ଭୁବନେଶ୍ୱର : ୨୮/୦୨-ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ ପକ୍ଷରୁ ‘ସପ୍ତାହରେ ଦିନଟିଏ ଖଦି’ ଶୀର୍ଷକ ରାଜ୍ୟସ୍ତରୀୟ ଖଦି ସଚେତନତା ସମାରୋହ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଖଦି ବୋର୍ଡର ସଭାପତି ଶ୍ରୀ ସଂଗ୍ରାମ କେଶରୀ ପାଇକରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ସମାରୋହରେ ଖଦିର ଐତିହାସିକ ପୃଷ୍ଠଭୂମି ଉପରେ ଆଲୋଚନା କରିବା ସହିତ ଖଦିବସ୍ତ୍ର ପରିଧାନର ଉପାଦେୟତା ସଂପର୍କରେ ଅତିଥିମାନେ ଆଲୋକପାତ କରିଥିଲେ । କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଦେଶ ପାଇଁ ଗାନ୍ଧୀଜୀଙ୍କ ବଳିଦାନ ଓ ଖଦି ପ୍ରତି ଉତ୍ସର୍ଗୀକୃତ ଅବଦାନ ସଂପର୍କରେ ଉଲ୍ଲେଖ କରି ଖଦିର ବ୍ୟବହାର ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ଯୁବବର୍ଗ ଏଥୁ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରିବା ଉଚିତ ଯାହା ଭବିଷ୍ୟତ ପିଢ଼ିକୁ ଖଦି ପରି ଧାନ ପାଇଁ ଉତ୍ସାହିତ କରିବ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ । ସପ୍ତାହରେ ଅନ୍ତତଃ ଗୋଟିଏ ଦିନ ଖଦି ପରିଧାନ ପାଇଁ ବୋର୍ଡ ପକ୍ଷରୁ କରାଯାଇଥିବା ଅଭିନବ ପ୍ରୟାସର ସେ ଭୂୟସୀ ପ୍ରଶଂସା କରିଥିଲେ ।
ସମାରୋହକୁ ଉଦ୍ଘାଟନ କରି ଶକ୍ତି, ଗୃହ, ଶିକ୍ସ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର ରାଜ୍ୟ ଖଦି ବୋର୍ଡ ତରଫରୁ କରାଯାଇଥିବା ଉଦ୍ୟମ ସମୟୋପଯୋଗୀ ବୋଲି ଉଲ୍ଲେଖ କରିବା ସହିତ ଖଦିର ବହୁଳ ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ । ସମାଜରେ ଖଦିର ଆଦର ହୋଇପାରିଲେ ଏହା ଗାନ୍ଧୀ ଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ସେ କହିଥିଲେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କର ଖଦି ଆନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀଚରଣ ପଟ୍ଟନାୟକ ସ୍ଵତନ୍ତ୍ର ଅତିଥି ଭାବରେ ଯୋଗଦେଇ ଖଦି ସହିତ ଗାନ୍ଧୀଜୀଙ୍କର ଥିବା ଆମ୍ବିକ ସଂପର୍କରେ ଅବତାରଣା କରିଥିଲେ । ସେ କହିଲେ ଯେ ନିଜେ ଚରଖାରେ ସୂତା କାଟିବା ସହିତ ଅନ୍ୟମାନଙ୍କୁ ଏ ଦିଗରେ ଉତ୍ସାହିତ କରୁଥିଲେ । ଦୁଇଖଣ୍ଡ ଖଦି ବସ୍ତି ଥୁଲା ତାଙ୍କର ପରିଧାନ । ଖଦିକୁ ଜନସାଧାରଣଙ୍କ ଅଧୁକ ନିକଟତର କରିବା ପାଇଁ ଖଦି ବୋର୍ଡର ଏଭଳି ପ୍ରୟାସ ଅଭିନନ୍ଦନୀୟ । ନିଜର ରୁଚିରେ ପରିବର୍ତ୍ତନ ଆଣି ଖଦି ପରିଧାନ କରିବା ସହିତ ଜଣେ ସଚ୍ଚା ଭାରତୀୟ ଭାବରେ ଗର୍ବ କରି ବା ପାଇଁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଖଦି ବୋର୍ଡ ଦ୍ଵାରା କରାଯାଇଥିବା ଏଭଳି ଏକ ନିଆରା ଉଦ୍ୟମର ସଫଳତା କାମନା କରିଥିଲେ । ସପ୍ତାହରେ ଅନ୍ତତଃ ଦିନଟିଏ ଖଦି ପରିଧାନ କରି ପାରିଲେ ଗାନ୍ଧୀଜୀଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଉଲ୍ଲେଖ କରିଥିଲେ ।
ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏ ଭଳି ଅଭିନବ ଅଭିଯାନର ସଫଳତା କାମନା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ଗାନ୍ଧୀ ଓ ଚରଖା ଚିତ୍ର ଥାଇ ଏକ ଲୋଗୋର ଶୁଭ ଉନ୍ମୋଚନ କରା ଯାଇଥିଲା । ବୋର୍ଡର ସଭାପତି ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ସମାରୋହରେ ପୌରୋହିତ୍ୟ କରି ସ୍ଵାଗତ ଭାଷଣ ଜରିଆରେ ଏହି ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋପାତ କରିଥିଲେ । ସରକାରୀ ଓ ବେସରକାରୀ କର୍ମଚାରୀ ତଥା ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସପ୍ତାହରେ ଅନ୍ତତଃ ଦିନଟିଏ ଖଦିବସ୍ତ୍ର ପରିଧାନ କଲେ ଗାଁଗହଳିର ଗରି ବ ବୁଣାକାରମାନଙ୍କର ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ । ନିଜର ରୁଚିରେ ପରିବର୍ତ୍ତନ ଆଣି ଖଦି ପରିଧାନ କରିବା ସହିତ ଜଣେ ସଚ୍ଚା ଭାରତୀୟ ଭାବରେ ଗର୍ବ କରି ବା ପାଇଁ ଆହ୍ବାନ ଦେଇଥିଲେ । ମୁଖ୍ୟବକ୍ତା ଭାବରେ ଜଳସଂପଦ ଏବଂ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ଯୋଗଦେଇ ଖଦି ବୋର୍ଡ ଦ୍ଵାରା କରାଯାଇଥିବା
ଏଭଳି ଏକ ନିଆରା ଉଦ୍ୟମର ସଫଳତା କାମନା କରିଥିଲେ । ସପ୍ତାହରେ ଅନ୍ତତଃ ଦିନଟିଏ ଖଦି ପରିଧାନ କରି ପାରିଲେ ଗାନ୍ଧୀଜୀଙ୍କ ପ୍ରତି ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହୋଇପାରିବ ବୋଲି ଉଲ୍ଲେଖ
କରିଥିଲେ । ଭୁବନେଶ୍ୱର (ଉତ୍ତର) ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ ଏହି ସମାରୋହରେ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏ ଭଳି ଅଭିନବ ଅଭିଯାନର ସଫଳତା କାମନା କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ଗାନ୍ଧୀ ଓ ଚରଖା ଚିତ୍ର ଥାଇ ଏକ ଲୋଗୋର ଶୁଭ ଉନ୍ମୋଚନ କରା ଯାଇଥିଲା । ବୋର୍ଡର ସଭାପତି ଶ୍ରୀ ସଂଗ୍ରାମ କେଶରୀ ପାଇକରାୟ ସମାରୋହରେ ପୌରୋହିତ୍ୟ କରି ସ୍ଵାଗତ ଭାଷଣ ଜରିଆରେ ଏହି ସଚେତନତା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ଆଲୋପାତ କରିଥିଲେ । ସରକାରୀ ଓ ବେସରକାରୀ କର୍ମଚାରୀ ତଥା ସମସ୍ତ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ସପ୍ତାହରେ ଅନ୍ତତଃ ଦିନଟିଏ ଖଦିବସ୍ତ୍ର ପରିଧାନ କଲେ ଗାଁଗହଳିର ଗରି ବ ବୁଣାକାରମାନଙ୍କର ଅର୍ଥନୈତିକ ପ୍ରଗତିରେ ଯଥେଷ୍ଟ ସହାୟକ ହୋଇପାରିବ ବୋଲି ସେ ଉଲ୍ଲେଖ କରିଥିଲେ ।
ଏହି ସମାରୋହରେ ଖଦି ବୋର୍ଡ ଦ୍ୱାରା ଆର୍ଥିକ ସହାୟତାପ୍ରାପ୍ତ ସଫଳ ଉଦ୍ୟୋଗୀମାନଙ୍କର ଏକ ପ୍ରେରଣାଦାୟୀ ପ୍ରାମାଣିକ ଚିତ୍ର ପ୍ରଦର୍ଶିତ ହୋଇଥିଲା । ପରେ ଗାନ୍ଧୀଜୀଙ୍କର ପ୍ରିୟ ଭଜନ ‘ବୈଷ୍ଣବ ଜନ । ତୋ ତେନେ କହି ଯେ' ଗୀତଟିକୁ ଓଡ଼ିଶୀ ରୂପରେ ପରିବେଷଣ କରାଯାଇଥିଲା । ଏହି ଉପଲକ୍ଷେ ଜୟଦେବ ଭବନଠାରେ ବ୍ୟକ୍ତି ନିମନ୍ତେ ଉଦ୍ଦିଷ୍ଟ ଏହି ଖଦି ସାମଗ୍ରୀର ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା । ଏଥିରେ ଖଦିର ଭଳିକି ଭଳି ଲୁଗା ଓ ଅନ୍ୟାନ୍ୟ ସାମଗ୍ରୀ ଉପଲବ୍ଧ କରା ଯାଇଥୁଲା । ବୋର୍ଡର ସଚିବ ଶ୍ରୀ ଅବଦୁଲ୍ ଅଲିମ୍ ଖାନ୍, ଉପସଚିବ ଶ୍ରୀମତୀ ରେଣୁପ୍ରଭା ନାୟକ, ଶ୍ରୀ ତ୍ରିଯୋଗୀ ନାରାୟଣ ଦାଶ ଓ ବୋର୍ଡର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସମାରୋହକୁ ସଫଳ କରିବାରେ ସହଯୋଗ କରିଥିଲେ ।
Post a Comment