ଭୁବନେଶ୍ବର : ଆଜି ଭୁବନେଶ୍ବର ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ପୂର୍ବାଚଳ ପରିଷଦର ୨୪ତମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ସହଅଧ୍ୟକ୍ଷତା କରିବା ସହ ଆୟୋଜକ ଭାବେ ଯୋଗ ଦେଇଥିଲେ । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ, ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ଶ୍ରୀ ରମେଶ ଓରାଏଁ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ସାଗତ ଜଣାଇବା ସହିତ ସାମୁଦ୍ରିକ ଝଡ଼ ସମୟରେ ନିରନ୍ତର ସହାୟତା ଲାଗି କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କୋଇଲା ରୟାଲିଟି ବୃଦ୍ଧି ପ୍ରସଙ୍ଗ ଉଠାଇଥିଲେ ।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ବାନାର୍ଜୀ ଜିଏସଟି ପ୍ରକ୍ରିୟାକରଣ ଅର୍ଥ ପ୍ରଦାନରେ ବିଳମ ଏବଂ ପାଣି । ହସ୍ତାନ୍ତରଣ ପ୍ରସଙ୍ଗ ଉଠାଇଥିଲେ । ଗଙ୍ଗା ନଦୀ ବନ୍ୟାର ମୁକାବିଲା ଲାଗି ଜାତୀୟ ପଟୁ ପରିଚାଳନା ନୀତି ଗଠନ ଲାଗି ଅନୁରୋଧ କରିଥିଲେ । ୨୪ତମ ବୈଠକରେ ଉଦବୋଧନ ଦେଇ ଶ୍ରୀ ଶାହ ପରିଷଦର ସମସ୍ତ ସଦସ୍ୟମାନଙ୍କୁ ସ୍ଵାଗତ ଜଣାଇବା ସହିତ ସମସ୍ତ କେନ୍ଦ୍ର-ରାଜ୍ୟ ଓ ଆନ୍ତରାଜ୍ୟ ପ୍ରସଙ୍ଗର ସହମତି ଭିତିରେ ସମାଧାନ ଦିଗରେ ଏହି ବୈଠକ ଫଳପ୍ରଦ ହେବ ବୋଲି ଆଶାବ୍ୟକ୍ତ କରିଥିଲେ । ସେ ଗୁରୁତ୍ବାରୋପ କରିଥିଲେ ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଆଧାରରେ ବ୍ୟାପକ ବିଚାର ଆଲୋଚନା ପରେ ସହମତି ଭିତିରେ ନିଆଯାଇଥିବା ନିଷ୍ପତି କାର୍ଯ୍ୟକାରୀ ହେବା ଉଚିତ । ଏହାଦ୍ବାରା ଦେଶର ସଂଘୀୟ ବ୍ୟାଚା ଆହୁରି ସୁଦଢ଼ ହୋଇପାରିବ । ଆଚଳିକ ପରିଷଦ ବ୍ୟବସ୍ଥା ଫଳପ୍ରଦ ହୋଇଥିବାରୁ ଗୃହମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଥିଲେ । ନିକଟରେ ଅନୁଷ୍ଠିତ ଆଂଚଳିକ ପରିଷଦ ବୈଠକଗୁଡ଼ିକରେ ୭୦% ପ୍ରସଙ୍ଗର ସମାଧାନ କରାଯାଇଛି ଏବଂ ଅନ୍ୟ ପ୍ରସଙ୍ଗଗୁଡ଼ିକ ସମାଧାନ ପ୍ରକ୍ରିୟାରେ ଅଛି ବୋଲି ସେ ସୂଚନା ଦେଇଥିଲେ ।
ବିହାର ଓ ପଶ୍ଚିମବଙ୍ଗ ସରକାରଙ୍କ ମଧ୍ୟରେ ଉପର ମହାନନ୍ଦ ନଦୀ ଉପରେ ଫୁଲବାଡ଼ି ନଦୀବନ୍ଧ ନିର୍ମାଣ ଲାଗି ୧୯୭୮ରେ ସାକ୍ଷରିତ ହୋଇଥିବା ଚୁକ୍ତି, ଓଡ଼ିଶାର ଉତରାଂଚଳ ଜିଲ୍ଲାରେ ନୂଆପଡ଼ା ଗୁଣପୁର ଥେରୁବାଲି ରେଳପଥକୁ ସମ୍ପ୍ରସାରିତ କରିବା, ବିହାର ଓ ଝାଡ଼ଖଣ୍ଡ ମଧ୍ୟରେ ଥିବା ପେନସନ ଦେୟତାର ନିର୍ଦ୍ଧାରଣ, ଭାରତ ସରକାରଙ୍କ କୋଇଲା କମ୍ପାନୀଗୁଡ଼ିକ ଦ୍ବାରା ରାଜ୍ୟ ସରକାରଙ୍କ ଜମି ଉପଯୋଗ କରିବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କେନ୍ଦ୍ରୀୟ ରାଷ୍ଟ୍ରାୟତ ଉଦ୍ୟୋଗଗୁଡ଼ିକ ଦ୍ବାରା ଜମି ହସ୍ତାନ୍ତର, ମହିଳା ଓ ଶିଶୁଙ୍କ ବିରୋଧରେ ଯୌନ ଶୋଷଣ ଓ ବଳାତ୍କାର ଭଳି ମାମଲାର ଦୁତ ତଦନ୍ତ ଆଦି ପ୍ରସଙ୍ଗରେ ପରିଷଦ ଆଲୋଚନା କରିଥିଲା ।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଅନୁଯାୟୀ ପୂର୍ବଚଳର ବିକାଶକୁ ଆହୁରି ତ୍ବରାନ୍ବିତ କରିବାର ଆବଶ୍ୟକତା ରହିଛି ବୋଲି ଗୃହମନ୍ତ୍ରୀ ମତବ୍ୟକ୍ତ କରିଥିଲେ । ସେ ଆଶା ବ୍ୟକ୍ତ କରିଥିଲେ ଯେ ଏଜେଣ୍ଡାରେ ଥିବା ସମସ୍ତ ପ୍ରସଙ୍ଗ ସମାଧାନ ଦିଗରେ ଆଜିର ବୈଠକ ନିର୍ଣ୍ଣାୟକ ଏବଂ ଫଳପ୍ରଦ ହୋଇପାରିବ । ସେ ଉଲ୍ଲେଖ କରିଥିଲେ ଯେ ଏଜେଣ୍ଡାରେ ସ୍ଥାନିତ ପ୍ରସଙ୍ଗଗୁଡ଼ିକ ବ୍ୟତୀତ ଆଇନଶୃଙ୍ଖଳା ଓ ପ୍ରଶାସନିକ ସଂସ୍କାର ପ୍ରସଙ୍ଗରେ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ଯାହା ଦେଶର ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହୋଇପାରିବ । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟରେ ପଡ଼ିରହିଥିବା ମାମଲାଗୁଡ଼ିକର ସମାଧାନ ଲାଗି କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗ ତତ୍ପରତା ପ୍ରକାଶ କରିବା ଆବଶ୍ୟକ ବୋଲି ଗୃହମନ୍ତ୍ରୀ ଜୋର ଦେଇଥିଲେ । ସେ ମଧ୍ୟ ବ୍ୟାଙ୍କିଙ୍ଗ ସେବା ବିସ୍ତାର କରିବା ଉପରେ ଜୋର ଦେଇଥିଲେ ଯାହାଦ୍ଵାରା ଉପାନ୍ତ ଅଂଚଳର ଲୋକମାନେ ଲାଭାନ୍ବିତ ହୋଇପାରିବେ । ଶେଷରେ ଗୃହମନ୍ତ୍ରୀ କହିଥିଲେ ଯେ କେବଳ ଆଂଚଳିକ ପରିଷଦ ବୈଠକରେ ନୁହେଁ ନିୟମିତ ଆଲୋଚନା ମାଧ୍ୟମରେ ଦୀର୍ଘଦିନ ଧରି ପଡ଼ି ରହିଥିବା ପ୍ରସଙ୍ଗର ସମାଧାନ କରାଯିବା ଆବଶ୍ୟକ । ନିୟମିତ ବ୍ୟବଧାନରେ ତଥ୍ୟ ଯୋଗାଇ ଦେବା ଲାଗି ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ସହଯୋଗୀ ସଂଘୀୟ ବ୍ୟବସ୍ଥାର ବାସ୍ତବ ଭାବନା ସହିତ ଏହି ବୈଠକର ସମାପନ ହୋଇଥିଲା ।
Post a Comment