loading...

ସଂଶୋଧୂତ ମୋଟର ଯାନ ଆଇନ୍ ଲାଗୁ ପାଇଁ ଆଉ ମାସେ ମହଲତ ଦିଆଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ସମାଜବାଦୀ ପାର୍ଟି,

Request to give one more month to the people for enforcing new MV Act .

ସଂଶୋଧୂତ ମୋଟର ଯାନ ଆଇନ୍ ଲାଗୁ ପାଇଁ ଆଉ ମାସେ ମହଲତ ଦିଆଯାଉ, ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲା ସମାଜବାଦୀ ପାର୍ଟି,

ଭୁବନେଶ୍ବର : ୨୯/୨-ମାର୍ଚ୍ଚ ୧ ତାରିଖରୁ ସଂଶୋଧୂତ ମୋଟରଯାନ ଆଇନ୍ ଲାଗୁ ହେବାକୁ ଯାଉଛି । ସାଧାରଣ ଲୋକଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସେପ୍ଟେମ୍ବର ପହିଲାରୁ ଲାଗୁ ହେବାକୁ ଥିବା ଏହି ଆଇନକୁ ସରକାର ଫେବୃୟାରୀ ୨୯ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦେଇଥିଲେ । କିନ୍ତୁ ଏବେବି ୬ ମାସ ମହଲତ୍ ପରେ । ଆହୁରି ବହୁ ଲୋକ ଲାଇସେନ୍ସ ପାଇବା ପାଇଁ ଏବଂ ଗାଡ଼ିର କାଗଜପତ୍ର ଠିକ୍ କରିବା ପାଇଁ ଲମ୍ବା ଲାଇନ୍‌ରେ ରହିଛନ୍ତି । ପରିବହନ ବିଭାଗ ଏହି ସମୟ ମଧ୍ୟରେ ୧୪ ଲକ୍ଷ ୮୮ ହଜାର ଲରନିଂଗ୍ ଲାଇସେନ୍ସ ପ୍ରଦାନ କରିଥିଲାବେଳେ ପାଖାପାଖି ୫ ଲକ୍ଷ ୯୬ ହଜାର ଡ୍ରାଇଭିଂଗ୍ ଲାଇସେନ୍ସ ଲୋକଙ୍କୁ ପ୍ରଦାନ କରାଯାଇଛି । କିନ୍ତୁ ଏହା ସତ୍ତ୍ବ ମଧ୍ୟ ବହୁ ଜିଲ୍ଲା ପରିବହନ ଅଧୁକାରୀଙ୍କ କାର୍ଯ୍ୟାଳୟରେ କାଗଜପତ୍ର ଠିକ୍ କରିବା ପାଇଁ ଏବଂ ଲାଇସେନ୍ସ ପାଇବା ପାଇଁ ହଜାର ହଜାର ଦରଖାସ୍ତକାରୀ ଲମ୍ବା ଲାଇରେ ଠିଆ ହୋଇଛନ୍ତି । ସାଧାରଣ ଲୋକଙ୍କ ସ୍ୱାର୍ଥକୁ ଆଖିଆଗରେ ରଖୁ ରାଜ୍ୟ ସରକାର ଆଉ ଏକ ମାସ ଲୋକଙ୍କୁ ମହଲତ ଦେବାପାଇଁ ସମାଜବାଦୀ ପାର୍ଟି ଦାବି କରିଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଆଜି ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏକ ପତ୍ର ଲେଖି ତାଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । 

ଏହି ପତ୍ରରେ ସେ କହିଛନ୍ତି ଯେ, ଜଣେ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଆପଣ ସଂଶୋଧିତ ମୋଟରଯାନ ଆଇନ୍‌କୁ ୬ ମାସ ଘୁଞ୍ଚାଇ ଦେଇଥିଲେ । ଏହି ସମୟ ମଧ୍ୟରେ ବହୁ ଲୋକ ନିଜର କାଗଜପତ୍ର ଠିକ୍ କରିନେଇଛନ୍ତି । କିନ୍ତୁ । ତା’ସସ୍ତେ ଆହୁରି ବହୁ ଲୋକଙ୍କର କାଗଜପତ୍ର ଏବଂ ଡ୍ରାଇଭି ଲାଇସେନ୍ସ ବିଭିନ୍ନ ଆର.ଟି.ଓ. ମାନଙ୍କରେ ପଡ଼ିରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ଅନ୍ତତ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କୁ ସୁଯୋଗ ଦିଅନ୍ତୁ । କାରଣ ସରକାରଙ୍କର ଲକ୍ଷ୍ୟ ଯାହା ପରିବହନ ମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ଗତକାଲି କହିଛନ୍ତି ଯେ, “ ଏହି ଆଇର ଲକ୍ଷ୍ୟ ନୁହେଁ ସାଧାରଣ ଲୋକଙ୍କୁ ନାଲି ଆଖି ଦେଖାଇ ଫାଇନ୍ ଆଦାୟ କରିବା ବରଂ ଦୁର୍ଘଟଣା କବଳରୁ ସାଧାରଣ ଲୋକଙ୍କର ଧନଜୀବନକୁ ସୁରକ୍ଷା ଦେବା” । ତେଣୁ ସାଧାରଣ ଜନତାର ଏହି ସ୍ୱାର୍ଥକୁ ଆଖି ଆଗରେ ରଖି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଉ ଏକ ମାସ ସାଧାରଣ ଲୋକଙ୍କୁ ସମୟ ଦେବାପାଇଁ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଅନ୍ତୁ । କିନ୍ତୁ ଏହି ସମୟ ମଧ୍ୟରେ ଯେଉଁମାନେ ମଦ ପିଇ ଗାଡ଼ି ଚାଳନା କରୁଛନ୍ତି କିମ୍ବା ଗାଡ଼ି ଚାଳନା ବେଳେ ମୋବାଇଲ୍‌ରେ ଗପିଗପି ଯାଉଛନ୍ତି, ଦୁଇଚକିଆ ଯାନରେ ତିନିଜଣ ବସି କରି ଯାଉଛନ୍ତି କିମ୍ବା ହେଲ୍‌ମେଟ୍ ପିନ୍ଧୁନାହାଁନ୍ତି ଏସବୁର ଉଲ୍ଲଙ୍ଘନକାରୀଙ୍କୁ ଧରପଗଡ଼ କରିବା ସହିତ ଆଇନ୍ ଅନୁଯାୟୀ ଦଣ୍ଡିତ କରାଗଲେ କାହାରି କୌଣସି ଆପତ୍ତା ରହିବ ନାହିଁ । ସେହିଭଳି ଯେଉଁମାନେ ଆମ୍ବୁଲାନ୍ସ ଏବଂ ଫାୟାର ଗାଡିକୁ ବାଟ ଛାଡୁନାହାଁନ୍ତି କିମ୍ବା ଜବରଦସ୍ତ ଟ୍ରାଫିକ୍ ଛକମାନଙ୍କରେ ଥିବା ରେଡ୍‌ ଲାଇଟକୁ ଉଲ୍ଲଙ୍ଘନ କରୁଛନ୍ତି କିମ୍ବା କାର ଚଳାନା ବେଳେ ସିଟ୍ ବେଲ୍ ବାନ୍ଧୁ ନାହାନ୍ତି ସେମାନଙ୍କଠାରୁ ଫାଇନ୍ ଆଦାୟ କରାଯାଉ ଏବଂ ନିୟମକୁ କଡ଼ାକଡ଼ି କରାଯାଉ । ଏହି ଏକ ମାସ ମଧ୍ୟରେ ସାଧାରଣ ଦରଖାସ୍ତକାରୀଙ୍କୁ ସେମାନଙ୍କର ଲାଇସେନ୍ସ ଏବଂ ଗାଡ଼ିର କାଗଜପତ୍ର ଯୋଗାଇ ଦେବାପାଇଁ ପରିବହନ ବିଭାଗ ଠୋସ୍ ପଦକ୍ଷେପ ଗ୍ରହଣ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଶ୍ରୀ ବେହେରା ଦାବି କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget