loading...

ଯୁବ ସ୍ୱେଚ୍ଛାସେବୀ ସଙ୍ଗଠନ ଫିନିକ୍ ସେବା ଦ୍ଵାରା ଇନ୍ଦିରାଗାନ୍ଧୀ ପାର୍କରେ ଏକ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠାନ...!!

Phoenix seva organises free health camp.


ଭୁବନେଶ୍ୱର, ତା ୦୧.୦୩.୨୦୨୦ : ଯୁବ ସ୍ୱେଚ୍ଛାସେବୀ ସଙ୍ଗଠନ ଫିନିକ୍ ସେବା ଦ୍ଵାରା ଭୁବନେଶ୍ଵର ମହାନଗର ନିଗମ ଦ୍ଵାରା ପ୍ରତି ରବିବାର ଆୟୋଜିତ ହେଉଥିବା ପାର୍କ ଉତ୍ସବରେ ଚଳିତ ଥର ଇନ୍ଦିରାଗାନ୍ଧୀ ପାର୍କରେ ଏକ ମାଗଣା ସ୍ବାସ୍ଥ୍ୟସେବା ଶିବିର ଅନୁଷ୍ଠାନର ଅଧ୍ୟକ୍ଷ ମଲ୍ଲିକ ଅସଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ୧୦୦ରୁ ଉର୍ଦ୍ଧ୍ବ ଲୋକମାନଙ୍କ ଆବଶ୍ୟକୀୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ । ଔଷଧ ଓ ପରାମର୍ଶ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନ ତରଫରୁ ଏହି କାର୍ଯ୍ୟକ୍ରମଟି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ । କରାଯାଉଛି । ଆଗାମୀ ଦିନରେ ଭୁବନେଶ୍ୱରର ମହାନଗର ନିଗମର ସମସ୍ତ ବସ୍ତିଗୁଡ଼ିକରେ ମାଗଣା । ସ୍ବାସ୍ଥ୍ୟସେବା ଶିବିର ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମଟି ଡଃ ଅଶ୍ଵିନୀ କୁମାର ଲେଙ୍କା ଓ ଡଃ ଶ୍ରୀମୟୀ ରାୟଙ୍କ ତତ୍ତ୍ଵାବଧାନରେ ଆୟୋଜିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ନିବେଦିତା ଭଞ୍ଜ, ହରିଶ୍ଚନ୍ଦ୍ର ପଟ୍ଟନାୟକ, ନାରାୟଣ ସାହୁ, ସ୍ଵପ୍ଲେଶ୍ୱର ଦାସ, ଦୀପକ ନାୟକ, ମିନତୀ ନାୟକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget