ନୁଆଦିଲ୍ଲୀ : କୋଭିତ-୧୯ ମହାମାରୀ ସାରା ବିଶ୍ୱ ପାଇଁ ଗମ୍ଭୀର ଆହ୍ବାନ ସୃଷ୍ଟି କରିଛି ଏବଂ ସାରାବିଶ୍ୱର ଲୋକମାନଙ୍କ ସ୍ବାସ୍ଥ୍ୟ ଓ ଆର୍ଥିକ ନିରାପତା ବିପନ୍ନ ହୋଇଛି । ଭାରତରେ ମଧ୍ୟ କରୋନା ଭୂତାଣୁ ସଂକ୍ରମଣର ସତର୍କ ଘଟି ବାଜିସାରିଲାଣି । ଏହା ଆମ ଦେଶ ପାଇଁ ଗୁରୁତର ସ୍ବାସ୍ଥ୍ୟ ଓ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିଛି । ଏଭଳି ଜରୁରିକାଳୀନ ସ୍ଥିତିରେ ସରକାରଙ୍କୁ ସହାୟତା କରିବା ଲାଗି ଉଦାରତା ପୂର୍ବକ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ସଂଖ୍ୟାଧୁକ ସତଃପ୍ରବୃତ ଅନୁରୋଧ ପ୍ରାପ୍ତ ହେଉଛି ।
ପ୍ରାକୃତିକ କିମା କୃତ୍ରିମ ବିପର୍ଯ୍ୟୟ ସ୍ଥିତିରେ, ପ୍ରଭାବିତଙ୍କ କଷ୍ଟ ଲାଘବ କରିବା ଲାଗି ଦୂରିତ ଓ ସମିଳିତ ପ୍ରୟାସର ଆବଶ୍ୟକତା ରହିଥାଏ । ଭିତିଭୂମି ଓ ସାମର୍ଥ୍ୟ ଆଦି ପ୍ରତି ପହଁଚିଥିବା କ୍ଷତି ଭରଣା ପାଇଁ ପଦକ୍ଷେପ ଗ୍ରହଣ କରାଯିବା ଜରୁରି ହୋଇଥାଏ । ତେଣୁ ଜରୁରିକାଳୀନ ସ୍ଥିତିରେ ତୁରନ୍ତ ସହାୟତା ଯୋଗାଇ ଦେବା ଏବଂ ଭିତିଭୂମି ଓ ସଂସ୍ଥାଗତ ସାମର୍ଥୀ ପୁନଃନିର୍ମାଣ ଏବଂ ସମ୍ପ୍ରସାରଣ ଜରିଆରେ ପ୍ରଭାବୀ ସାମୁଦାୟିକ ସୁରକ୍ଷା ମଧ୍ୟ କରିବାକୁ ହୋଇଥାଏ। ନୂତନ ପ୍ରଯୁକ୍ତିର ପ୍ରୟୋଗ ଏବଂ ଅତ୍ୟାଧୁନିକ ଗବେଷଣାର ଫଳାଫଳ ମଧ୍ୟ ଏଭଳି ଏକନିଷ୍ଠ ପଦକ୍ଷେପ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ ।
କୋଭିତ-୧୯ ଭଳି ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଜରୁରିକାଳୀନ ଏବଂ ସଙ୍କଟପୂର୍ଣ୍ଣ ପରିସ୍ଥିତିର ମୁକାବିଲା କରିବା ଏବଂ ପ୍ରଭାବିତଙ୍କୁ ସହାୟତା ଯୋଗାଇ ଦେବାର ପ୍ରମୁଖ ଉଦ୍ଦେଶ୍ୟ ନେଇ ଏକ ସମର୍ପିତ ଜାତୀୟ ପାଣ୍ଠି ଗଠନର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ଜରୁରିକାଳୀନ ସ୍ଥିତିରେ ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହାୟତା ଓ ରିଲିଫ ପାଣ୍ଠି (ପିଏମ କେୟାର୍ସ ପାଣ୍ଡି) ଗଠନ କରାଯାଇଛି । ପ୍ରଧାନମନ୍ତ୍ରୀ ଏହି ଟ୍ରଷ୍ଟର ଅଧ୍ୟକ୍ଷ ଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ, ଗୃହ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀ ଏହାର ସଦସ୍ୟ ଅଛନ୍ତି । ଯେକୌଣସି ସମସ୍ୟାର ସମାଧାନ କରିବା ଲାଗି ଜନ ଭାଗିଦାରୀ ଗୁରୁତ୍ବପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସବୁବେଳେ ବିଶ୍ବାସ କରି ଆସିଛନ୍ତି ଏବଂ ଏହା ତାଙ୍କୁ କାର୍ଯ୍ୟରେ ପ୍ରତିଫଳିତ ହୋଇଛି । ଏଠାରେ ମଧ୍ୟ ତାହାର ଏକ ଉଦାହରଣ ଦେଖିବାକୁ ମିଳିଛି । ଏହି ପାଣ୍ଠିରେ ଅଳ୍ପ ଅର୍ଥ ଦାନ ମଧ୍ୟ ଗ୍ରହଣ କରାଯିବ । ଯାହାର ଫଳସ୍ବରୂପ ବହୁସଂଖ୍ୟକ ଲୋକ ଚାହିଁଲେ ଅତି ସ୍ୱଳ୍ପ ପରିମାଣର ଅର୍ଥ ମଧ୍ୟ ଦାନ କରିପାରିବେ ।
pmindia.gov.in ୱେବସାଇଟକୁ ଯାଇ ନାଗରିକ ଓ ବିଭିନ୍ନ ସଂଗଠନ ନିମ୍ନୋକ୍ତ ବିବରଣୀକୁ ଉପଯୋଗ କରି ପିଏମ କେୟାର୍ସ ପାଣ୍ଠିରେ ଅର୍ଥଦାନ କରିପାରିବେ ।
ଆକାଉଣ୍ଟ ନାମ : PM CARES
ଆକାଉଣ୍ଟ ନମ୍ବର : 212120202
ଆଇଏଫଏସସି : SBIN0000691
ସିଫ୍ କୋଡ : SBININBB104
G4 G918 611 : State Bank of India, New Delhi Main Branch
ୟୁପିଆଇ ଆଇଡି :pmcares@sbi
pmindia.gov.in ୱେବସାଇଟରେ ନିମ୍ନୋକ୍ତ ପଦ୍ଧତିରେ ଦାନ ବାବଦରେ ଅର୍ଥ ପଇଠ କରିବାର ସୁବିଧା ରହିଛି –
ଡେବିଟ କାର୍ଡ ଓ କ୍ରେଡ଼ିଟ କାର୍ଡ ଇଂଟରନେଟ ବ୍ୟାଙ୍କିଙ୍ଗ ୟୁପିଆଇ (ଭିମ, ଫୋନପେ, ଆମାଜନ ପେ, ଗୁଗଲ ପେ, ପେଟିଏମ,) ଆରଟିଜିଏସ ଏନଇଏଫଟି ଏହି ପାଣ୍ଠି ପାଇଁ କରାଯାଉଥିବା ଅର୍ଥଦାନ ଆୟକର ଆଇନର ଧାରା ୮୦ ଜି) ଅନୁଯାୟୀ ଆୟକରମୁକ୍ତ ହେବ ।
Post a Comment