ଭୁବନେଶ୍ୱର ତା ୨୫/୦୨: ଭାରତୀୟ ଜନତା ପାର୍ଟି ଭୁବନେଶ୍ଵର ଜିଲ୍ଲା ପକ୍ଷରୁ ଜିଲ୍ଲା ସଂଗଠନକୁ ଅଧିକ କ୍ରିୟାଶୀଳ କରାଇବା ଏବଂ ଭୁବନେଶ୍ୱର ସହରର ସର୍ବାଙ୍ଗୀନ ଉନ୍ନତି ତଥା ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ । ନରେନ୍ଦ୍ର ମୋଦୀଙ୍କ ବିକାଶ ଧାରାକୁ ତ୍ବରାନିତ କରିବା ପାଇଁ ମଣ୍ଡଳସ୍ତରରେ ସଂଯୋଜକ ନିଯୁକ୍ତି କରାଯାଇଅଛି । ଭୁବନେଶ୍ବରରେ ଥିବା ତିନୋଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳିରେ ଦଳର ଉତ୍ତର ଭୁବନେଶ୍ଵର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଦିଲ୍ଲୀପ ମହାନ୍ତି, ମଧ୍ୟ ଭୁବନେଶ୍ଵର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ଜଗନ୍ନାଥ ପ୍ରଧାନ ଏବଂ ଏକାମ୍ର ଭୁବନେଶ୍ଵର ପୂର୍ବତନ ବିଧାୟକ ପ୍ରାର୍ଥୀ ଶ୍ରୀ ବାବୁ ସିଂଙ୍କ ଅନୁମୋଦନ କ୍ରମେ ଜିଲ୍ଲା ସଭାପତି ହରେକୃଷ୍ଣ ଖୁଟିଆ ଏହି ସବୁ ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ସମସ୍ତ ବାରଟି ଯାକ ମଣ୍ଡଳରେ ସଂଯୋଜକ ନିଯୁକ୍ତି କରିଛନ୍ତି । ଶଶୀପ୍ରଭା ରଥଙ୍କୁ ଶ୍ରୀରାମ ମଣ୍ଡଳ, ସନ୍ତୋଷ କୁମାର ଜେନାଙ୍କୁ ବୁଦ୍ଧିଶ୍ଵରୀ । ମଣ୍ଡଳ, ଫିରୋଜ ଖାଁ ବନଦୁର୍ଗା ମଣ୍ଡଳ, ଜଗନ୍ନାଥ ବେହେରାଙ୍କୁ ନୟାପଲ୍ଲୀ ମଣ୍ଡଳର ଦାୟିତ୍ବ ପ୍ରଦାନ । କରାଯାଇଅଛି । ସେହିପରି ପ୍ରମୋଦ ପଢିଆରୀ ଉତ୍ତର ଗ୍ରାମୀଣ, ଦାମୋଦର ବେହେରା ଚନ୍ଦ୍ରଶେଖର ମଣ୍ଡଳ, । ଦେବେନ୍ଦ୍ର ପତି ବାଣୀବିହାର ମଣ୍ଡଳ, ଅଞ୍ଜନ ନାଥ ଶ୍ରୀକୃଷ୍ଣ ମଣ୍ଡଳରେ ସଂଯୋଜକ ନିଯୁକ୍ତି କରାଯାଇଅଛି । ରାମଚନ୍ଦ୍ର ରଣସିଂହ ଖଣ୍ଡଗିରି ମଣ୍ଡଳ, ସୁରେନ୍ଦ୍ର ପ୍ରଧାନ ଲିଙ୍ଗରାଜ ମଣ୍ଡଳ, ଅମରଜ୍ୟୋତି ଜଗଦ୍ଦେବ । ରାଜାରାଣୀ ମଣ୍ଡଳ ଓ ଅରୁଣ ପୁରୋହିତ ଏକାମ୍ର ଗ୍ରାମୀଣ ମଣ୍ଡଳ ଦାୟିତ୍ବ ଗ୍ରହଣ କରିଛନ୍ତି ।
Post a Comment