ଭୁବନେଶ୍ୱର : ୨୯/୦୨- କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି ଜଟଣୀ ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ କହିଛନ୍ତି ଯେ ଅମିତ ଶାହା ଦେଶରେ ଗୁଜୁରାଟ ମଡେଲ ଦଙ୍ଗା କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ଭାରତର ରାଜଧାନୀ ଦିଲ୍ଲୀ ଜଳୁଥିବା ବେଳେ ଅମିତ ଶାହା ଆସି ଓଡ଼ିଶାରେ ସିଏଏ ସମର୍ଥନରେ ବ୍ୟାଲି କରିବା ଦୁର୍ଭାଗ୍ୟଜନକ । ଯେଉଁ ସମୟରେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟ ଭର୍ସନା କରିଛନ୍ତି ସେ ସମୟରେ ଦିଲ୍ଲୀର ଦଙ୍ଗା ପ୍ରପୀଡିତଙ୍କ ସମସ୍ୟା ନ ବୁଝି ଓଡ଼ିଶା ଆସି ସିଏଏ ଆଇନ ବିଷୟରେ ବୁଝାଇବା କେତେଦୂର ସମୀଚିନ୍ । ନୀତିଆୟୋଗ ଓ ଅନ୍ୟାନ୍ୟ ସର୍ଭେ ରିପୋର୍ଟରେ ଗୁଜୁରାଟ ଏକ ପଛୁଆ ରାଜ୍ୟ ହୋଇଥିବା ବେଳେ ଗୁଜୁରାଟ ମଡେଲ ବିକାଶ ଓଡ଼ିଶା କାହିଁକି ଗ୍ରହଣ କରି ବୋଲି ଶ୍ରୀ ରାଉତରାୟ ପ୍ରଶ୍ନ କରିଛନ୍ତି ।
ଭାରତବର୍ଷରେ ‘ଫିଲଗୁଡ’ ଠାରୁ ‘ଆଛାଦିନ ପର୍ଯ୍ୟନ୍ତ ବିକାଶର ଫମ୍ପା ଚିତ୍ର ବିଜେପି ଭାରତବାସୀଙ୍କୁ ଦେଖାଇଛି । କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସ୍ବାମୀ ଅର୍ଥନିତିଜ୍ଞ ପରକାଳା ପ୍ରଭାକର, ପୂର୍ବତନ ଆରବିଆଇ ଗଭର୍ଣର ରଘୁରାମ ରାଜନ, ନୋବେଲ ଆୱାର୍ଡ ବିଜେତା ଅର୍ଥନୈତିଜ୍ଞ ଅଭିଜିତ୍ ବାନାର୍ଜୀ ଭାରତର ଅର୍ଥନୀତି ଭୁଶୁଡ଼ି ପଡ଼ିଛି ବୋଲି ମନ୍ତବ୍ୟ ଦେଇସାରିଲେଣି । ମାତ୍ର ମୋଦି ସରକାର ଏହାକୁ ସ୍ୱୀକାର କରୁନାହାଁନ୍ତି । ନିଜର ବିଫଳତାକୁ ଲୁଚାଇବାକୁ ମୋଦି ସରାକାର ଦେଶରେ ଧର୍ମ ଏବଂ ନାଗରିକତା ନାମରେ ଅସ୍ଥିରତା ସୃଷ୍ଟି କରୁଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ ବିଜେଡ଼ି ଓ ବିଜେପି ଭାଗୁଆଳି ସରକାରରେ ୨୦୦୭-୮ରେ କନ୍ଧମାଳ, ବୌଦରେ ଦଙ୍ଗା କରାଯାଇଥିଲା । ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଭୟଭୀତ କରିବାପାଇଁ ଶାହା ତାଙ୍କ ଭାଷଣରେ ପରୋକ୍ଷରେ ଇଙ୍ଗିତ କରିଛନ୍ତି ।
ବର୍ଷକୁ ଦୁଇକୋଟି ନିଯୁକ୍ତି ପ୍ରତିଶୃତି ପାଣିରଗାର । ପକୋଡା ବିକ୍ରି ବଢ଼ିଥିବାରୁ ନିଯୁକ୍ତି ବଢ଼ିଛି ବୋଲି କହିବା ଦୁର୍ଭାଗ୍ୟଜନକ । ଦେଶର ଶିକ୍ଷିତ ଯୁବକ ଆଜି ବେକାର । ବେକାରୀ ସମସ୍ୟା ୪୫ବର୍ଷର ରେକର୍ଡ ଟପିଛି । ଅଟୋମୋବାଇଲ ସେକ୍ଟର ବିପର୍ଯ୍ୟସ୍ତ । ଦୁର୍ନୀତି କ୍ଷେତ୍ରରେ ଚିତ୍କାର କରି ପ୍ରତିଲୋକର ଆକାଉଣ୍ଟରେ ୧୫ଲକ୍ଷ ଟଙ୍କା ଦେବାର ପ୍ରତିଶୃତି ଗଲା କୁଆଡେ ? ୫ଟ୍ରିଲିୟନର ଯେଉଁ ଚିତ୍ର ମୋଦି ଦେଖାଉଛନ୍ତି ତାହା ସଂପୂର୍ଣ୍ଣ ମିଥ୍ୟା । ଦେଶରେ ଜିଡିପି ଆଜି ୪.୭%କୁ ଖସିଆସିଛି । ଅର୍ଥନୀତିଜ୍ଞଙ୍କ ମତରେ ଯଦି ୯ ପ୍ରତିଶତ ପାଂଚବର୍ଷ ଧରି ଲଗାତାର ରହେ ତେବେ ୫ଟ୍ରିଲିୟନ ରେ ପଂହଚିପାରେ । ବିଜେପି ଦଳର ସାଂସଦ ଶୁଭୁମନ୍ୟୁମ୍ ବିଜେପି ଶାସନରେ ଦୁର୍ବଳତାକୁ କଡ଼ା ଭାଷାରେ ସମାଲୋଚନା କରିବା ସହିତ ବିମୁଦ୍ରିକରଣ ଏ ଦଶନ୍ଧିରେ ସବୁଠାରୁ ଭୁଲ ନିଷ୍ପତି ବୋଲି କହୁଥିବା ବେଳେ ଶାହାଙ୍କ । ବାକଚାତୁରୀ ହାସ୍ୟାସ୍ପଦ । ଭାରତର ସୈନ୍ୟଙ୍କ ପାଇଁ ବିଜେପି ସରକାରର ଅସଲ ମନୋଭାବ ପଦାରେ ପଡ଼ିଯାଇଛି । ଗରିବର୍ଷ ଧରି ସୀମାରେ ଜଗିଥିବା ସୈନ୍ୟମାନଙ୍କୁ ଉପଯୁକ୍ତ ଖାଦ୍ୟ, ପୋଷାକ ଓ ଜୋତା ଦିଆଯାଉ ନାହିଁ ବୋଲି ସିଏଜି ରିପୋର୍ଟ ଦେଇଛନ୍ତି ।
ଶାହାଙ୍କ ୫୫ ବର୍ଷ ଓ ୫ବର୍ଷର ତୁଳନା ଦୁଭାଗ୍ୟଜନକ । କଂଗ୍ରେସ ୧୯୪୭ ନୁହେଁ ୧୮୮୫ ମସିହାରୁ ଭାରତବର୍ଷର ସ୍ଵାଧୀନ, ନିର୍ମାଣ ଏବଂ ଅଖଣ୍ଡତା ପାଇଁ ଲଢ଼େଇ କରିଆସୁଛି । ବିଜେପିର ମୂଳ ସଂଗଠନ ଆରଏସ୍ଏସ୍ ବ୍ରିଟିଶର ଗୋଲାମଗିରି କରୁଥିଲା । ଆଜି ବିକଶିତ ଭାରତ କେବଳ କଂଗ୍ରେସ ସରକାରର ସୁଶାସନର ପ୍ରତିଫଳନ ବୋଲି ଶ୍ରୀ ରାଉତରାୟ କହିଛନ୍ତି । ଓଡ଼ିଶା ପ୍ରସଙ୍ଗରେ ଶ୍ରୀ ରାଉତରାୟ କହିଛନ୍ତି ଯେ ହୀରାକୁଦ, ପାରଦ୍ବୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଟ, ନାକୋ ଠାରୁ ଆରମ୍ଭ କରି ସମଗ୍ର ଜଳସେଚନ ବ୍ୟବସ୍ଥା, ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ବ୍ୟବସ୍ଥା ପ୍ରଭୃତି ସମସ୍ତ କ୍ଷେତ୍ରରେ ବିକାଶ କେବଳ କଂଗ୍ରେସ ହିଁ କରିଛି । ବିଜେପି-ବିଜେଡି ମିଳିତ ସରକାର ୨୦ ବର୍ଷରେ ଓଡିଶାକୁ ରସାତଳଗାମୀ କରିଦେଇଛନ୍ତି ।
Post a Comment