loading...

ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମିଳିତ ଭାବରେ ଆୟୋଜିତ ଷଷ୍ଠ ଜାତୀୟ ଭାଷା ସମ୍ମିଳନୀ ଆଜି ଉଦଯାପିତ !!

ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମିଳିତ ଭାବରେ ଆୟୋଜିତ ଷଷ୍ଠ ଜାତୀୟ ଭାଷା ସମ୍ମିଳନୀ ଆଜି ଉଦଯାପିତ

ସମ୍ବଲପୁର : ୨୫/୨- ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ମିଳିତ ଭାବରେ ଆୟୋଜିତ ଷଷ୍ଠ ଜାତୀୟ ଭାଷା ସମ୍ମିଳନୀ ଆଜି ଉଦଯାପିତ ହୋଇଯାଇଛି । ଦେଶର ୧୭ଟି  ବିଭିନ୍ନ ବିଶ୍ବବିଦୟାଳୟରୁ ଆସିଥିବା ଗବେଷକଙ୍କ ଦ୍ବାରା ଭାଷା ସମ୍ପର୍କିତ ମୋଟ ୮୩ଟି ସନ୍ଦର୍ଭ ୭ଟି ମୁଖ୍ୟ ସତ୍ରରେ ଉପସ୍ଥାପିତ ହୋଇ ବିସ୍ତୃତ ଆଲୋଚନା ହେବା ସହିତ ଓଡ଼ିଆଭାଷା କିପରି ଜ୍ଞାନ ଓ 
ବିକାଶର ଭାଷା ହୋଇ ପାରିବ ସେ ବିଷୟରେ ବିଭିନ୍ନ ମାନସ ମନ୍ଥନ କରାଯାଇଥିଲା । ବିଶେଷକରି ଭାଷା ମଣିଷକୁ ଭାଗେନାହିଁ, ବରଂ ମଣିଷକୁ ଯୋଡେ, ତାହା ବିଭିନ୍ନ ଭାଷାଭାଷୀଙ୍କ ସମାଗମ ଓ ଉପସ୍ଥାପିତ ଭିଭିପ୍ରବନ୍ଧରୁ ସ୍ପଷ୍ଟ ପ୍ରମାଣିତ ହୋଇଥିଲା । 

ଉଦଯାପନୀ ଉତ୍ସବ ପରିପ୍ରେକ୍ଷୀରେ ଅନୁଷ୍ଠାନ ପକ୍ଷରୁଆଜି ସକାଳ ୧୦ଟାରେ ଏକ ଭାଷା ସଚେତନ ପଦଯାତ୍ରା ତିନିଟି ମହାବିଦ୍ୟାଳୟ ଓ ୩ଟି ବିଶ୍ବବିଦ୍ୟାଳୟର ପ୍ରାୟ ଦୁଇଶହରୁ ଉର୍ଣ୍ଣ ବିଦ୍ୟାର୍ଥୀଙ୍କ ଦ୍ୱାରା ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ଜିଲ୍ଲା ସ୍କୁଲରୁ ବାହାରି ସହର ପରିକ୍ରମା କରାଯାଇଥିଲା । ଓଡିଆ ଅଧ୍ୟୟନ ଓ ଗବେଷନା ସଂସ୍ଥାର ଉପାଧ୍ୟକ୍ଷ ତଥା ବିଶିଷ୍ଟ ଶିକ୍ଷାବିତ ପ୍ରଫେସର ନଟବର ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳସଚିବ ପ୍ରଫେସର ସଂଜତ କୁମାର ସାହୁ, ଭାରତର ସର୍ବୋଚ୍ଚ 
ନ୍ୟାୟାଳୟର ଅବକ୍ତା ବିରଜା ମହାପାତ୍ର, ବିଦ୍ୟାସାଗର ବିଶ୍ବବିଦ୍ୟାଳୟର ହିନ୍ଦୀ ବିଭାଗର ପ୍ରଫେସର ଡକ୍ଟର ରତନ ହେମ୍ରମ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟର ପ୍ରାକ୍ତନ ଡିନ ପ୍ରଫେସର କାମଦେବ ସାହୁ, ରାଜ୍ୟ ଖାଦ୍ୟ ଆୟୋଗର ସଦସ୍ୟ ଡକ୍ଟର ସିପ୍ରା ମଲ୍ଲିକ, ଯୁବ ଭାଷାବିତ ତଥା ଶାସ୍ତ୍ରୀୟ ଓଡ଼ିଆପାଇଁ ମର୍ଯ୍ୟାଦାଜନକ ରାଷ୍ଟ୍ରପତି ସମ୍ମାନପ୍ରାପ୍ତ ଡକ୍ଟର ସୁବ୍ରତ ପୃଷ୍ଟି ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଭାଷାର ବ୍ୟବହାରିକତା ଓ ଗବେଷଣା ଉପରେ ଗୁରୁତ୍ବ ଦେବାକୁ ମତ ପ୍ରଦାନ କରିଥିଲେ । 

ବିଶେଷକରି ବୃକ୍ଷ ଯେପରି ମାଟି ସହିତ ସମ୍ପର୍କ କାଟିଦେଲେ ତାହା ଜୀବିତ ରହେନାହିଁ, ଠିକ  ସେହିଭଳି ମଣିଷ ନିଜ ମାଟିର ଭାଷାକୁ ତ୍ୟାଗ କରି ଅନ୍ୟ ଭାଷାକୁ ଗୁରୁତ୍ବ ଦେଲେ ନିଜର ଅସ୍ତିତ୍ବ ହରାଇ ବସିଥାଏ ବୋଲି ଅତିଥିଗଣ ମତ ପ୍ରଦାନ କରିଥିଲେ । ଏହି ଅବସରରେ ପ୍ରାଧାପକ ଡକ୍ଟର ଗୋପୀନାଥ ବାଗଙ୍କ କବିତା ପୁସ୍ତକ ଉନ୍ମୋଚନ ହୋଇଥିଲା । ସମୁଦାୟ କାର୍ଯ୍ୟକ୍ରମକୁ ପ୍ରଫେସର ନିରଦ ବରଣ ଖୁଣ୍ଟିଆ, ସନ୍ତୋଷ କୁମାର ପାତ୍ର, ଡକ୍ଟର ନକୁ ହିଂସଦା, ଡକ୍ଟର ବିଶ୍ୱମୋହନ ଜେନା ମୁଖ ସଞ୍ଚାଳନ କରିଥିଲେ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget