ଭୁବନେଶ୍ୱର : ୨୪/୨- ଜନନୀ, ଭାରତ ଜନନୀ ଓ ଜଗତ ଜନନୀ ହେଉଛନ୍ତି ଏକ ଓ ଅଭିନ୍ନ । ଏହା ହିଁ ହେଉଛି ଭାରତୀୟ ତତ୍ଵ ଓ ଦର୍ଶନ । ନାରୀ ଶକ୍ତିର ବିକାଶ ବିନା ସଭ୍ୟତାର ଅଗ୍ରଗତି ସଂଭବ ନୁହେଁ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି । ଆଜି ଦୃଷ୍ଟି ସୀ ଅଧ୍ୟୟନ ପ୍ରବୋଧନ କେନ୍ଦ୍ର ଏବଂ ମହିଳା ସମନ୍ବୟ, ଓଡ଼ିଶା ପକ୍ଷରୁ ପ୍ରକାଶିତ ‘ଷ୍ଟାଟସ୍ ଅଫ୍ ଉଇମେନ ଇନ୍ ଇଂଡ଼ିଆକୁ ରାଜଭବନରେ ଆୟୋଜିତ ଏକ ଉତ୍ସବରେ ଉନ୍ମୋଚନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଭାରତର ଇତିହାସ ଓ ପୁରାଣରେ ନାରୀ ଶକ୍ତିର ପରାକାଷ୍ଠାର ବହୁ ଦୃଷ୍ଟାନ୍ତ ରହିଛି । ସମୟର ଆବଶ୍ୟକତା ଓ ଆହ୍ବାନ ଅନୁସାରେ ନାରୀମାନେ ନିଜ ସାମର୍ଥ୍ୟର ପ୍ରମାଣ ଦେଇଛନ୍ତି । ନାରୀ ଶକ୍ତିର ସଫଳ ଉପଯୋଗ ବିନା କୌଣସି ଜାତି ଆଗକୁ ଯାଇ ପାରିବ ନାହିଁ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଛନ୍ତି ।
ଏହି ଉନ୍ମୋଚନ ଉତ୍ସବରେ ଡ଼. ଅଂଜଳି ଦେଶପାଣ୍ଡ, ସୁଶୀ ଗୀତା ଗୁଣ୍ଡ, ଗୀତା ଗୋଖଲେ, ପ୍ରଜ୍ଞା ପାରମିତା ଆଚାର୍ଯ୍ୟ ପ୍ରମୁଖ ଭାରତରେ ମହିଳାମାନଙ୍କ ସ୍ଥିତି ଓ ସମସ୍ୟା ସଂପର୍କରେ ବକ୍ତବ୍ୟ ଉପସ୍ଥାପନା କରିଥିଲେ । ଅଧ୍ୟୟନର ଏହି ଭାଗରେ ସ୍ବାସ୍ଥ୍ୟ, ଶିକ୍ଷା ଓ ରୋଜଗାରକୁ ଆଧାର କରି ମହିଳାମାଙ୍କ ସ୍ଥିତିର ସମୀକ୍ଷା କରାଯାଇଛି ।
Post a Comment