loading...

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ଶ୍ରୀ ଅମିତ ଶାହ !!

କୋଭିତ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ଶ୍ରୀ ଅମିତ ଶାହ !!

ନୁଆଦିଲ୍ଲୀ : କୋଭିତ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବା ନିମନ୍ତେ ସରକାର ପ୍ରତିଶ୍ରୁତିବଦ୍ଧ । 

ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନେ ସେମାନଙ୍କ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଛନ୍ତି ଏବଂ ଏଭଳି ପ୍ରୟାସ ଜାରି ରଖିଛନ୍ତି । ତେଣୁ ସେମାନଙ୍କ ପାଇଁ ତୁରନ୍ତ ସହାୟତା ଯୋଗାଇ ଦେବା ନିମନ୍ତେ ସହାୟତା ଶିବିର ପ୍ରତିଷ୍ଠା କରିବା ନିମନ୍ତେ କେନ୍ଦ୍ର ଗୃହ ସଚିବ ରାଜ୍ୟଗୁଡ଼ିକୁ ଅନୁରୋଧ କରି ପତ୍ର ଲେଖିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ ଯଥାସମ୍ଭବ ସହାୟତା କରିବା ଲାଗି ମୋଦୀ ସରକାର ପ୍ରତିଶୁତିବଦ୍ଧବୋଲି ସେ କହିଥିଲେ । ସହାୟତା ଶିବିର ପ୍ରତିଷ୍ଠା କରିବା ସହିତ ଏଠାରେ ସମସ୍ତ ବ୍ୟବସ୍ଥା ସୁନିଶ୍ଚିତ କରାଯାଉଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ରିଲିଫ ପ୍ୟାକେଜ ଘୋଷଣା କରାଯାଇଛି ଏବଂ ରାଜ୍ୟ ସରକାରଙ୍କ ପ୍ରଶାସନ ଦ୍ବାରା ମଧ୍ୟ ପଦକ୍ଷେପ ନିଆଯାଉଛି । 

ଏସବୁ ସମ୍ପର୍କରେ ଏନଜିଓ ଏବଂ ଅନ୍ୟାନ୍ୟ ସଂସ୍ଥା ଜରିଆରେ ପ୍ରଯୁକ୍ତିର ଉପଯୋଗ କରି ବ୍ୟାପକ ସଚେତନତା ଏବଂ ପ୍ରଚାର କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ରାଜପଥ ଦେଇ ପ୍ରବାସୀ ଶ୍ରମିକମାନେ ଗୃହରାଜ୍ୟ ଅଭିମୁଖେ ଯାତ୍ରା କରୁଥିବାରୁ ସେଠାରେ ସହାୟତା ଶିବିର ପ୍ରତିଷ୍ଠା କରିବା ଲାଗି ରାଜ୍ୟଗୁଡ଼ିକୁ କୁହାଯାଇଛି । ସେମାନଙ୍କ ରହିବା ପାଇଁ ସୁବିଧା ଯୋଗାଇ ଦେବାକୁ ପରାମର୍ଶ ଦିଆଯାଇଛି । ଯାହାଫଳରେ ସେମାନେ ଲକଡାଉନ ଜାରି ହେବା ସମୟରେ ସେଠାରେ ରହିପାରିବେ । ସାମାଜିକ ଦୂରତା, ଯଥେଷ୍ଟ ସ୍ବାସ୍ଥ୍ୟ ପରୀକ୍ଷା ଏବଂ ସ୍ବତନ୍ତ୍ର ସଙ୍ଗରୋଧ ଏବଂ ଡାକ୍ତରଖାନାରେ ଭର୍ତ୍ତି ହେବା ସୁବିଧା ସହିତ ଏସବୁ ଆଶ୍ରୟସୁଳୀ ନିର୍ମାଣ କରିବା ଲାଗି କୁହାଯାଇଛି ।

ଏପରି ସହାୟତା ବ୍ୟବସ୍ଥା ନିମନ୍ତେ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅର୍ଥ ବିନିଯୋଗ କରିବା ଲାଗି ଗୃହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ କ୍ଷମତା ଦିଆଯାଇଛି । ଏହି ସମସ୍ୟାର ମୁକାବିଲା 

ନିମନ୍ତେ ଏସବୁ ପଦକ୍ଷେପ ସହାୟକ ହୋଇପାରିବ ।

Post a Comment

[blogger][disqus][facebook][spotim]
Powered by Blogger.
Javascript DisablePlease Enable Javascript To See All Widget