ଭୁବନେଶ୍ବର : ୨୮/୦୨-ରାଜ୍ୟରେ ଇସ୍ପାତ୍ କ୍ଷେତ୍ରର ଅଭିବୃଦ୍ଧି ପାଇଁ ବଡ ରଣନୀତିର ଆବଶ୍ୟକତା ରହିଛି ଏବଂ ଏହି ଇସ୍ପାତ୍ ଶିଳ୍ପକୁ ତ୍ବରାନ୍ବିତ କରିବା ପାଇଁ ଜାପାନ ଦେଶର ଭଲ ସହଯୋଗୀ ରାଷ୍ଟ୍ର ହୋଇଛି । ତେଣୁ ଆମକୁ ସହଯୋଗୀ ରାଷ୍ଟ୍ର ଜାପାନ ସହ ମିଶି ଓଡିଶାକୁ ଇସ୍ପାତ୍ର ଶିର ପୂର୍ବଦୋୟରେ ପ୍ରମୁଖ କେନ୍ଦ୍ର କରିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶୁକ୍ରବାର ଭୁବନେଶ୍ବର ଠାରେ ଇସ୍ପାତ୍ ମନ୍ତ୍ରଣାଳୟ ଏବଂ ଜାପାନ ଏମଇଟିଆଇ ପକ୍ଷରୁ ଆୟୋଜିତ କର୍ମଶାଳା “ଅର୍ଥନୀତିର ଅଭିବୃଦ୍ଧି ନିମନ୍ତେ ଇସ୍ପାତ୍ରର ବ୍ୟବହାରକୁ ବଢାଇବା ପାଇଁ ସମର୍ଥ ପ୍ରକ୍ରିୟାରେ ଯୋଗଦେଇ ସେ ଏହା କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଇସ୍ପାତ୍ ଶି ମାଧ୍ୟମରେ ଓଡିଶା ଦେଶର ୧ ନମ୍ବର ରାଜ୍ୟ ହେବ । ଅର୍ଥନୀତିକୁ ଆଗକୁ ନେବାରେ ଇସ୍ପାତ କ୍ଷେତ୍ରର ବଡ ଭୂମିକା ରହିଛି ଏବଂ ଓଡ଼ିଶା ଦେଶର ଇସ୍ପାତ୍ ଉତ୍ପାଦନର କେନ୍ଦ୍ରସ୍ଥଳୀ ହେବା ରାସ୍ତାରେ ଅଛି । ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ମିଲିୟନ ମେଟ୍ରିକ୍ ଟନ୍ ଇସ୍ପାତ୍ ଉତ୍ପାଦନ କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଓଡିଶାରୁ କେବଳ ୧୦୦ ମିଲିୟନ ମେଟ୍ରିକ୍ ଟନ୍ ଇସ୍ପାତ୍ ଉତ୍ପାଦନ ହେବାର ସମ୍ଭାବନା ରହିଛି । ମାତ୍ର ଏହାକୁ ସାକାର କରିବା ପାଇଁ ଓଡ଼ିଶାର ଆନୁଷାଙ୍ଗିକ ବ୍ୟବସ୍ଥାକୁ ବଢାଇବାକୁ ପଡିବ । ସେ କହିଛନ୍ତି ଭାରତବର୍ଷରେ ମୁଣ୍ଡ ପିଛା ଇସ୍ପାତ୍ ବ୍ୟବହାର ମାତ୍ର ୭୦ କିଲୋଗ୍ରାମ ଥିବାବେଳେ ଏହାକୁ ବଢାଇବା ପାଇଁ ଧ୍ୟାନ ଦିଆଯାଉଛି । ଅନ୍ୟପଟେ ବିଶ୍ବରେ ଇସ୍ପାତ ବ୍ୟବହାର ମୁଣ୍ଡ ପିଛା ହାରାହାରି ୨ ୨୫ କିଲୋଗ୍ରାମ । ଥିବାବେଳେ ପ୍ରଗତିଶୀଳ ରାଷ୍ଟ୍ର ଜାପାନରେ ୫୦୦ କିଲୋଗ୍ରାମ ମୁଣ୍ଡ ପିଛା ଇସାତ୍ ବ୍ୟବହାର ହେଉଛି । ଓଡିଶାରେ ଏହାକୁ ଅନ୍ୟନ ୧୫୦ କିଗ୍ରାରେ ପହଁଚାଇବାର ସମ୍ଭାବନା ରହିଛି । ଇସ୍ପାତର ବ୍ୟବହାର ବଢିଲେ ଗରିବ ଲୋକଙ୍କ ଜୀବନରେ ପରିବର୍ତନ ଆସିବ ଏବଂ ସ୍ଥାନୀୟ ଅର୍ଥନୀତି ମଧ୍ୟ ସୁଦୃଢ ହେବ । ସାମଗ୍ରିକ ଭାବେ ଦେଖିବାକୁ ଗଲେ ରାଜ୍ୟରେ ଇସ୍ପାତ୍ ବ୍ୟବହାର ବଢିଲେ ସାମାଜିକ ଭିତିଭୂମି ସହ ସବୁ କ୍ଷେତ୍ରର ବିକାଶ ହୋଇପାରିବ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ କେନ୍ଦ୍ର ସରକାର ମାଇନ୍ସ ଆଣ୍ଡ ମିନେରାଲ୍ ଡେଭଲପମେଟ୍ ରେଗୁଲେସନ ଆକ୍ସ( ଏମ୍ଏଡିଆର) ନିୟମରେ ପରିବର୍ତ୍ତନ କାରଣରୁ ଓଡିଶା ବାର୍ଷିକ ପ୍ରାୟ ୨୦ ହଜାର କୋଟି ଟଙ୍କା ପାଇବ । ପୂର୍ବରୁ କେବଳ ରୟାଲିଟି ଓ ସେଲ୍ ଟାଙ୍କି ରାଜ୍ୟକୁ ମିଳୁଥିଲା । ସେ କହିଛନ୍ତି ଯେ ଦେଶର ୮୦ ପ୍ରତିଶତ ଖଣି ପୂର୍ବୋଚଳରେ ରହିଛି । ରାଜ୍ୟରେ ଇସ୍ପାତ୍ ଶିର ବିକାଶ ପାଇଁ ବିଜୁଳି ବିଲ ଟାରିଫରେ ରହାତି ଦେବା ପାଇଁ ରାଜ୍ୟ ସରକାରଙ୍କୁ ସେ ପରାମର୍ଶ ଦେଇଛନ୍ତି । ଯେହେତୁ ରାଜ୍ୟରେ ପ୍ରଚୁର କୋଇଲା ସମ୍ପଦ ରହିଛି, ତେଣୁ ବିଜୁଳିକୁ କଂଚାମାଲ ଭାବେ କମ୍ ମୂଲ୍ୟରେ ବ୍ୟବହାର କରି ଇସ୍ପାତ୍ ଉତ୍ପାଦନ କ୍ଷେତ୍ରରେ ଏକ ଇକୋସିଷ୍ଟମ ତିଆରି କରି ଏହି ଶିକୁ ବଢାଇବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ଓଡିଶାରୁ ବୌଦ୍ଧ ଧର୍ମ ବିଶ୍ବର ବିଭିନ୍ନ ସ୍ଥାନକୁ ଯାଇଛି । କଳିଙ୍ଗ ଯୁଦ୍ଧ ଏଠାରେ ହୋଇଥିଲା ଏବଂ ଏହି ଯୁଦ୍ଧ ପରେ ସମ୍ରାଟ୍ ଅଶୋକା ଚଣ୍ଡାଶୋକରୁ ଧର୍ମାଶୋକକୁ ପରିବର୍ତନ ହୋଇଥିଲେ । ହଜାର ହଜାର ବର୍ଷର ପୁରୁଣା ଇତିହାସରେ ଓଡିଶା-ଜାପାନ ସମ୍ପର୍କର ସେତୁ ହେଉଛି ବୌଦ୍ଧ ଧର୍ମ । ସେ କହିଛନ୍ତି ଓଡିଶାର କୋଣାର୍କ ମନ୍ଦିର ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି ଏବଂ ବୈଜ୍ଞାନିକ କଳା କୌଶଳର ଅନନ୍ୟ ଉଦାହରଣ ଓ ଇସାତ୍ । ଏହାର ମେରୁଦଣ୍ଡ । କୋଣାର୍କ ମନ୍ଦିର ଚୂଡରେ ଥିବା ଚୁମ୍ବକ ମନ୍ଦିରର ଜ୍ୟଚାକୁ ଧରି ରଖିଥିଲା ଏବଂ ଚୁମ୍ବକୀୟ ପ୍ରଭାବ ଦ୍ଵାରା ଭଗବାନ ସୂର୍ଯ୍ୟଙ୍କ ପ୍ରତିମୂର୍ତ୍ତି ଭୂମି ସଲଗ୍ନ ନହୋଇ ଏହାଠାରୁ ଟିକେ ଉପରେ ରହୁଥିଲା । ଏବେ ନୂଆ ଅର୍ଥନୀତିରେ କୋଣାର୍କରୁ ପ୍ରେରଣା ନେବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
Post a Comment