loading...

ବିଧାନସଭାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପାଇଁ ଦାବି, ବିରୋଧୀ ଦଳର ନେତାଙ୍କୁ ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଧନ୍ୟବାଦ !!

Odisha Govt Contractual employees Association,

ବିଧାନସଭାରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ପାଇଁ ଦାବି, ବିରୋଧୀ ଦଳର ନେତାଙ୍କୁ ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଧନ୍ୟବାଦ !!

ଭୁବନେଶ୍ୱର : ୨୭/୦୨-ମାନ୍ୟବର ବିରୋଧୀ ଦଳର ନେତା ପ୍ରଦୀପ ନଏକ ବିଧାନସଭାରେ ସରକାରୀ ଚାକିରୀରେ କୁସ୍ଥିତ ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥାକୁ କଠୋର ସମାଲଚନା କରିବା ସହ ମାସିକ ମାତ୍ର ୮୮୮୦ ଟଙ୍କା ବେତନରେ ଏହି କର୍ମଚାରୀ ମାନେ କିପରି ପରିବାର ପ୍ରତିପୋଷଣ କରିବେ ପ୍ରଶ୍ନ ପଚାରିବା ସହ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ରାଜ୍ୟରୁ ଠିକା ପ୍ରଥା ସମ୍ପୂର୍ଣ୍ଣ ରୂପେ ଉଛେଦ କରିବା ପାଇଁ ଏକ ଗୃହ କମିଟି ଗଠନ ପାଇଁ ଦାବି କରିବା ପରିପ୍ରେକ୍ଷୀରେ ଓଡ଼ିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ବିରୋଧୀ ଦଳର ନେତାଙ୍କୁ ଧନ୍ୟବାଦ ପ୍ରଦାନ କରାଯିବା ସହ ସରକାର ତୁରନ୍ତ ଏ ପ୍ରକାର ଗୋଠୁ ଖଟାଇବା ପ୍ରଥାକୁ ବନ୍ଦ କରି ବାସ୍ତବବାଦି ହୁଅନ୍ତୁ ଓ ଏହି ମହଙ୍ଗା ଯୁଗରେ ଏକ କର୍ମଚାରୀ ପରିବାର ପ୍ରତିପୋଷଣ କରିବା ପାଇଁ ସର୍ବନିମ୍ନ ଦରମା ୨୫,୦୦୦/- ଟଙ୍କା ଲାଗୁକରନ୍ତୁ । ଯଦି ସରକାର ପିସି କାରବାର ବନ୍ଦ କରିବା ପାଇଁ ଚାହୁଁଛନ୍ତି ତେବେ ତୁରନ୍ତ ନୂତନ ଦରମା ଘୋଷଣା କରନ୍ତୁ ଓ ସପ୍ତମ ବେତନ ଲାଗୁ କରନ୍ତୁ ନେହେଲେ ଯେପରି ବଳଦକୁ ଖାଇବାକୁ ନ ଦେଲେ ଫସଲ ଖାଏ ସେମିତି କର୍ମଚାରୀ ମାନଙ୍କୁ ବାଧ୍ୟ କରୁଛନ୍ତି ପିସି ନେବା ପାଇଁ ।

ସରକାର ଯଦି ଗୋଟିଏ ସପ୍ତାହ ମଧ୍ୟରେ ବିଧାନସଭାରେ ଘୋଷଣା ନକରନ୍ତି ତେବେ କର୍ମଚାରୀ ମାନେ ଅବିନଭ ପ୍ରଥାରେ ଆନ୍ଦୋଳନ କରିବେ ବୋଲି ସଂଘର ଉପଦେଷ୍ଟା ପ୍ରଭାତ ମହାନ୍ତି, ମଧୁ ମଲ୍ଲିକ, ବାସୁଦେବ ଭଟ୍ଟ ଓ କିଷାନ ବରାଇ ଏବଂ ସମ୍ପାଦକ କ୍ଷତିଶ ପଣ୍ଡା, ଉପସଭାପତି ପ୍ରଭାସ ଭୋଇ, ଦେବଦତ ସ୍ବାଇଁ, ଜୀବନ ମହାନ୍ତି, ସଂଘଟକ ସମ୍ପାଦକ ସୁଧୀର ସାହୁ, ଯୁଗ୍ମ ସମ୍ପାଦକ ପ୍ରଶାନ୍ତ
ରାଉତରାୟ, ଶ୍ରୀନିବାସ ମହାନ୍ତି, ପ୍ରଶାନ୍ତ କର,ବିଶ୍ଵଜୀତ ବିଶ୍ୱାଳ, ଅନିତା ବେହେରା, ଶୁଭଶ୍ରୀ ପ୍ରିୟମ୍ବଦା,ପ୍ରମୁଖ ପ୍ରେସ ବିବୃତିରେ କହିଛନ୍ତି।

Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget