loading...

ଗଞ୍ଜାମ ଜିଲ୍ଲା କିଷାନକଂଗ୍ରେସର ଜିଲ୍ଲାସ୍ତରିୟ କୃଷକ ଅଧୁକାର କର୍ମଶାଳା ଚାଷ ଓ ଚାଷୀଙ୍କ ଦୂରାବସ୍ଥା ପାଇଁ ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟି କଲା :-କଂଗ୍ରେସ

OPCC kisan congress for Public mitting.

ଗଞ୍ଜାମ ଜିଲ୍ଲା କିଷାନକଂଗ୍ରେସର ଜିଲ୍ଲାସ୍ତରିୟ କୃଷକ ଅଧୁକାର କର୍ମଶାଳା ଚାଷ ଓ ଚାଷୀଙ୍କ ଦୂରାବସ୍ଥା ପାଇଁ ବର୍ତ୍ତମାନର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦାୟି କଲା :-କଂଗ୍ରେସ

ଗଞ୍ଜାମ : ୨୮/୨-ଆଜି ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସର ଜିଲ୍ଲାସ୍ତରୀୟ କୃଷକ ଅଧୁକାର କର୍ମଶାଳା ବ୍ରହ୍ମପୁରସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ପରିଷରରେ ଅନୁଷ୍ଠିତ ହୋଇ ଯାଇଛି । ଉକ୍ତ କର୍ମଶାଳାରେ ଅସ୍ବଳ ଭାରତ କିଷାନ କଂଗ୍ରେସ ଉପାଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର ସୋଲାଙ୍କି ମୁଖ୍ୟ ଅତିଥି ରୂପେ ଯୋଗଦେଇ କେନ୍ଦ୍ର ବିଜେପି ଓ ରାଜ୍ୟ ବିଜେଡ଼ି ସରକାରର ତୃଟିପୂର୍ଣ କୃଷିନୀତି ଓ ଚାଷୀମାରଣ ନୀତିର ଅବତାରଣା କରିଥିଲେ । ବର୍ତ୍ତମାନ ସମଗ୍ର ଦେଶରେ ଚାଷୀ ସବୁସ୍ତରରୁ ବଞ୍ଚିତ ଏବଂ ଚାଷ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ବିଗତ ୩ ବର୍ଷ ମଧ୍ୟରେ ନରେନ୍ଦ୍ର ମୋଦି ସରକାରରେ ଚାଷୀଙ୍କ ଠାରୁ କୃଷିବୀମା ବାବଦରେ ପ୍ରାୟ ୭୨ ହଜାର କୋଟି ଟଙ୍କା ପ୍ରିମିୟମ ଆଦାୟ କରାଯାଇଥିବା ବେଳେ ଚାଷୀଙ୍କୁ କ୍ଷତିପୂରଣ ବାବଦକୁ ମାତ୍ର ୫୨ ହଜାର କୋଟି ଟଙ୍କା ଦିଆଯାଇ ପ୍ରାୟ ୨୦ ହଜାର କୋଟି ଟଙ୍କା ଘରୋଇ ବୀମା କମ୍ପାନୀମାନେ ଲାଭ କରିଛନ୍ତି । ସ୍ୱାମୀନାଥନ କମିଟିର ସୁପାରିଶକୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଗଲା ନାହିଁ । 

ଚାଷୀଙ୍କୁ ସେମାନଙ୍କ ଉତ୍ପାଦିତ ଫସଲର ସଠିକ୍ ମୂଲ୍ୟ ପ୍ରଦାନ କରାଯାଉ ନାହିଁ । ଏହି ସରକାର ଏକ ଶିଳ୍ପପତିମାନଙ୍କୁ ଲକ୍ଷ ଲକ୍ଷ କୋଟି ଟଙ୍କାର ଋଣ ଛାଡ଼ କରୁଥିବା ବେଳେ ଋଣ ଭାରରେ ଥିବା ଚାଷୀଙ୍କଠାରୁ ପାହୁଲାଟିଏ କୃଷିରଣ ଛାଡ଼ କରି ନାହାନ୍ତି । ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା ସମ୍ପୂର୍ଣ୍ଣ ଫେଲ୍ ମାରିଛି । ଏହି ସରକାର ଚାଷୀଙ୍କୁ ବାରମ୍ବାର ପ୍ରତାରିତ କରୁଥିବା ବେଳେ ଚାଷୀ ଆନ୍ଦୋଳନ ଯୋରଦାର କରାଯିବ ବୋଲି ସେ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ପ୍ରତି ଗ୍ରାମସ୍ତରରୁ ରାଜ୍ୟସ୍ତର ପର୍ଯ୍ୟନ୍ତ କିଷାନ କଂଗ୍ରେସ ସଂଗଠନକୁ ଓଡ଼ିଶାରେ ଅଧୁକରୁ ଅଧିକ ସୁଦୃଢ଼ କରାଯିବା ବୋଲି ମଧ୍ୟ ସେ କହିଥିଲେ । ସମ୍ମାନୀତ ଅତିଥି ଭାବେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ଅମୀୟ କୁମାର ପଟ୍ଟନାୟକ ଯୋଗଦେଇ କହିଥିଲେ ଯେ ଗଞ୍ଜାମ ଜିଲ୍ଲାର ସର୍ବ ପୁରାତନ ଚିନିଶିଳ୍ପ କାରଖାନାଟି ସରକାରଙ୍କ ଅପାରଗତା ଯୋଗୁଁ ନିଲାମ ହେବାକୁ ବସିଲାଣି । ଜିଲ୍ଲାର ଏକମାତ୍ର କୃଷି ଭିତ୍ତିକ ସମବାୟ ଚିନିଶିଳ୍ପ କାରଖାନାଟିକୁ କେନ୍ଦ୍ର ସରକାର ତୁରନ୍ତ ୩୦ କୋଟି ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେଲେ ୭ହଜାରରୁ ଅଧୁକ ଚାଷୀ ଓ ୨୦ ହଜାରରୁ ଅଧୁକ ଶ୍ରମିକ ଦୀର୍ଘସ୍ଥାୟୀ ଦାନା ପାଇବାର ସୁବିଧା ପାଇ ପାରିବେ । ଅପର ପକ୍ଷରେ ସରକାର ଧାନର ଅଭାବି ବିକ୍ରି ହେଉନାହିଁ ବୋଲି ଡିଣ୍ଡିମ ପିଟୁଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ପ୍ରାୟ ୫ ଲକ୍ଷ କ୍ଲିଣ୍ଟାଲ ଧାନ ଚାଷୀମାନେ ବିକ୍ରି କରି ପାରି ନାହାନ୍ତି । 

ଗୋଦାମଘର ନ ଥିବା ଏବଂ ଟୋକନ ଦେବାରେ ଅବହେଳା ଯୋଗୁଁ ଚାଷୀମାନେ ନିର୍ଦ୍ଧାରିତ ଦରଠାରୁ ଧାନ ଦ୍ବିଣ୍ଟାଲ ପିଛା ୧ ୨ ଶହ ରୁ ୧୩ ଶହ ଟଙ୍କାରେ ଆନ୍ଧ୍ର ବେପାରୀମାନଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି । ଜିଲ୍ଲାରେ କାଳିଆ ଓ ପି.ଏମ୍ କିଷାନ ଯୋଜନାରେ ପ୍ରକୃତ ହିତାଧୁକାରୀଙ୍କୁ ସହାୟତା ମିଳିନାହିଁ । ଜଳସେଚନ ବ୍ୟବସ୍ଥା ଅତ୍ୟନ୍ତ ଶୋଚନୀୟ । ସଂରକ୍ଷଣ ପାଇଁ ଶୀତଳଭଣ୍ଡାରଟିଏ ନାହିଁ । କାମଧନ୍ଦା ନ ପାଇ ଜିଲ୍ଲାର ୭ ଲକ୍ଷରୁ ଉଦ୍ଧି ଲୋକ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଚାଷ ଓ ଚାଷୀ ସମ୍ପୂର୍ଣ ଅସୁରକ୍ଷିତ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରୀୟ ଯୁଗ୍ଧ ସଂଯୋଜକ ରଶ୍ମି ରଞ୍ଜନ ପଟ୍ଟନାୟକ, କିଷାନ କଂଗ୍ରେସ ରାଜ୍ୟ ଉପାଧ୍ୟକ୍ଷ ସୁବାଷ ରାଉତ, ସାଧାରଣ ସମ୍ପାଦକ ସାଇ ପ୍ରସାଦ ପାତ୍ର, ସମ୍ପାଦକ ପଦ୍ମ ଚରଣ ସାହୁ, ଶ୍ୟାମ ସୁନ୍ଦର
ଦୋରା, ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା ପ୍ରମୁଖ ଉଭୟ ସରକାରର ଚାଷୀମାରନ ନୀତି ବିରୁଦ୍ଧରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ । ଜିଲ୍ଲା କିଷାନ କଂଗ୍ରେସ ସଭାପତି ବୃନ୍ଦାବନ ଖଟେଇଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା ଚାଷୀ ପ୍ରତିନିଧୁମାନେ ସେମାନଙ୍କ ଅଞ୍ଚଳରେ ଉପୁଜୁଥିବା ବିଭିନ୍ନ କୃଷି ସମସ୍ୟା ସମ୍ପର୍କରେ ମତବ୍ୟକ୍ତ କରିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget