loading...

ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକ ମିନି ମାରାଥନ୍୬ଟି ବର୍ଗରେ ହେବ ପ୍ରତିଯୋଗିତା,ମାର୍ଚ୍ଚ ୨ରୁ ୪ ପର୍ଯ୍ୟନ୍ତ ହେବ ପଞ୍ଜୀକରଣ, ମୋଟ ୧ ଲକ୍ଷ ୫୮ ହଜାର ଟଙ୍କାର ଅର୍ଥ ପୁରସ୍କାର..!!

mini marathon at bhubaneswar.

 ମାର୍ଚ୍ଚ ୫ରେ ବିଜୁ ପଟ୍ଟନାୟକ ମିନି ମାରାଥନ୍୬ଟି ବର୍ଗରେ ହେବ ପ୍ରତିଯୋଗିତା,ମାର୍ଚ୍ଚ ୨ରୁ ୪ ପର୍ଯ୍ୟନ୍ତ ହେବ ପଞ୍ଜୀକରଣ, ମୋଟ ୧ ଲକ୍ଷ ୫୮ ହଜାର ଟଙ୍କାର ଅର୍ଥ ପୁରସ୍କାର..!!

ଭୁବନେଶ୍ୱର : 01/02 ମାର୍ଚ୍ଚ-ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଚଳିତ ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକ ମିନି ମାରାଥନ' ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି । ମୋଟ ୬ଟି ବର୍ଗରେ ହେବାକୁ ଥିବା ଏହି ମିନି ମାରାଥନରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀମାନେ ଅଂଶଗ୍ରହଣ କରିପାରିବେ । ୩୫୦୦ରୁ ଅଧୁକ ପ୍ରତିଯୋଗୀଙ୍କୁ ନେଇ ଆୟୋଜିତ ହେବାକୁ ଥିବା ଏହି ମିନି ମାରାଥରେ କନିଷ୍ଠ ବର୍ଗରେ ୧୫ ରୁ ୧୮ ବର୍ଷ ବୟସର ବାଳକବାଳିକାମାନେ ଅଂଶଗ୍ରହଣ କରିପାରିବେ ।

 ସେହିପରି ବରିଷ୍ଠ ବର୍ଗରେ ୧୮ ବର୍ଷରୁ ଊଦ୍ଧ ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶ ଗ୍ରହଣ କରିପାରିବେ । ଭେଟେରାନ୍ ବର୍ଗରେ ୫୦ ବର୍ଷରୁ ଊଦ୍ଧି ପୁରୁଷ ଓ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିପାରିବେ । ଏହି ମିନି ମାରାଥନ ମାର୍ଚ୍ଚ ୫ ତାରିଖ ସକାଳ ୭ଟା ସମୟରେ ବିଜୁ ପଟ୍ଟନାୟକ ପାର୍କ ଫରେଷ୍ଟ ପାର୍କଠାରେ ଶୁଭାରମ୍ଭହେବ । ପ୍ରତିଯୋଗୀମାନେ ଏଠାରୁ ବାହାରି ଶିଶୁଭବନ ଛକ, ରାଜମହଲ ଛକ, ଏଜି ଛକ, ରାଜଭବନ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ଷ୍ଟାଡିୟମ୍ ଗେଟ୍ ନଂ-୩ ଦେଇ ମୁଖ୍ୟ ପଡ଼ିଆକୁ ଆସିବେ । ଏହି ମିନି ମାରାଥରେ କୃତୀ ପ୍ରତିଯୋଗୀଙ୍କ ଲାଗି ମୋଟ ୧ ଲକ୍ଷ ୫୮ ହଜାର ଟଙ୍କାର ପୁରସ୍କାର ରାଶି ରହିଛି । ୧୮ ବର୍ଷରୁ ଊଦ୍ଧି ବରିଷ୍ଠ ପୁରୁଷ ଓ ମହିଳା ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ୧୨ ହଜାର ଲେଖାଏଁ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯିବ । ସେହିପରି ଏହି ବର୍ଗରେ ଦ୍ବିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୧୦ ହଜାର, ତୃତୀୟଙ୍କୁ ୭ ହଜାର,ଚତୁର୍ଥଙ୍କୁ ୪ ହଜାର ଓ ପଞ୍ଚମଙ୍କୁ ୩ ହଜାର ଲେଖାଏଁ ଅର୍ଥରାଶି ପୁରସ୍କାର ବାବଦରେ ପ୍ରଦାନ କରାଯିବ । 

୧୫ରୁ ୧୮ ବର୍ଷ କନିଷ୍ଠ ବାଳକ ଓ ବାଳିକା ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଥିବା ଶ୍ରେଷ୍ଠ । ପ୍ରତିଯୋଗୀଙ୍କୁ ୭ ହଜାର, ଦ୍ବିତୀୟଙ୍କୁ ୬ ହଜାର, ତୃତୀୟଙ୍କୁ ୪ ହଜାର, ଚତୁର୍ଥଙ୍କୁ ୩ ହଜାର ଓ ପଞ୍ଚମଙ୍କୁ ୧୫୦୦ ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯିବ । ଭେଟେରାନ୍ ବର୍ଗରେ ମଧ୍ୟ ଅନୁରୂପ ଭାବରେ ପୁରୁଷ ଓ ମହିଳା ବର୍ଗର ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ୭ ହଜାର, ଦ୍ବିତୀୟଙ୍କୁ ୬ ହଜାର, ତୃତୀୟଙ୍କୁ ୪ ହଜାର, ଚତୁର୍ଥକୁ ୩ ହଜାର ଓ ପଞ୍ଚମଙ୍କୁ ୧୫୦୦ ଟଙ୍କା ଲେଖାଏଁ ଅର୍ଥରାଶି ପ୍ରଦାନ କରାଯିବ । ମିନି ମାରାଥନ୍‌ରେ ଅଂଶ ଗ୍ରହଣ କରିବା ପାଇଁ ଇଚ୍ଛୁକ ପ୍ରତିଯୋଗୀମାନେ ମାର୍ଚ୍ଚ ୨ ତାରିଖରୁ ୪ ତାରିଖ ମଧ୍ୟରେ ଦିନ ୧୦ରୁ ଆସୁଥିବା ପ୍ରତିଯୋଗୀମାନଙ୍କ ପାଇଁ ୪ ତାରିଖ ରାତିରେ କଳିଙ୍ଗ ଷ୍ଟାଡିୟମ୍ ପରିସରରେ ବିଭାଗ ପକ୍ଷରୁ ରାତ୍ରି-ରହଣିର ସୁବିଧା ଯୋଗାଇ ଦିଆଯିବ । ମିନି ମାରାଥନ୍‌ରେ ଅଂଶଗ୍ରହଣକାରୀମାନଙ୍କୁ ବିଜୁ ପଟ୍ଟନାୟକ ପାର୍କ ସ୍ଥିତ ଷ୍ଟାଟିଂ ପଏଣ୍ଟ ଏବଂ କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଫିନିସିଂ ପଏଣ୍ଟ ସହିତ ବିଭିନ୍ନ ଛକ ସ୍ଥାନମାନଙ୍କରେ ସ୍ଥାନରେ ବିଭାଗର କର୍ମଚାରୀ ଓ ସେଚ୍ଛାସେବୀମାନେ ଉପସ୍ଥିତ ରହି ଆବଶ୍ୟକ ସୁବିଧା ଯୋଗାଇଦେବେ ।
Tags

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget