loading...

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ କଂଗ୍ରେସ ପ୍ରେସ ବିଜ୍ଞପ୍ତି ସରକାର ଚାଷୀଙ୍କଠାରୁ ସବୁ ବଳକାଧାନ ତୁରନ୍ତ କିଣିବା ପାଇଁ ପୋସ ପଦକ୍ଷେପ ନେବାକୁ କିଷାନ କଂଗ୍ରେସର ଦାବୀ ,

Press Release of Kisan Congress

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ କଂଗ୍ରେସ ପ୍ରେସ ବିଜ୍ଞପ୍ତି ସରକାର ଚାଷୀଙ୍କଠାରୁ ସବୁ ବଳକାଧାନ ତୁରନ୍ତ କିଣିବା ପାଇଁ ପୋସ ପଦକ୍ଷେପ ନେବାକୁ କିଷାନ କଂଗ୍ରେସର ଦାବୀ ,

ଭୁବନେଶ୍ୱର, ତା ୨୬ ୨- ସାରା ରାଜ୍ୟରେ ବର୍ତମାନ ଅଭାବୀ ଧାନ ବିକ୍ରି ଦ୍ଵାରା ଚାଷୀକୁଳ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ । ମିଲର୍ସ ଓ ସରକାରଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ମଣ୍ଡିରୁ ଧାନ ଉଠୁନାହିଁ । ଅନ୍ୟ ପକ୍ଷରେ ଅଦିନିଆ ବର୍ଷାରେ ମଣ୍ଡିରେ ଧାନ ଭିଜୁଛି । ବର୍ଷାରେ ଧାନର ମାନ ଓ ରଙ୍ଗ ପ୍ରଭାବିତ ହେବାରେ ଲାଗିଲାଣି । ମିଲର ଗଲେ ଧାନ ଓଜନ ହେଉଛି । ଧର୍ମକୁ ଆଖୁର ସଦୃଶ ସରକାର ବିଳମ୍ବରେ ଅନେକ ସ୍ଥାନରେ ମଣ୍ଡି ଖୋଲି ନିର୍ଦ୍ଦିଷ୍ଟ ସମୟ ସୀମା ପୂର୍ବରୁ ମଣ୍ଡିରେ ଧାନ କିଣା ବନ୍ଦ କରି ଦେଉଛନ୍ତି । ଯାହାର ଉଦାହରଣ ଗତ ୧୭ରୁ ସମ୍ବଲପୁରରେ ଧାନ କିଣା ବନ୍ଦ । ଟୋକନ ପାଇବାରେ ବିଳମ୍ବ ଏବଂ ଟୋକନ ପାଇଥିବା ଚାଷୀଙ୍କଠାରୁ ମଧ୍ୟ ଧାନ କିଣାଯାଉ ନାହିଁ । 

ମାପ ଓଜନରେ ଠକାମୀ ସହିତ ପ୍ରତି ବସ୍ତାରେ ୫ ରୁ ୭ କେଜି କଟଣି ଛଟଣୀ କରାଯାଉଛି । ସରକାର ପରିବର୍ତ୍ତେ ମିଲରମାନେ ଧାନ କିଣିବାରେ ମଧ୍ୟସ୍ତ ସାଜିଛନ୍ତି ବୋଲି ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଅଧ୍ୟକ୍ଷ ଶ୍ରୀ ଅମୀୟ କୁମାର ପଟ୍ଟନାୟକ ସରକାରଙ୍କ ଏପରି ତୃଟିପୂର୍ଣ୍ଣ ଖାଦ୍ୟନୀତିକୁ ତୀବ୍ର ବିରୋଧ କରିଛନ୍ତି । ଧାନ ବିକିବା ପାଇଁ ଚାଷୀ ପଞ୍ଜିକରଣରେ ବ୍ୟାପକ ତୃଟି ଦେଖା ଦେଇଛି । ଚଳିତବର୍ଷ ପ୍ରଥମ କରି ଭୁବନେଶ୍ବରରୁ ମଣ୍ଡିକୁ ଟୋକନ ଯିବା ପ୍ରକ୍ରିୟାରେ ସ୍ୱଚ୍ଛତା ନାହିଁ । ନିୟମିତ ଅନଲାଇନ ସିଷ୍ଟରେ ବିଳମ୍ବତା ଦୃଷ୍ଟିରୁ ଚାଷୀ ବହୁ ସମୟରେ ଧାନ ବିକିବାକୁ ବହୁ ଅସୁବିଧା ହେଉଛନ୍ତି । ଅପହଂଚ ସ୍ଥାନକୁ ମୋବାଇଲ ମେସେଜ ଯିବା ଚାଷୀଙ୍କ ପାଇଁ କାଠିକର ପାଠ । ବିପର୍ଯ୍ୟସ୍ତ ମଣ୍ଡି, ଗୋଦାମଘର ଅଭାବରୁ ଧାନ ସଂଗ୍ରହରେ ସମସ୍ୟା ସୃଷ୍ଟି କରିଛି । ଅଧୁକାଂଶ ଫାକ୍ସରେ କମ୍ପ୍ୟୁଟରୀକରଣ ତୃଟିର ସଂଶୋଧନ କରାଯାଉ ନାହିଁ । ସରକାର ଓ ପ୍ରଶାସନର ବିଭିନ୍ନ ତୃଟିପୂର୍ଣ୍ଣ ଖାଦ୍ୟନୀତି ଯୋଗୁଁ ଅନେକ ସ୍ଥାନରେ ଚାଷୀ ବାଧ୍ୟ ହୋଇ ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୧୫ ଟଙ୍କା ପରିବର୍ତ୍ତେ ୧୨ ଶହ ୧୩ଶହ ଟଙ୍କାରେ ବାହାର ବେପାରୀଙ୍କୁ ବିକ୍ରି କରୁଛନ୍ତି । ପ୍ରତି ବିଂଟାଲ ଧାନ ଉତ୍ପାଦନରେ ଓଡ଼ିଶାର ଚାଷୀଙ୍କୁ ୨୪ ଶହ ଟଙ୍କା ଖର୍ଚ୍ଚ କରିବାକୁ ପଡୁଥିବା ବେଳେ ନିର୍ଦ୍ଧାରିତ ମୂଲ୍ୟ ୧୮୧୫ ଟଙ୍କାରେ ପ୍ରତି ବିଂଟାଲରେ ଚାଷୀଙ୍କୁ ୫୮୫ଟଙ୍କା କ୍ଷତି ସହିବାକୁ ପଡୁଛି । 

ସ୍ୱାମୀନାଥନ କମିଟି ସୁପାରିଷ ଅନୁଯାୟୀ ଆଜି ପର୍ଯ୍ୟନ୍ତ ଧାନର ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି କରା ଗଲା ନାହିଁ । ସରକାର ଚଳିତ ଥର ଖରିଫ୍ ଧାନ ୫୦ ଲକ୍ଷ ମେଟ୍ରିକ୍ ଟନ୍ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବା ବେଳେ ରାଜ୍ୟର ଆଉ ୪ ଲକ୍ଷ ଚାଷୀ ଧାନ ବିକିବାକୁ ରହିଥିବା ବେଳେ ଏହା ଖୁବ୍ ମନ୍ଥର ଗତିରେ ଚାଲିଛି । ସରକାରଙ୍କ ଡେଡ୍ ଲାଇନ୍ ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଧାନ କ୍ରୟ କରାଯିବା ପାଇଁ ଲକ୍ଷ୍ୟଧାର୍ଯ୍ୟ ଥିଲାବେଳେ ଚାଷୀ ଧାନ ବିକିବା ପାଇଁ ଘୋର ସନ୍ଦେହ ମଧ୍ୟରେ ରହିଛନ୍ତି । ଏଣୁ ସରକାର ଯୁଦ୍ଧକାଳୀନ ଭିତିରେ ଚାଷୀଙ୍କ ସମସ୍ତ ବଳକା ଧାନକୁ ସର୍ବନିମ୍ନ ସହାୟକ ମୂଲ୍ୟରେ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କିଣିବା ସହିତ ଏଫ୍.ଏ.କ୍ୟୁ ମାନ ଧାନର କୋହଳ କରନ୍ତୁ ବୋଲି ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ଦୃଢ଼ ଦାବୀ କରାଯାଇଛି । 

ଏହା ବ୍ୟତୀତ ଖରିଫରେ ଧାନର ବମ୍ପର କ୍ରପ୍ ହୋଇଥିବାରୁ ସରକାର ଅତ୍ୟନ୍ତ ପକ୍ଷେ ଚାଷୀଙ୍କଠାରୁ ୫୦ ଲକ୍ଷ ମେଟ୍ରିକ୍ ଟନ୍ ପରିବର୍ତ୍ତେ ୮୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିବା ପାଇଁ ଦାବୀ କରାଯାଇଛି । ଆବଶ୍ୟକସ୍ଥଳେ ସରକାର ବର୍ଷ ତମାମ ନିରନ୍ତର ପ୍ରକ୍ରିୟାରେ ଚାଷୀଙ୍କଠାରୁ ପ୍ରତି ପଂଚାୟତସ୍ତରରୁ ଧାନ କିଣିବାକୁ ଠୋସ୍ ପଦକ୍ଷେପ ନେବାକୁ ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବୀ କରିଛନ୍ତି ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget