loading...

ଲାଞ୍ଚୁଆ ଅଫିସରଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ ଏ ପର୍ଯ୍ୟନ୍ତ ୭୪ ଅଧିକାରୀ ବରଖାସ୍ତ,୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଓବିସିସିର ପୂର୍ବତନ ଯନ୍ତ୍ରୀମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ପେନସନ ବନ୍ଦ !!

 ଲାଞ୍ଚୁଆ ଅଫିସରଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡା ଆଭିମୁଖ୍ୟ ଏ ପର୍ଯ୍ୟନ୍ତ ୭୪ ଅଧିକାରୀ ବରଖାସ୍ତ,୧୫ ଜଣଙ୍କୁ ବାଧ୍ୟତାମୂଳକ ଅବସର ଓବିସିସିର ପୂର୍ବତନ ଯନ୍ତ୍ରୀମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ପେନସନ ବନ୍ଦ !!

ଭୁବନେଶ୍ୱର : ୨୪/୦୨- ଦୁର୍ନୀତି ବିକାଶର ସବୁଠାରୁ ବଡ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଜାରି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା (Zero Tolerance) ନୀତି ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି । ତେଣୁ ଦୁର୍ନୀତି ବିରୁଦ୍ଧରେ ତାଙ୍କର କଡା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ବରୂପ ମୁଖ୍ୟମନ୍ତ୍ରୀ ଆଜି ୬ ଜଣ ଅଧିକାରୀଙ୍କ ପେନସନ ସୁବିଧା ସ୍ଥାୟୀ ଭାବରେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏତଦ୍‌ବ୍ୟତୀତ ୨ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଗତ ଅଗଷ୍ଟ ମାସରୁ ଏପର୍ଯ୍ୟନ୍ତ ୭୪ ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବା ବେଳେ ୧୫ ଜଣଙ୍କ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଆଜି ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଲାଞ୍ଚୁଆ ଅଧିକାରୀ ମାନଙ୍କ ମଧ୍ୟରେ ଅଛନ୍ତି – ଓବିସିସିର ପୂର୍ବତନ ଯନ୍ତ୍ରୀମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧୀର କୁମାର ବଜେନ୍ଦ୍ର ନାରାୟଣ । ତାଙ୍କର ପେନ୍ସନ ସ୍ଥାୟୀ ଭାବରେ ବନ୍ଦ କରାଯାଇଛି ।

ଆଜି ସ୍ଥାୟୀ ଭାବରେ ପେସନ ବନ୍ଦ ହୋଇଥିବା ଅନ୍ୟ ଲାଞ୍ଚୁଆ ଅଧିକାରୀ ମାନଙ୍କ ମଧ୍ୟରେ ଅଛନ୍ତି ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ତଥା ଓବିସିସିର ବରିଷ୍ଠ ପ୍ରୋଜେକ୍ଟ ମ୍ୟାନେଜର ଶ୍ରୀ ଅରୁଣ ଚରଣ ପରିଡା, ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସବ୍ ଡିଭିଜନ କାମାକ୍ଷାନଗରର ଶ୍ରୀ ପ୍ରମୋଦ କୁମାର ବେହେରା, ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ବ୍ରଜସୁନ୍ଦର ପଟ୍ଟନାୟକ, କଟକ ମହାନଗର ନିଗମର ଅବସରପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଖଗେଶ୍ବର ସ୍ବାଇଁ ଏବଂ ସମ୍ବଲପୁରର ରାସ୍ତା ଓ କୋଠାବାଡି ଡିଭିଜନର ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ଶ୍ରୀ ବିବେକାନନ୍ଦ ମହାନ୍ତି ।

ଆଜି ବାଧ୍ୟତାମୂଳକ ଅବସର ଦିଆଯାଇଥିବା ଦୁଇ ଜଣ ଅଧିକାରୀ ହେଲେ – କଳାହାଣ୍ଡି ଜିଲ୍ଲା କୋକସରା ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଶ୍ରୀ ଇଶ୍ଵରୀ ପ୍ରସାଦ ପୁରୋହିତ ଏବଂ ସୋନପୁର ଜିଲ୍ଲା ବୀରମହାରାଜପୁର ତହସିଲର ରେଭେନ୍ୟୁ ଇନ୍ସପେକ୍ଟର ଶ୍ରୀ ଅରୁଣ କୁମାର ପୁରୋହିତ । ଏହି ଦୁଇ ରାଜସ୍ବ ବିଭାଗ ଅଧିକାରୀ ଏକାଧିକବାର ଭିଜିଲାନ୍ସ ଦ୍ବାରା ଧରା ପଡି ଜେଲ୍ ମଧ୍ୟ ଯାଇଥିଲେ ।
ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget