loading...

ଇସ୍ପାତ୍ ମନ୍ତ୍ରଣାଳୟ ଓ ଜାପାନ ସହଭାଗୀତାରେ ଆୟୋଜିତ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀଙ୍କ ଅଂଶଗ୍ରହଣ ଇସ୍ପାତ୍ କ୍ଷେତ୍ରରେ ଭାରତ ଓ ଜାପାନର ମିଳିତ ଉଦ୍ୟମ ଦେଶର ଅର୍ଥନୀତିକୁ ସୁଦୃଢ କରିବ-ଧର୍ମେନ୍ଦ୍ର ପ୍ରଧାନ

ଇସ୍ପାତ୍ ମନ୍ତ୍ରଣାଳୟ ଓ ଜାପାନ ସହଭାଗୀତାରେ ଆୟୋଜିତ କର୍ମଶାଳାରେ କେନ୍ଦ୍ରମନ୍ତ୍ରୀଙ୍କ ଅଂଶଗ୍ରହଣ ଇସ୍ପାତ୍ କ୍ଷେତ୍ରରେ ଭାରତ ଓ ଜାପାନର ମିଳିତ ଉଦ୍ୟମ ଦେଶର ଅର୍ଥନୀତିକୁ ସୁଦୃଢ କରିବ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ ଭୁବନେଶ୍ବର,ଫେବୃୟାରୀ ୨୪ – ଦେଶର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଭାରତ ଏବଂ ଜାପାନ ମିଳିତ ଭାବେ ଇସ୍ପାତ୍ କ୍ଷେତ୍ର ସମେତ ବିଶିଷ୍ଟ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ବୋଲି ସୋମବାର ନୂଆଦିଲ୍ଲୀ ଠାରେ ଭାରତ ସରକାରଙ୍କ ଇସ୍ପାତ୍ ମନ୍ତ୍ରଣାଳୟ, ଜାପାନ ସରକାର ଓ ଅନ୍ୟାନ୍ୟ ସହଭାଗୀତାରେ ଆୟୋଜିତ କର୍ମଶାଳା ‘ଅର୍ଥନୀତି ସମୃଦ୍ଧ ପାଇଁ ଇସ୍ପାତ୍ରର ବ୍ୟବହାରକୁ ବଢାଇବା ପାଇଁ ସମର୍ଥ ପ୍ରକ୍ରିୟା’ରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଅବସରରେ ଭାରତରେ ନିଜର ଶିଳ୍ପ ପ୍ରତିଷ୍ଠା କରିବାକୁ ଇଚ୍ଛୁକ ଥିବା ଜାପାନର ଉଦ୍ୟୋଗୀ ମାନଙ୍କୁ ନିମନ୍ତ୍ରଣ କରିବା ସହ ଏଠାରେ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ଆହ୍ବାନ କରିଥିଲେ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଦେଶରେ ଅନେକ ଭିତିଭୂମି ପ୍ରକଳ୍ପରେ ନୀତିଗତ ସଂସ୍କାର ଅଣାଯାଇଛି ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସମସ୍ତଙ୍କୁ ପକ୍କା ଘର, ସବୁ ଘରକୁ ଜଳ ଯୋଜନାରେ ସମସ୍ତ ଘରକୁ ନଳ ସାହାଯ୍ୟରେ ପାଣି ଏବଂ ନିକଟରେ ଅତିରିକ୍ତ ୧୬,୦୦୦ କିମି ଉର୍ଜା ପାଇପଲାଇନ ଘୋଷଣା ପ୍ରମୁଖ ଇସ୍ପାତ୍ ଚାହିଦାକୁ ବୃଦ୍ଧି କରିବାରେ ସହାୟକ ହେଉଛି । ମୋଦି ସରକାରରେ ରେଳ ଏବଂ ରାସ୍ତା କ୍ଷେତ୍ର ଅଧିକ ଗୁରୁତ୍ବ ଦିଆଯାଇଛି । ଯାହା ଇସ୍ପାତ୍ରର ଚାହିଦାକୁ ବୃଦ୍ଧି କରିବାରେ ପ୍ରମୁଖ କାରଣ ହୋଇଛି । ଦେଶର ଉଭୟ ଉର୍ଜା ଏବଂ ଇସ୍ପାତ୍ର କ୍ଷେତ୍ର ପୁଞ୍ଜିନିବେଶ ପାଇଁ ନିଯୁକ୍ତି ସୃଷ୍ଟି କରି ଅଭିବୃଦ୍ଧି ହେବାର ପର୍ଯ୍ୟାୟରେ ଅଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ ସୁଦ୍ଧା ଭାରତକୁ ଆମେରିକୀୟ ଡଲାରରେ ୫ ଟ୍ରିଲିୟନ ଅର୍ଥନୀତି କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଭାରତର ଉର୍ଜା ଓ ଇସ୍ପାତ୍ କ୍ଷେତ୍ର ଏଦିଗରେ ଉଦ୍ୟମରତ ବୋଲି ସେ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉର୍ଜାର ଭିତିଭୂମିରେ ୧୦୦ ବିଲିୟନ ଡଲାର ପୁଞ୍ଜିବେଶ କରିବା ପାଇଁ ଘୋଷଣା କରିଛନ୍ତି । ଏହା ସହ କୃଷି ଭଣ୍ଡାର ସମେତ ଇସ୍ପାତ୍ ଚାହିଦାର ବୃଦ୍ଧି । ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଛନ୍ତି ।

। ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତରେ କଂଚାମାଲର ଅଭାବ ନାହିଁ । ଆମେ ବିକଳ୍ପ ସ୍ବଚ୍ଛ ଉର୍ଜା ସ୍ରୋତର ସନ୍ଧାନରେ ଦିଗରେ କାର୍ଯ୍ୟ କରୁଛି । ଆଜି ବିଶ୍ୱ ଇସ୍ପାତ୍ର ଶିଳ୍ପ ପାଇଁ ଭାରତ ସବୁଠୁ ବଡ ଉକୃଷ୍ଟ ବଜାର ମଧ୍ୟରୁ ଅନ୍ୟତମ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ସାଧାରଣ ଲୋକଙ୍କର ଆକାଂକ୍ଷାକୁ ପୂରଣ କରିବା ପାଇଁ ପାଇଁ ପ୍ରତିଶ୍ରୁତିବଦ୍ଧ । ଆମେ ଇଜ୍ ଅଫ୍ ଡୁଇଂ ବିଜନେସକୁ ଅଧିକ ପ୍ରୋତ୍ସାହନ ଦେଉଛୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget