loading...

ଗୁଜରାଟର ଅହମଦାବାଦଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ । ୧୩୦ କୋଟି ଭାରତୀୟଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ଵାଗତ କଲେ ପ୍ରଧାନମନ୍ତ୍ରୀ !!


ଗୁଜରାଟର ଅହମଦାବାଦଠାରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଉଦଘାଟନୀ ବକ୍ତବ୍ୟ । ୧୩୦ କୋଟି ଭାରତୀୟଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ସ୍ଵାଗତ କଲେ ପ୍ରଧାନମନ୍ତ୍ରୀ !!
ଭାରତ ମାତା କୀ ଜୟ, । ଭାରତ ମାତା କୀ ଜୟ, ଭାରତ ମାତା କୀ ଜୟ, ନମସ୍ତେ ଟ୍ରମ୍ପ, ନମସ୍ତେ ଟ୍ରମ୍ପ । ମୁଁ କହିବି, ଭାରତ-ଆମେରିକା ବନ୍ଧୁତା । ଆପଣମାନେ କହିବେ, ଜିନ୍ଦାବାଦ-ଜିନ୍ଦାବାଦ । ଭାରତ-ଆମେରିକା ବନ୍ଧୁତା, ଭାରତ ଆମେରିକା ବନ୍ଧୁତା, ଭାରତ ଆମେରିକା ବନ୍ଧୁତା ! ନମସ୍ତେ, ଆଜି ମୋରା ଷ୍ଟାଡ଼ିୟମରେ ଏକ ନୂଆ ଇତିହାସ ସୃଷ୍ଟି ହୋଇଛି । ଆଜି ଆମେ ଇତିହାସର ପୁନରାବୃତି ହେବା ଦେଖିପାରୁଛୁ । ପାଂଚ ମାସ ପୂର୍ବରୁ ମୁଁ ଆମେରିକା ଗସ୍ତ ଆରମ୍ଭରେ ହଷ୍ଟନରେ ଅନୁଷ୍ଠିତ ହାଓଡି ମୋଦୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲି ଏବଂ ଆଜି ମୋର ବନ୍ଧୁ ରାଷ୍ଟ୍ରପତି ଡୋନାଲୁ ଟ୍ରମ୍ପ ନିଜର ଐତିହାସିକ ଭାରତ ଯାତ୍ରାର ଆରମ୍ଭ ଅହମଦାବାଦରେ ନମସ୍ତେ ଟ୍ରମ୍ପ କାର୍ଯ୍ୟକ୍ରମରୁ କରୁଛନ୍ତି । ଆପଣମାନେ କଳ୍ପନା କରିପାରୁଥିବେ, ସେ ଆମେରିକାରୁ ସିଧାସଳଖ ଏଠାରେ ଆସି ପହଁଚିଛନ୍ତି । ଏତେ ଲମ୍ବା ଯାତ୍ରା ପରେ ଭାରତରେ ଓହ୍ଲାଇବା କ୍ଷଣି ରାଷ୍ଟ୍ରପତି ଓ ତାଙ୍କ ପରିବାର ସିଧାସଳଖ ସାବରମତୀ ଆଶ୍ରମକୁ ଯାଇଥିଲେ । ଏହାପରେ ଏଠାକୁ ଆସିଛନ୍ତି । 

ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ଆପଣମାନଙ୍କୁ ସାଗତ । ଏହା ଗୁଜରାଟର ମାଟି ହୋଇଥିଲେ ବି ଆପଣଙ୍କୁ ସମଗ୍ର ହିନ୍ଦୁସ୍ତାନ ଉତ୍ସାହର ସହ ସାଗତ କରୁଛି । ଏହି ଉତ୍ସାହ, ଆକାଶ ପର୍ଯ୍ୟନ୍ତ ଗୁଞ୍ଜରିତ ହେଉଥିବା ସର, ସମ୍ପୂର୍ଣ୍ଣ ବାତାବରଣ ବିମାନ ବନ୍ଦର ଠାରୁ ଆରମ୍ଭ କରି ଷ୍ଟାଡ଼ିୟମ ପର୍ଯ୍ୟନ୍ତ, ସମ୍ପୂର୍ଣ୍ଣ ଭାବେ ଭାରତୀୟ ବିବିଧତାର ରଙ୍ଗରେ ରଙ୍ଗାୟିତ ହୋଇଛି । ଆହୁରି ଏସବୁ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ, । ଇଭାଙ୍କ ଓ ଜାଭେଦଙ୍କ ଉପସ୍ଥିତି, ରାଷ୍ଟ୍ରପତି ଟ୍ରମ୍ପ ନିଜ ପରିବାର ସହ ଏଠାକୁ ଆସିବା ଭାରତ-ଆମେରିକା ସମ୍ପର୍କକୁ ଏକ ପରିବାର ଭଳି ମଧୁରତା ଓ ଘନିଷ୍ଠତାର ପରିଚୟ ଦେଉଛି । ଭାରତ-ଆମେରିକା ସମ୍ପର୍କ କେବଳ ଏକ ଭାଗିଦାରୀ ନୁହେଁ, ଏହାଠାରୁ ବ୍ୟାପକ ଏବଂ ନିବିଡ଼ ସମ୍ପର୍କ । ଏହି କାର୍ଯ୍ୟକ୍ରମ ନାଁ ରଖାଯାଇଛି ନମସ୍ତେ' ଯାହାର ଅର୍ଥ ଅତ୍ୟନ୍ତ ଗଭୀର । ଏହା ବିଶ୍ଵର ପ୍ରାଚୀନତମ ଭାଷା ସଂସ୍କୃତିର ଏକ ଶବ୍ଦ । ଏହାର ଭାବ ହେଉଛି କେବଳ ବ୍ୟକ୍ତିକୁ ନୁହେଁ ବରଂ ତା' ଭିତରେ ଥିବା ଦିବ୍ୟତ୍ବକୁ ଆମେ ପ୍ରଣାମ କରୁଛୁ । ଏପରି ଭବ୍ୟ ସମାରୋହ ପାଇଁ ଗୁଜରାଟବାସୀଙ୍କୁ, ଗୁଜରାଟରେ ରହୁଥିବା ଅନ୍ୟ ରାଜ୍ୟର ଲୋକମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ରାଷ୍ଟ୍ରପତି ମହୋଦୟ, ବନ୍ଧୁଗଣ, ଆଜି ଆପଣମାନେ ଏହି ଭୂମିରେ ଏକତ୍ରିତ ହୋଇଛନ୍ତି,

ଯେଉଁଠି ୫ ହଜାର ବର୍ଷ ପୁରୁଣା ଯୋଜନାବଦ୍ଧ ସହର ଧୋଲାବିରା ଥିଲା କେବଳ ସେତିକି ନୁହେଁ ପୁରୁଣା ଲୋଥଲ ବନ୍ଦର ମଧ୍ୟ ଏଠାରେ ଥିଲା । ଆଜି ଆପଣମାନେ ସେହି ସାବରମତୀ ନଦୀ ତଟରେ ଉପସ୍ଥିତ ହୋଇଛନ୍ତି ଯାହାର ଭାରତୀୟ ସାଧୀନତା ସଂଗ୍ରାମରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ରହିଥିଲା । ଆଜି ଆପଣମାନେ ବିବିଧତାପୂର୍ଣ୍ଣ ସେହି । ଭାରତରେ ଅଛନ୍ତି ଯେଉଁଠି ଶତାଧିକ ଭାଷାର ପ୍ରଚଳନ ରହିଛି । ଶତାଧୁକ ଢଙ୍ଗର ବେଶପୋଷାକ ରହିଛି, ଖାଦ୍ୟପେୟ ରହିଛି, ଅନେକ ପନ୍ତି ଓ ସମୁଦାୟ ରହିଛି । ଆମର ଏହି ସମୃଦ୍ଧ ବିବିଧତା, ବିବିଧତା ମଧ୍ୟରେ ଏକତା ଏବଂ ଜୀବନ୍ତ ଏକତା ଭାରତ ଓ
ଆମେରିକା ମଧ୍ୟରେ ସୁଦର୍ଚ୍ଚ ସମ୍ପର୍କର ବହୁତ ବଡ଼ ଆଧାର । ଗୋଟିଏ ସାଧୀନତାର ଭୂମି ହୋଇଥିବା ବେଳେ ଅନ୍ୟଟି ସମଗ୍ର ବିଶ୍ଵକୁ ଗୋଟିଏ ପରିବାର ବୋଲି ଗ୍ରହଣ କରିଥାଏ । ଜଣେ ଷ୍ଟାଟ୍ୟୁ ଅଫ ଲିବର୍ଟକୁ ନେଇ ଗର୍ବିତ, ଅନ୍ୟଟି ବିଶ୍ବର ସର୍ବୋଚ୍ଚ ପ୍ରତିମୂର୍ତ୍ତି ସର୍ଦାର ପଟେଲଙ୍କ ଷ୍ଟାଚ୍ୟୁ ଅଫ ୟୁନିଟିର ଗୌରବକୁ ବହନ କରୁଛି । ସହଭାଗୀ ବିଚାର ଓ ମୂଲ୍ୟବୋଧ, ଉଦ୍ୟମିତା ଓ ନବୋଦ୍ବେଷ ପାଇଁ ସହଭାଗୀ ଭାବନା, ସହଭାଗୀ ସମ୍ଭାବନା ଓ ଆହ୍ବାନ, ଆଶା ଓ ଆକାଂକ୍ଷା ଆଦି ଆମ ଭିତରେ ଅନେକ ସାମଞ୍ଜସ୍ୟ ରହିଛି । ମୁଁ ଆନନ୍ଦିତ ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଭାରତ ଓ ଆମେରିକା ବନ୍ଧୁତ୍ବ ଆହୁରି ଅଧିକ ନିବିଡ଼ ହୋଇଛି । ସେଥିପାଇଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଏହି ଗସ୍ତ ଭାରତ ଓ ଆମେରିକା ସମ୍ପର୍କର ଏକ ନୂତନ ଅଧ୍ୟାୟ । ଏପରି ଏକ ଅଧ୍ୟାୟ ଯାହା ଆମେରିକା ଓ ଭାରତର ଲୋକମାନଙ୍କ ପାଇଁ ପ୍ରଗତି ଓ ସମୃଦ୍ଧିର ନୂତନ ଦସ୍ତାବିଜ ହେବ । 

ବନ୍ଧୁଗଣ,
ରାଷ୍ଟ୍ରପତି ଟ୍ରମ୍ପ ବ୍ୟାପକ ଭାବେ ଚିନ୍ତା କରିଥାନ୍ତି ଏବଂ ଆମେରିକୀୟ ସପ୍ନକୁ ସାକାର କରିବା ଲାଗି ସେ ଯାହା କିଛି କରିଛନ୍ତି ବିଶ୍ବ ତାହା ଖୁବ ଭଲ ଭାବେ ଜାଣିଛି । ଆଜି ଆମେ ସମ୍ପୂର୍ଣ୍ଣ ଟ୍ରମ୍ପ ପରିବାରକୁ ଅଭିନନ୍ଦନ ଜଣାଉଛୁ, ପ୍ରଥମ ମହିଳା ମେଲାନିଆ ଟ୍ରମ୍ପ ଏଠାକୁ ଆସିବା ଆମ ପାଇଁ ବହୁତ ବଡ଼ ସମ୍ମାନର ବିଷୟ । ସୁସ୍ଥ ଓ ସୁଖଦ ଆମେରିକା ନିର୍ମାଣ ଲାଗି ଆପଣ ଯାହା କରିଛନ୍ତି ତା'ର ଉତମ ପରିଣାମ ମିଳୁଛି । ସମାଜରେ ପିଲାମାନଙ୍କ ପାଇଁ ଆପଣ ଯାହା କରୁଛନ୍ତି ତାହା ପ୍ରଶଂସନୀୟ । ଆପଣ କୁହନ୍ତି-ଶ୍ରେଷ୍ଠ ହୁଅ ! ଆପଣ ଅନୁଭବ କରିଥିବେ ଯେ ଆଜିର ସାଗତ ସମାରୋହରେ ମଧ୍ୟ
ଲୋକମାନଙ୍କର ଏହି ଭାବନା ପ୍ରକଟିତ ହୋଇଥିଲା । ଇଭାଙ୍କା ! ଦୁଇ ବର୍ଷ ପୂର୍ବେ ଆପଣ ଭାରତ ଆସିଥିଲେ, ସେତେବେଳେ ଆପଣ ପୁଣିଥରେ ଭାରତ ଆସିବାକୁ ପସନ୍ଦ କରିବେ ବୋଲି କହିଥିଲେ। ମୁଁ ଖୁସି ଯେ ଆପଣ ଆଜି ଆମ ଗହଣରେ ଅଛନ୍ତି, ଆପଣଙ୍କୁ ସ୍ଵାଗତ । ଆପଣଙ୍କ ବିଶେଷତ୍ବ ହେଉଛି ଆପଣ ଲୋକପ୍ରସିଦ୍ଧି ଠାରୁ ଦୂରରେ ରୁହନ୍ତି କିନ୍ତୁ ଆପଣ ଯେଉଁ କାମ କରନ୍ତି, ତା’ର ବହୁତ ବଡ଼ ପ୍ରଭାବ ପଡ଼ିଥାଏ, ଦୂରଗାମୀ ପରିଣାମ ମିଳିଥାଏ । ଯେତେବେଳେ ଆପଣଙ୍କ ସହ ସାକ୍ଷାତର ସୁଯୋଗ ମିଳିଛି ଆପଣ ନିଜ ଭାରତୀୟ ବନ୍ଧୁଙ୍କ ବିଷୟରେ ବିଶେଷ ଆଲୋଚନା କରିଛନ୍ତି । ଆପଣଙ୍କୁ ଭେଟି, ଆଜି ଆପଣଙ୍କୁ ଏଠାରେ ଦେଖି ମୁଁ ଅତି ଆନନ୍ଦିତ ।

ବନ୍ଧୁଗଣ, 
ଆଜି ଏହି ମ୍ୟାଚରୁ ପ୍ରତ୍ୟେକ ଭାରତୀୟ ଓ ଆମେରିକା ସମେତ ସାରା ବିଶ୍ଵ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଶୁଣିବାକୁ ଚାହୁଁଛି । ତାଙ୍କର ଉଦବୋଧନ ପରେ ତାଙ୍କୁ ଧନ୍ୟବାଦ । ଜଣାଇ ଆପଣମାନଙ୍କ ସହିତ ଆହୁରି କିଛି କଥା ହେବି । ମୁଁ ୧୩୦ କୋଟି ଭାରତୀୟଙ୍କ ପକ୍ଷରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ନିମନ୍ତ୍ରଣ କରୁଛି । 
ବନ୍ଧୁଗଣ,
ମୁଁ ଆପଣମାନଙ୍କ ସମ୍ମୁଖରେ ମୋର ବନ୍ଧୁ ଓ ଭାରତର ବନ୍ଧୁ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଶ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସାଗତ କରୁଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget