loading...

ବେଦର ପ୍ରତ୍ୟେକ ମନ୍ତ୍ର ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ , ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ !!

ବେଦର ପ୍ରତ୍ୟେକ ମନ୍ତ୍ର ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ , ମହର୍ଷି ଦୟାନନ୍ଦ ଋଷିବୋଧ ଉତ୍ସବ ପାଳିତ !!

ଭୁବନେଶ୍ୱର : ୨୪/୦୨-ଆର୍ଯ୍ୟ ସମାଜର ପ୍ରତିଷ୍ଠାତା ମହର୍ଷି ଦୟାନନ୍ଦ ସରସ୍ବତୀଙ୍କ ଋଷିବୋଧ ଉତ୍ସବ ଯୁବ ଆର୍ଯ୍ୟ ସମାଜ ଓଡିଶା ପକ୍ଷରୁ ଭୁବନେଶ୍ଵର ସାଲିଆ ସାହି ସ୍ଥିତ ଶ୍ରୀକୃଷ୍ଣ ନଗର ଠାରେ ଅନୁଷ୍ଠାନର ସଭାପତି ପ୍ରବୀର ଆର୍ଯ୍ୟଙ୍କ ପୌରହିତ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରି ଆର୍ଯ୍ୟ ସମାଜ ଓଡିଶାର ଅଧକ୍ଷ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର କହିଲେ ଯେ ଭାରତବର୍ଷରେ ଆମ ଧର୍ମଗ୍ରନ୍ଥ ବେଦକୁ ସରଳ ଭାବେ ସାଧାରଣ ଜନତାଙ୍କ ପାଖରେ ପହଂଚାଇବାରେ ମହର୍ଷି ଦୟାନନ୍ଦ ଥିଲେ ଆମ ସମସ୍ତଙ୍କର ଅଗ୍ରଗଣ୍ୟ ନେତା । ବେଦର ପ୍ରତ୍ୟେକ ମନ୍ତ୍ର ସମାଜର କଲ୍ୟାଣ ପାଇଁ ଉଦ୍ଦିଷ୍ଟ । ବିଶ୍ଵକୁ ଏକ ପରିବାର ଭାବେ ଦେଖୁବା ଉଦ୍‌ଘୋଷ ହଜାର ହଜାର ବର୍ଷ ତଳେ ବୈଦିକ ଋଷିମାନେ ସ୍ଵପ୍ନ ଦେଖୁଥୁଲେ । ଆଜିର ଯୁବ ସମାଜ ବିଜ୍ଞାନର ଝଲମଲରେ ଭାସି ନଯାଇ ବେଦର ଗୂଢ଼ ତତ୍ବକୁ ବୁଝିବା ପାଇଁ ପ୍ରୟାସ କରିବା ଉଚିତ୍ ।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ବିଶିଷ୍ଟ ବୈଦିକ ବିଦ୍ଵାନ, ଓଟିଭି ଓ ପ୍ରାର୍ଥନା ବୈଦ୍ୟୁତିକ ଗଣମାଧମର ପ୍ରବଚକ ପଣ୍ଡିତ ବିରେନ୍ଦ୍ର କୁମାର ପଣ୍ଡା କହିଲେ ଯେ ସଂସ୍କାର ନିଜ ପରିବାରରୁ ଆରମ୍ଭ କରିବାକୁ ହେବ । ପିଲାଟିଏ ଛାତ୍ରବସ୍ଥାରେ ଯେଉଁ ସଂସ୍କାର ଶିକ୍ଷା କରିବ ତା’ର ଭବିଷ୍ୟତ ନିଶ୍ଚିତ ଭାବରେ ଉଜ୍ଜଳମୟ ହେବ । ଆମ ସାମାଜିକ ଚଳନୀରେ ଧର୍ମର ଯଥେଷ୍ଟ ଆବଶ୍ୟକତା ଅଛି । କିନ୍ତୁ ଧର୍ମ ନାମରେ କୁସଂସ୍କାର ଭିତରକୁ ଆମେ କିଭଳି ନପଶିବା ସେଥପାଇଁ ଆମେ ନିଜକୁ ପ୍ରସ୍ତୁତ କରିବା ଉଚିତ୍ । ଅନ୍ୟତମ ଅତିଥୁ ବିଶିଷ୍ଟ ପାଲା ଗାୟକ ଓ ପାଲା ସଂଗଠକ ଶ୍ରୀ ସୁରେନ୍ଦ୍ରନାଥ ଛୋଟରାୟ କହିଲେ ଯେ ପରମାତ୍ମା ସର୍ବତ୍ର ବିଦ୍ୟମାନ । ଏହି କଥାଟିକୁ ଯେତେବେଳେ ଆମେ ବୁଝିଯିବା ସେତେବେଳେ ସମାଜରୁ ଅନୀତି, ଦୁର୍ନୀତି, ଭ୍ରଷ୍ଟାଚାର, ଅନ୍ୟାଚାର, ବ୍ୟଭିଚାର ଲୋପ ହୋଇଯିବ । କାର୍ଯ୍ୟକ୍ରମର ପ୍ରାରମ୍ଭରେ ପଣ୍ଡିତ ଶ୍ରୀପଣ୍ଡା ବିଶ୍ୱଶାନ୍ତି ମହାଯଜ୍ଞ ପରିଚାଳନା କରିଥିଲେ । ଏହି କାର୍ଯ୍ୟରେ ଆଚାର୍ଯ୍ୟ ସୁରେନ୍ଦ୍ର ଶାସ୍ତ୍ରୀ, ଅଭୟ ଆର୍ଯ୍ୟ, କାହ୍ନ ଆର୍ଯ୍ୟ, ବାସୁବନ୍ଧୁ ଆର୍ଯ୍ୟ ଓ ସୁବାସ ଆର୍ଯ୍ୟ ପ୍ରମୁଖ ଯୁବକମାନେ ସହଯୋଗ କରିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget