loading...

୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଜନତା ମଇଦାନରେ ଭୂମି ପୂଜନ କଲେ ରାଜ୍ୟ ସଭାପତି ସମୀର ମହାନ୍ତି !!

Press Release Revised Bhoomi Pujan.

୨୮ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଜନତା ମଇଦାନରେ ଭୂମି ପୂଜନ କଲେ ରାଜ୍ୟ ସଭାପତି ସମୀର ମହାନ୍ତି !!

ଭୁବନେଶ୍ୱର : ତା ୨୬/୦୨- ଆଗାମୀ ଫେବୃଆରୀ ୨୮ ତାରିଖରେ ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହା ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଗୃହମନ୍ତ୍ରୀ ଶ୍ରୀ ଶାହା ଭୁବନେଶ୍ବର ସ୍ଥିତ ଜନତା ମଇଦାନ ଠାରେ ନାଗରିକତା ସଂଶୋଧନ ଆଇନ ସଂପର୍କରେ ଏକ ବିଶାଳ ଜନ ସମାବେଶକୁ ସମ୍ବୋଧିତ କରିବେ । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଜନତା ମଇଦାନ ଠାରେ ଭୂମି ପୂଜନ କରିଛନ୍ତି ।

କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ସରକାର ନାଗରିକ ସଂଶୋଧନ ଆଇନ ଆଣି ପାକିସ୍ତାନ, ବାଲ୍ୟାଦେଶ ଓ ଆଫଗାନିସ୍ତାନରୁ ଧାର୍ମିକ ଆଧାରରେ ପ୍ରପୀଡିତ ହୋଇ ଭାରତକୁ ଆସି ଶରଣାର୍ଥୀ ଜୀବନ ବିତାଉଥିବା ଲକ୍ଷ ଲକ୍ଷ ଶରଣାର୍ଥୀଙ୍କ ଜୀବନରେ ନୂଆ ସକାଳ ଆଣିଛନ୍ତି । ଯେଉଁ କଥା ମହାତ୍ମା ଗାନ୍ଧୀ କହିଥିଲେ, ଯେଉଁ କଥା ବାବା ସାହେବ ଆମ୍ବେଦକର ଚାହୁଁଥିଲେ ତାହା ନରେନ୍ଦ୍ର ମୋଦିଙ୍କର ସରକାର କରିଛନ୍ତି । ସେହି ବିରୋଧୀ କଂଗ୍ରେସ, ବାମପନ୍ଥୀ ଓ ଅନ୍ୟ କିଛି ରାଜନୈତିକ ଦଳ ଯେଭଳି ସିଏଏ କୁ ନେଇ ଅପପ୍ରଚାର କରୁଛନ୍ତି, ଏହା ଫଳରେ ଦେଶରେ ଏକ ବିରୋଧର ବାତାବରଣ ତିଆରି ହେଉଛି । କିନ୍ତୁ ସାରା ଦେଶ ବିରୋଧୀ ମାନଙ୍କର ଏହି ଚାଲ୍ କୁ ବୁଝିସାରିଛନ୍ତି । ସାରା ଦେଶ ନାଗରିକ ସଂଶୋଧନ ଆଇନର ସମର୍ଥନରେ ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ଜନସମାବେଶରେ ଲକ୍ଷ ଲକ୍ଷ ଜନତା ଯୋଗଦେବେ । ଅନ୍ୟପଟେ ଶାହାଙ୍କ ଗସ୍ତକୁ ନେଇ କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ନାଗରିକତା ସଂଶୋଧନ ଆଇନ ସଂପର୍କରେ କିଛି ବ୍ୟକ୍ତିଙ୍କ ମନରେ ଥିବା ସନ୍ଦେହକୁ ଦୂର କରିବା ପାଇଁ ଶ୍ରୀ ଶାହା ଆସୁଛନ୍ତି । ଏହି ଜନସାମବେଶରେ ବିପୁଳ ଭାବେ ସାଧାରଣ ଜନତା ଯୋଗ ଦେଇ ରାଷ୍ଟ୍ର ହିତରେ ନିଜକୁ ସାମିଲ କରିବା ପାଇଁ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର ଆହ୍ବାନ ଦେଇଛନ୍ତି ।

ଭୂମିପୂଜନ ଅବସରରେ ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ସୋନାଲୀ ସାହୁ, ଜଗନ୍ନାଥ ପ୍ରଧାନ, ଇରାଶୀଷ ଆଚାର୍ଯ୍ୟ, ସିକନ୍ଦର ଅଲ୍ଲୀ, ରଶ୍ମିରେଖା ଦାସ, ଫଚାନନ ନାୟକଙ୍କ ସମେତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget