ସମ୍ ଅଲଟିମେଟ ମେଡିକେୟାର ଲୋକାର୍ପଣ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ,ଓଡ଼ିଆ ଲୋକଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରର ସ୍ଵାସ୍ଥ୍ୟ ସେବା ଯୋଗାଇବ-ଧର୍ମେନ୍ଦ୍ର ପ୍ରଧାନ
• ଓଡ଼ିଶାରେ ଆୟୁଷ୍ଠାନ ଯୋଜନା ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ !!
• ଏହି ସୁପର ସ୍ପେଶାଲିଟି ଡାକ୍ତରଖାନା ପୂର୍ବ ଭାରତର ସବୁଠୁ ବଡ ହସ୍ପିଟାଲ ହେବା ପାଇଁ ଯାଉଛି !!
ଭୁବନେଶ୍ବର : ଫେବୃୟାରୀ 29-ସମ୍ ଅଟିମେଟ ମେଡିକେୟାର (ସମ୍ମମ୍) ଓଡ଼ିଆ ଲୋକଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରର ସ୍ଵାସ୍ଥ୍ୟ ସେବା ଯୋଗାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏହି ହସ୍ପିଟାଲର ଲୋକାର୍ପଣ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ଏହି ସୁପର ସ୍ପେଶାଲିଟି ଡାକ୍ତରଖାନା ପୂର୍ବ ଭାରତର ସବୁଠୁ ବଡ ହସ୍ପିଟାଲ ହେବା ପାଇଁ ଯାଉଛି । ଓଡ଼ିଶାର ସାଧାରଣ ଲୋକଙ୍କର ଚିକିତ୍ସା ପାଇଁ ଏହା ସ୍ବାସ୍ଥ୍ୟ କେନ୍ଦ୍ରକୁ ଲୋକାର୍ପଣ କରାଯାଇଛି । ଏହି ମେଡିକେୟାର ଓଡ଼ିଆ ଲୋକଙ୍କୁ ଅନ୍ତରାଷ୍ଟ୍ରୀୟ ସ୍ତରର ସ୍ବାସ୍ଥ୍ୟ ସେବା ଯୋଗାଇବାରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସେ କହିଛନ୍ତି ।
ଏହି ଅବସରରେ ଶ୍ରୀ ପ୍ରଧାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀଙ୍କ ମହତ୍ୱକାଂକ୍ଷୀ ଯୋଜନା "ଆୟୁଷ୍ଠାନ ଭାରତ'କୁ ଓଡ଼ିଶାରେ ଲାଗୁ କରିବାକୁ ଅନୁରୋଧ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଅନେକ ଭଲ ମେଡ଼ିକାଲ ଖୋଲାଯାଇ ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସୁବିଧା ଯୋଗାଇ ଦିଆଯାଉଛି । ରାଜ୍ୟରେ ଆୟୁଷ୍ଠାନ ଯୋଜନା ଲାଗୁ ହେଲେ ଓଡ଼ିଶାର ଗରିବ ଲୋକମାନେ ବିଭିନ୍ନ ହସ୍ପିଟାଲରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବେ ।
ଉଲ୍ଲେଖନୀୟ ଯେ, କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମେଡିକେୟାରର ଲୋକାର୍ପଣ କରିଥିଲେ ।
Post a Comment