ ଦିନ ଓ ଏକ ଆର୍ଥିକ ବର୍ଷ ମଧ୍ୟରେ ଅତି କମରେ ୧୦୦ରୁ ଉର୍ଷ ସରକାରୀ କାର୍ଯ୍ୟ ନିଶ୍ଚିତ ପ୍ରାପ୍ୟ ସହିତ ପାଇବେ । ଦରକାର ପଡ଼ିଲେ ରାଜ୍ୟ ସରକାର ତାଙ୍କର ନିଜସ୍ବ ପାଣ୍ଠିରୁ ଏହାକୁ ଭରଣା କରିବେ । ମାତ୍ର ସେ ଚିଠି ଓ ପ୍ରତିଶ୍ରୁତି ବ୍ଲକ ଓ ପଞ୍ଚାୟତସ୍ତରରେ ସଠିକ୍ ଭାବରେ କାର୍ଯ୍ୟକାରୀ ନହେବାରୁ ଗାଁସାଥୀ ସଂଘର ରାଜ୍ୟ ସଂଗଠକମାନେ ଆଜି ଏକ ନିଆରା ଢଙ୍ଗରେ ଆର.ଟି,ଆଇ, (ସୁଚନା ଅଧୁକାର ଆଇନ) ଜରିଆରେ ସରକାରଙ୍କ ଚିଠି ଓ ପ୍ରତିଶ୍ରୁତିର ଫଳାଫଳକୁ ନେଇ ମିଳିତ ଭାବରେ ରାଜ୍ୟ ଲୋକସେବା ଭବନ ଅଭ୍ୟର୍ଥନା କକ୍ଷରେ ଏକତ୍ରିତ ହୋଇ ସୂଚନା ମାଗିବା ଆରମ୍ଭ କରିଛନ୍ତି ।
ଏପରିକି ପ୍ରତି ସପ୍ତାହରେ ଗୋଟିଏ ଦିନ ସ୍ଥିର କରି ୫୦ ଜଣ ଗାଁସାଥୀ ସଂଗଠକ ଭୁବନେଶ୍ୱର ଆସି ସେହି ଆରଟିଆ କାଉଣ୍ଟରେ ସୂଚନା ମାଗିବା ପାଇଁ ସ୍ଥିର ନିଷ୍ପତି ନିଆଯାଇଛି ବୋଲି ସଂଗର ରାଜ୍ୟ ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ବିଶ୍ବାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଏଠାରେ ସୂଚନାଯୋଗ୍ୟ, ଗାଁସାଥୀଙ୍କୁ ଚିଠିର କାର୍ଯ୍ୟକାରିତା, ମନରେଗା ଯୋଜନର ବିଭିନ୍ନ ଅନୀତି ଦୁନୀତି ବାବଦରେ ସୂଚନା ମାଗିବା ସହିତ ରାଜ୍ୟର ବିଭିନ୍ନ ବିକାଶମୂଳକ ଯୋଜନାର କାର୍ଯ୍ୟକାରିତା ଓ ବାସ୍ତବ ରୂପାୟନକୁ ଭିତ୍ତି କରି ମଧ୍ୟ ଅନେକ ସୂଚନା ମାଗିବା ସହିତ ହଜାର ହଜାର ଗାଁସାଥୀଙ୍କ ସଠିକ ପ୍ରଶିକ୍ଷଣ ଦେଇ ଆରଟିଆଇ କର୍ମୀ ଭାବେ ଗଢି ତୋଳିବା ଲାଗି ସଂଘ ସମ୍ପୂର୍ଣ୍ଣ ଉଦ୍ୟମ ଜାରି ରଖୁବ ବୋଳି ଶ୍ରୀ ବିଶ୍ବାଳ ମିଡ଼ିଆକୁ ଜଣାଇଛନ୍ତି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗାଁସାଥୀ ମେଟ୍) ସଂଗଠକ ମହାଦେବ ମାଙ୍ଗୀ, ହରିହର ନାହକ, ପରମାନନ୍ଦ ମାଝା ମିନାରାଣୀ ସିଂହ, ସନ୍ନ୍ୟାସୀ ନାୟକ, ଭାବଗ୍ରାହୀ ମହାନ୍ତ, ଶଙ୍କର୍ଷଣ ପଲାଇ ଓ ଅନ୍ୟ ୫୦ରୁ ଉଦ୍ଧି ଗାଁସାଥୀ (ମେଟ୍) ସଂଗଠକ ଲୋକସେବା ଭବନ ଅଭ୍ୟର୍ଥନା କକ୍ଷରେ ଏକ ଲାଇରେ ଛିଡ଼ା ହୋଇ ସୂଚନା ମାଗିବାର ଦୃଶ୍ୟ ପରିଲକ୍ଷିତ ହୋଇଥୁଲା ।
Post a Comment