ଭୁବନେଶ୍ୱର, ୨୫ ଫେବୃଆରୀ, ୨୦୨୦ ଆଜି ସନ୍ଧ୍ୟାରେ ଲୋକସେବା ଭବନଠାରେ ହସ୍ତତନ୍ତ, ବୟନ ଓ ହସ୍ତଶିକ ମନ୍ତ୍ରୀ ଶ୍ରୀମତୀ ପଦ୍ଧିନୀ ଦିଆନ ‘ଡିଭାଇନ୍ ଫେବ୍ରିକ୍ ପୁସ୍ତକର ଲୋକାର୍ପଣ କରିଛନ୍ତି । ଏହି ପୁସ୍ତକ ଲୋକାର୍ପଣ ଅବସରରେ ମନ୍ତ୍ରୀ ଶ୍ରୀମତୀ ଦିଆନ୍ କହିଛନ୍ତି, ଆମର କୁଶଳୀ ବୁଣାକାରମାନଙ୍କ ଦ୍ବାରା ପ୍ରସ୍ତୁତ ଟସର ବସ୍ତ୍ର ବିଶ୍ଵରେ ସ୍ବତନ୍ତ୍ର ଓ ଅନନ୍ୟ ପାରମ୍ପରିକ କନଜାତିମାନଙ୍କ ଦ୍ଵାରା ଚାଷ ଓ ରକ୍ଷଣାବେକ୍ଷଣ କରାଯାଉଥିବା ଟସର କେବଳ ଧାର୍ମିକ କାର୍ଯ୍ୟ କିମ୍ବା ପର୍ବପର୍ବାଣୀ ପାଇଁ ବ୍ୟବହାର ମଧ୍ୟରେ ସୀମିତ ହୋଇ ରହିନାହିଁ । ଓଡ଼ିଶା ଟସର ଆଜି ସମସ୍ତଙ୍କ ପାଇଁ ଏକ ପ୍ରମୁଖ ଆକର୍ଷଣ ।
ଟସରକୁ ମ ବସ୍ତ୍ର ଭାବେ ଅଭିହିତ କରାଯାଏ ।ଟସରକୁ ଅମ୍ବାନ ବସ୍ତ୍ର ମଧ୍ୟ କୁହାଯାଏ । ଟସର ଏକ ପବିତ୍ର ବସ୍ତ୍ର ଭାବେ ସ୍ଵୀକୃତ । ଟସର ଚାଷ ରାଜ୍ୟର ହଜାର ହଜାର ଲୋକଙ୍କୁ ଜୀବିକା ପ୍ରଦାନ କରୁଛି । ସେମାନଙ୍କ ମଧ୍ୟରୁ ୯୫ ପ୍ରତିଶତ ହେଉଛନ୍ତି ଜନଜାତି ସମ୍ପ୍ରଦାୟର । ଟସର କୋଷା ଉତ୍ପାଦନରେ ଓଡ଼ିଶା ଦେଶରେ ତୃତୀୟ ରାଜ୍ୟ, ଗୁଣାତ୍ମକମାନ ସମ୍ବଳିତ । ବସ୍ତ୍ର ଡ଼ିଜାଇନକୁ ଲକ୍ଷ୍ୟ କଲେ ଓଡ଼ିଶା ଦେଶର ଶ୍ରେଷ୍ଠ ଟସର ବସ୍ତ୍ର ଉତ୍ପାଦନକାରୀ ରାଜ୍ୟ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଯୁଗ୍ମ ସଚିବ, ପରେ ଅତିରିକ୍ତ ସଚିବ ଥୁବା ସମୟରେ ପୁସ୍ତକର ଲେଖକ ଶ୍ରୀ ରାଜା ପରିକା ଟସର ଚାଷ କ୍ଷେତ୍ର ସଂସ୍ପର୍ଶରେ ଆସିବାର ସୁଯୋଗ ଲାଭ କରିଥିଲେ । ଟସର କୋଷା ପାଳନ, ସୂତା ପ୍ରସ୍ତୁତି ଓ ବସ୍ତ୍ର ପ୍ରସ୍ତୁତି ସମସ୍ତ ପର୍ଯ୍ୟାୟ ଉପରେ ଏହି ପୁସ୍ତକରେ ସମସ୍ତ ତଥ୍ୟ ରହିଛି । ଏହି ପର୍ଯ୍ୟାୟଗୁଡ଼ିକର ପୁରା ଜୀବନ ଚକ୍ରକୁ ନିରୀକ୍ଷଣ କରି ୫ ବର୍ଷ ଧରି ଏହି ପୁସ୍ତକ ରଚନା କରିଛନ୍ତି । ସଂପ୍ରତି ଶ୍ରୀ ପରିଜା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ । ଏହି ପୁସ୍ତକଟି ଗବେଷକ, ଫେସନ ଡିଜାଇନର, ଛାତ୍ରଛାତ୍ରୀ, କଳା ଶିଜୀ, ପର୍ଯ୍ୟଟକ ଓ ସାଧାରଣ ପାଠକଙ୍କ ନିମନ୍ତେ ଏକ ଉପାଦେୟ ପୁସ୍ତକ । ଏହି ପୁସ୍ତକ ଉନ୍ମୋଚନ ଅବସରରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ବହୁ ବରିଷ୍ଠ । ପ୍ରଶାସନିକ ଅଧୁକାରୀ ଉପସ୍ଥିତ ଥିଲେ ।
Post a Comment