ଭୁବନେଶ୍ୱର : ୨୯/୦୨-ଆଜି ଦିବା ୧୧ ଘଟିକା ସମୟରେ ସ୍ଥାନୀୟ ୟୁନିଟ୍-୯ ସ୍ଥିତ କଳିଙ୍ଗ ବୁଦ୍ଧବିହାର ପରିସରରେ ଅଲ ଓଡ଼ିଶା ଦଳିତ ସମାଜ କଲ୍ୟାଣ ପରିଷଦର ସାଧାରଣ ବୈଠକ ଅନୁଷ୍ଠିତ ହୋଇ ପରିଷଦର ମୁଖପତ୍ର ‘ ମୁକ୍ତିଶିଖା’ ଉନ୍ମୋଚନ ହୋଇଯାଇଅଛି । ଏହି ବୈଠକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଭଜମନ ବେହେରା ମୁଖ୍ୟ ଅତିଥ, ଶ୍ରୀଯୁକ୍ତ ବିଦ୍ୟାଧର ଦେହୁରୀ ସମ୍ମାନିୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାଇଧର ଘଡ଼େଇ, ପୂର୍ଣ୍ଣଚନ୍ଦ୍ର ନାୟକ, ରାଜକିଶୋର ମୁଦୁଲି, ଭ୍ରମରବର ଗୋଚ୍ଛାୟତ, ଗୋପାଳଚନ୍ଦ୍ର ନାୟକ, ଉଦୟନାଥ ଗୋଚ୍ଛାୟତ, କୁଳମଣି ଗୋଛାୟତ, ସାନମଣି ଦୀପକ ଗୋଚ୍ଛାୟତ, ହରିହର ନାୟକ, ଜାପାନୀ ନାୟକ, ଶ୍ରୀଧର ନାୟକ, ଶଙ୍କର ନାୟକ, ନିରଞ୍ଜନ ନାୟକ, ସୁଶାନ୍ତ ଗୋଚ୍ଛାୟତ, ଅମର ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏଠାରେ ଶ୍ରୀଧର ନାୟକ, ରାଜକିଶୋର ମୁଦୁଲି ଓ ଅଲେଖ ନାୟକଙ୍କୁ ଉପଢୌକନ ଓ ମାନପତ୍ର ଦିଆଯାଇ ସମ୍ବଦ୍ଧିତ କରାଯାଇଥିଲା । ସଂଘର ସଭାପତି ଶ୍ରୀ ମୋହନ ନାୟକ ସଭାରେ ସଭାପତିତ୍ବ କରିଥିଲେ । ଶ୍ରୀ ଅଶୋକ କୁମାର ନାୟକ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।
Post a Comment