loading...

ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାଗିଦାରିତା ଆମେରିକା ଭାରତ ପାଇଁ ସର୍ବବୃହତ ଇନ୍ଧନ : ପ୍ରଧାନମନ୍ତ୍ରୀ !!

ଭାରତ-ଆମେରିକା ସମ୍ପର୍କ ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାଗିଦାରିତା ଆମେରିକା ଭାରତ ପାଇଁ ସର୍ବବୃହତ ଇନ୍ଧନ : ପ୍ରଧାନମନ୍ତ୍ରୀ !!

ମୋର ମିତ୍ର ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ,
ଆମେରିକୀୟ ପ୍ରତିନିଧୂ ଦଳର ସମ୍ମାନିତ ସଦସ୍ୟଗଣ,
ଭାଇ ଓ ଭଉଣୀମାନେ, 
ନମସ୍କାର ।
ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ସହିତ ଆସିଥିବା ପ୍ରତିନି ଦଳକୁ ଭାରତରେ ପୁଣିଥରେ ସାଗତ ଏହି ଗସ୍ତରେ । ସେ ନିଜ ପରିବାର ସହ ଆସିଥିବାରୁ ମୁଁ ଆନନ୍ଦିତ । ଗତ ଆଠ ମାସ ମଧ୍ୟରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୋ ମଧ୍ୟରେ ଏହା ଫଚମ ସାକ୍ଷାତ । ଗତକାଲି ମୋରାରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅଭୂତପୂର୍ବ ଏବଂ ଐତିହାସିକ ସାଗତ ସବୁଦିନ ପାଇଁ ମନେ ରଖାଯିବ । ଗତକାଲି ପୁଣିଥରେ ଏହା ସ୍ପଷ୍ଟ ହେଲା ଯେ ଆମେରିକା ଏବଂ ଭାରତ ମଧ୍ୟରେ ସମ୍ପର୍କ କେବଳ ଦୁଇଟି ସରକାରଙ୍କ ମଧ୍ୟରେ ନୁହେଁ, ବରଂ ଜନଗଣଙ୍କ ଦ୍ବାରା ପରିଚାଳିତ ତଥା ଜନକୈନ୍ଦ୍ରିକ ଏହି ସମ୍ପର୍କ, । ଏକବିଂଶ ଶତାବ୍ଦୀର ସବୁଠୁ ଗୁରୁତ୍ବପୂର୍ଣ୍ଣ ଭାଗିଦାରୀ ମଧ୍ୟରୁ ଅନ୍ୟତମ । ତେଣୁ ସେଥିପାଇଁ ଆଜି ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ଆମ ସମ୍ପର୍କକୁ ବିସ୍ତୃତ ବୈଶ୍ୱିକ ରଣନୈତିକ ଭାଗିଦାରୀ ସ୍ତରକୁ ନେଇଯିବା ଲାଗି ନିଷ୍ପତି ନେଇଛୁ । ସମ୍ପର୍କକୁ ଏହି ସୋପାନ ପର୍ଯ୍ୟନ୍ତ ଆଣିବାରେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଅମୂଲ୍ୟ ଯୋଗଦାନ ରହିଛି ।

ବନ୍ଧୁଗଣ, 
ଆଜି ଆମର ଆଲୋଚନାରେ ଆମେ ଏହି ଭାଗିଦାରୀର ପ୍ରତ୍ୟେକ ଦିଗ ଉପରେ ସକାରାତ୍ମକ ବିଚାର ବିନିମୟ କଲୁ- ତାହା ପ୍ରତିରକ୍ଷା ଓ ସୁରକ୍ଷା ହେଉ, ଶକ୍ତି କ୍ଷେତ୍ରରେ ରଣନୈତିକ ଭାଗିଦାରୀ ହେଉ, ପ୍ରଯୁକ୍ତି ସହଯୋଗ ହେଉ, ବୈଶ୍ୱିକ ଯୋଗାଯୋଗ ହେଉ, ବାଣିଜ୍ୟ ସମ୍ପର୍କ ହେଉ କିମ୍ବା ନାଗରିକ ସମ୍ପର୍କ । ଭାରତ ଏବଂ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ପ୍ରତିରକ୍ଷା ଏବଂ ସୁରକ୍ଷା ସହଯୋଗ ଆମ ରଣନୈତିକ ଭାଗିଦାରୀର ଏକ ବହୁତ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ । ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ତଥା ମ୍ୟାଚରେ ସହଯୋଗ ଫଳରେ ଭାରତର ପ୍ରତିରକ୍ଷା କ୍ଷମତା ବୃଦ୍ଧି ପାଇଛି । ଆମର ପ୍ରତିରକ୍ଷା ନିର୍ମାତାମାନେ ପରସ୍ପର ଯୋଗାଣ ଶୃଙ୍ଖଳାର ଅଂଶବିଶେଷ ପାଲଟୁଛନ୍ତି । ଭାରତୀୟ ସେନାବାହିନୀ ଆଜି ସବୁଠୁ ଅଧିକ ସମରାଭ୍ୟାସ ଆମେରିକା ସେନା ସହିତ କରୁଛି । ଗତ କିଛି ବର୍ଷ ମଧ୍ୟରେ, ଆମ ସେନା ମଧ୍ୟରେ ଆତ୍ମପରିଚାଳନାରେ ଅଭୂତପୂର୍ବ ବୃଦ୍ଧି ହୋଇଛି । 

ବନ୍ଧୁଗଣ,
ସେହିପରି ଆମେ ଆମ ଦେଶର ସୁରକ୍ଷା ଏବଂ ଅନ୍ତର୍ଜାତୀୟ ଅପରାଧ ସହ ମୁକାବିଲା ଲାଗି ମଧ୍ୟ ସହଯୋଗ ବୃଦ୍ଧି କରୁଛୁ । ଆଜି ଦେଶର ଅନ୍ତରୀଣ ସୁରକ୍ଷା କ୍ଷେତ୍ରରେ ନିଆଯାଇଥିବା ନିର୍ଣ୍ଣୟ ଫଳରେ ଏହି ସହଯୋଗ ଆହୁରି ବୃଦ୍ଧି ପାଇବ । ଆତଙ୍କବାଦର ସମର୍ଥନକାରୀମାନଙ୍କୁ ଉତରଦାୟୀ କରିବା ଲାଗି ଆଜି ଆମେ ଆମ । ପ୍ରୟାସକୁ ଆହୁରି ବୃଦ୍ଧି କରିବା ଲାଗି ନିଷ୍ପତି ନେଇଛୁ । ଦୁଗ୍ଧ ଏବଂ ଅଫିମ କାରବାର ବିରୋଧରେ ଲଢ଼େଇକୁ ରାଷ୍ଟ୍ରପତି ଟ୍ରମ୍ପ ପ୍ରାଥମିକତା ଦେଇଛନ୍ତି । ଆଜି ଆମ ମଧ୍ୟରେ ନିଶାଦ୍ରବ୍ୟ କାରବାର, ନାର୍କୋ-ଟେରୋରିଜିମ ନିଶାଔଷଧ ଆତଙ୍କବାଦ) ଏବଂ ସଂଗଠିତ । ଅପରାଧ ଭଳି ଗମ୍ଭୀର ସମସ୍ୟା ବିଷୟରେ ଏକ ନୂତନ ବ୍ୟବସ୍ଥା ଉପରେ ମଧ୍ୟ ସହମତି ହୋଇଛି ।

ବନ୍ଧୁଗଣ,
କିଛିଦିନ ପୂର୍ବରୁ ପ୍ରତିଷ୍ଠିତ ଆମର ରଣନୈତିକ ଭାଗିଦାରୀ ସୁଦୃଢ଼ ହୋଇଚାଲିଛି । ଆହୁରି ଏହି କ୍ଷେତ୍ରରେ ଆପୋସ ନିବେଶ ବୃଦ୍ଧି ପାଇଛି । ତୈଳ ଏବଂ ଗ୍ୟାସ ଲାଗି ଆମେରିକା ଭାରତର ବହୁତ ବଡ଼ ଉପରେ ପରିଣତ ହୋଇଛି । ଗତ ଚାରି ବର୍ଷ ମଧ୍ୟରେ ଆମର ମୋଟ ଶକ୍ତି କାରବାର ପାଖାପାଖି ୨୦ ବିଲିୟନ ଡଲାର ରହିଥିଲା । ଅକ୍ଷୟଶକ୍ତି ହେଉ କିମ୍ବା ପରମାଣୁ ଶକ୍ତି, ଆମର ସହଯୋଗକୁ ନୂତନ ଇନ୍ଧନ ମିଳୁଛି । 

ବନ୍ଧୁଗଣ,
ସେହିପରି, ଇଣ୍ଡଷ୍ଟ୍ରୀ ୪.୦ ଏବଂ ଏକବିଂଶ ଶତାବ୍ଦୀର ଅନ୍ୟ ଉଦୀୟମାନ ପ୍ରଯୁକ୍ତି କ୍ଷେତ୍ରରେ ମଧ୍ୟ ଭାରତଆମେରିକା ଭାଗିଦାରୀ, ନବୋମ୍ବେଷ ଏବଂ ଉଦ୍ୟମିତାର ନୂତନ ସୋପାନରେ ପହଁଚିଛି । ଭାରତୀୟ ପେସାଦାରଙ୍କ ପ୍ରତିଭା ଆମେରିକୀୟ କମ୍ପାନୀର ପ୍ରଯୁକ୍ତି ନେତୃତ୍ବକୁ ସୁଦୃଢ଼ କରିଛି । ବନ୍ଧୁଗଣ, ଭାରତ ଓ ଆମେରିକା ଆର୍ଥିକ କ୍ଷେତ୍ରରେ ଖୋଲାପଣ ଏବଂ ସଜ ଓ ସନ୍ତୁଳିତ ବାଣିଜ୍ୟ ଲାଗି ପ୍ରତିବଦ୍ଧ ଅଟନ୍ତି । ଗତ ତିନି ବର୍ଷ ମଧ୍ୟରେ ଆମର ଦ୍ବିପାକ୍ଷିକ କାରବାରରେ ଦୁଇସଂଖ୍ୟା ବିଶିଷ୍ଟ ଅଭିବୃଦ୍ଧି ଦେଖିବାକୁ ମିଳିଛି, ଏହା ଏବେ ଆହୁରି ଅଧିକ ସନ୍ତୁଳିତ ମଧ୍ୟ ହୋଇଛି । ଯଦି ଶକ୍ତି, ବେସାମରିକ ବିମାନ, ପ୍ରତିରକ୍ଷା ଏବଂ ଉଚ୍ଚ ଶିକ୍ଷା କ୍ଷେତ୍ରକୁ ଦେଖୁବା ତ ଗତ ଚାରି ପାଂଚ ବର୍ଷ ମଧ୍ୟରେ କେବଳ ଏହି ଚାରିଟି କ୍ଷେତ୍ର ହିଁ ଭାରତଆମେରିକା ଆର୍ଥିକ ସମ୍ପର୍କରେ ୭୦ ବିଲିୟନ ଡଲାରର ଯୋଗଦାନ ଦେଇଛନ୍ତି । ଏଥିମଧ୍ୟରୁ ଅନେକ କିଛି ରାଷ୍ଟ୍ରପତି ଟ୍ରମ୍ପଙ୍କ ନୀତି ଏବଂ ନିଷ୍ପତି କାରଣରୁ ସମ୍ଭବ ହୋଇପାରିଛି । ମୋର ସମ୍ପୂର୍ଣ୍ଣ ବିଶ୍ବାସ ଯେ ଆଗାମୀ ଦିନରେ ଏହି ତଥା ଯଥେଷ୍ଟ ବୃଦ୍ଧି ପାଇବ । ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ଆମର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ସକାରାତ୍ମକ ଆଲୋଚନା ହୋଇଛି । ରାଷ୍ଟ୍ରପତି ଟ୍ରମ୍ପ ଏବଂ ମୁଁ ସହମତ ଯେ ଆମର ବାଣିଜ୍ୟ ମନ୍ତ୍ରୀଙ୍କ ମଧ୍ୟରେ ଯେଉଁ ବୁଝାମଣା ସୃଷ୍ଟି ହୋଇଛି ତା’କୁ ଆମର ଟିମ ଆଇନଗତ ରୂପ ଦେଉ । ଆମେ ଏକ ବଡ଼ ବାଣିଜ୍ୟ ଚୁକ୍ତି ଲାଗି ଆଲୋଚନା ଆରମ୍ଭ କରିବା ଲାଗି ସହମତ ହୋଇଛୁ । ଆମର ଆଶା ଯେ ଆପୋସ ହିତରେ ଏହାର ଉତମ ପରିଣାମ ମିଳିବ ।

ବନ୍ଧୁଗଣ,
ବିଶ୍ବସ୍ତରରେ ଭାରତ ଏବଂ ଆମେରିକାର ସହଯୋଗ ଆମର ସମାନ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଉଦ୍ଦେଶ୍ୟ ଉପରେ ଆଧାରିତ । ବିଶେଷ କରି ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ଏବଂ ବିଶ୍ୱ ପରିଦୃଶ୍ୟରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଲାଗି ଏହି ସହଯୋଗ ବିଶେଷ ଗୁରୁତ୍ବପୂର୍ଣ୍ଣ । ଆମର ଦୁଇ ଦେଶ ଯୋଗାଯୋଗ ଭିତିଭୂମି ବିକାଶରେ ସ୍ଥାୟୀ ଏବଂ ପାରଦର୍ଶୀ ପାଣି ଯୋଗାଣର ମହତ୍ବ ଉପରେ ସହମତ ହୋଇଛୁ । ଆମର ଏହି ଆପୋସ ତାଳମେଳ କେବଳ ପରସର ପାଇଁ ନୁହେଁ, ବରଂ ବିଶ୍ୱ ପାଇଁ ମଧ୍ୟ କଲ୍ୟାଣକାରୀ । 

ବନ୍ଧୁଗଣ,
ଭାରତ ଏବଂ ଆମେରିକାର ଏହି ସ୍ୱତନ୍ତ୍ର ବନ୍ଧୁତାର ସବୁଠୁ ଗୁରୁତ୍ବପୂର୍ଣ୍ଣ ମୂଳଦୁଆ ହେଉଛି ଆମ ନାଗରିକମାନଙ୍କ ମଧ୍ୟରେ ସମ୍ପର୍କ । ପେସାଦାର ହୁଅନ୍ତୁ ଅବା ଛାତ୍ରଛାତ୍ରୀ, ଆମେରିକାରେ ପ୍ରବାସୀ ଭାରତୀୟଙ୍କୁ ଏ ଦିଗରେ ସବୁଠୁ ବଡ଼ ଯୋଗଦାନ ରହିଛି । ଭାରତର ଏହି ରାଷ୍ଟ୍ରଦୂତମାନେ କେବଳ ନିଜ ପ୍ରତିଭା ଏବଂ ପରିଶ୍ରମ ବଳରେ ଆମେରିକାର ଅର୍ଥବ୍ୟବସ୍ଥାରେ ଯୋଗଦାନ ଦେଉନାହାନ୍ତି, ବରଂ ନିଜ ଗଣତାନ୍ଧିକ ମୂଲ୍ୟବୋଧ ଓ ସମୃଦ୍ଧ ସଂସ୍କୃତି ଦ୍ଵାରା ଆମେରିକୀୟ ସମାଜକୁ ମଧ୍ୟ ସମୃଦ୍ଧ କରୁଛନ୍ତି । ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଅନୁରୋଧ କରିଛି ଯେ ଆମର ପେସାଦାରଙ୍କ ସାମାଜିକ-ସୁରକ୍ଷା ଯୋଗାଦାନର ଟୋଟାଲାଇଜେସନ ରାଜିନାମା ଉପରେ ଆଲୋଚନାକୁ ଉଭୟ ପକ୍ଷ ଆଗକୁ ନିଅନ୍ତୁ । ଏହା ପରସ୍ପର ପାଇଁ ଲାଭଦାୟକ ହେବ । 

ବନ୍ଧୁଗଣ,
ଏ ସମସ୍ତ ଦିଗରେ ଆମର ସମ୍ପର୍କକୁ ଆହୁରି ସୁଦୃଢ଼ କରିବାରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଗସ୍ତ ଐତିହାସିକ ଭୂମିକା ତୁଲାଇଛି । ମୁଁ ପୁଣିଥରେ, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭାରତ ଆସିବା ଲାଗି, ଏବଂ ଭାରତ-ଆମେରିକା ସମ୍ପର୍କକୁ । ନୂତନ ଉଚ୍ଚତାରେ ପହଁଚାଇବା ଲାଗି ହାର୍ଦ୍ଦିକ ଧନ୍ୟବାଦ ଜଣାଉଛି ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget