କୋଭିତ-୧୯ ବା କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ, ଆରମ୍ଭରୁ ସକ୍ରିୟ ଭାବେ ଚାଲୁରହିଛି । ଜାନୁଆରୀ ୩୦ରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ଵବାସୀଙ୍କ ପାଇଁ ଏକ ସାସ୍ଥ୍ୟଗତ ଜରୁରୀ ଅବସ୍ଥା ଘୋଷଣା କରିବା ପୂର୍ବରୁ ଭାରତ ଏହି ରୋଗର ମୁକାବିଲା ପାଇଁ ଏକ ପୂର୍ଣ୍ଣାଙ୍ଗ ପ୍ରତିରୋଧ ବ୍ୟବସ୍ଥା ଗ୍ରହଣ କରି ପ୍ରଥମେ ନିଜର ସୀମାନ୍ତରେ ତାହାକୁ କାର୍ଯ୍ୟକାରୀ କରିଥିଲା । ତଦନୁସାରେ ସୀମାନ୍ତ ପଥଗୁଡ଼ିକର ଗମନାଗମନ ବ୍ୟବସ୍ଥାକୁ ବନ୍ଦ କରି ଦିଆଯାଇଥିଲା ।
ଏହାପରେ ବିମାନ ଯୋଗେ ଭାରତକୁ ଆସୁଥିବା ବିଦେଶୀ ଯାତ୍ରୀମାନଙ୍କର ପରୀକ୍ଷା ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏଥି ସହିତ ଭାରତ ସରକାର ଭିସା ବ୍ୟବସ୍ଥାକୁ ଅସ୍ଥାୟୀଭାବେ ବନ୍ଦ କରିବା ସହ ଆନ୍ତର୍ଜାତିକ ବିମାନ ଚଳାଚଳକୁ ଦେଶରେ ନିଷିଦ୍ଧ କରିଥିଲେ । ଅନ୍ୟ କୌଣସି ଦେଶ ଏହା କରିବା ପୂର୍ବରୁ ଭାରତ ତାହା ପ୍ରଥମେ କରିଥିଲା । ଜାନୁଆରୀ ୧୮ରୁ ଚୀନ ଓ ହଂକଂରୁ ଭାରତ ଆସୁଥିବା ଆନ୍ତର୍ଜାତିକ ଯାତ୍ରୀମାନଙ୍କର ଥର୍ମାଲ ସ୍କ୍ରିନିଂ ଭାରତରେ ଆରମ୍ଭ ହେଲା । ଭାରତରେ ୨୦୨୦ ଜାନୁଆରୀ ୩୦ରେ ପ୍ରଥମ କରୋନା ସଂକ୍ରମଣ ଘଟଣା ଜଣାପଡ଼ିବାର ଯଥେଷ୍ଟ ଆଗରୁ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଏ କ୍ଷେତ୍ରରେ ବିଶ୍ବର ସ୍ଥିତିକୁ ଦେଖୁଲେ ଜାଣିହୁଏ ଯେ ଇଟାଲି ଓ ସ୍ପେନ୍ ଭଳି ରାଷ୍ଟ୍ର, ଯେଉଁମାନେ କୋଭିତ-୧୯ ଦ୍ବାରା ବିଶେଷଭାବେ ପ୍ରଭାବିତ ଓ କ୍ଷତିଗ୍ରସ୍ତ, ସେମାନେ ବହୁ ବିଳମରେ ନିଜର ପ୍ରତିରୋଧ ବ୍ୟବସ୍ଥା ଆରମ୍ଭ କରିଥିଲେ ।
ଏ କ୍ଷେତ୍ରରେ ଭାରତ ସେମାନଙ୍କଠାରୁ ଯଥେଷ୍ଟ ଆଗରେ ରହିଥିଲା । ଇଟାଲୀରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବାର ୨୫ ଦିନ ପରେ ସେଠାରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ଷ୍ଟେନରେ ଏହା ପ୍ରଥମ ରୋଗୀ ଚିହ୍ନଟ ହେବାର ଦୀର୍ଘ ୩୯ ଦିନ ପରେ ଆରମ୍ଭ ହୋଇଥିଲା କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ବିଭିନ୍ନ ସକ୍ରିୟ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ଭ୍ରମଣ କଟକଣା, ବିମାନ ବନ୍ଦରରେ ଯାତ୍ରୀମାନଙ୍କର ସ୍କ୍ରିନିଂ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷାକୁ ବାଧ୍ୟତାମୂଳକ କରିବା, ଭିସା ସପେନସନ ଓ ଆତ୍ମ ସଂଗଧ ବା ସେଲ୍ଫ କ୍ଲାଇଂଟାଇନ ଆଦି ସେଥିମଧ୍ୟରୁ ଅନ୍ୟତମ । ଏହିସବୁ ପଦକ୍ଷେପ ଦ୍ବାରା କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ଓ ରୋଗ ପରିଚାଳନା ସୂଚାରୁ ରୂପେ କରିବା ସମ୍ଭବ ହୋଇପାରିଛି । ଭାରତ ସରକାର କରୋନା ମୁକାବିଲା ପାଇଁ ଯେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି କାଳର କ୍ରମ ଅନୁସାରେ ତାହା ନିମ୍ନରେ ପ୍ରଦାନ କରାଯାଇଛି ।
ଜାନୁଆରୀ ୧୭ : ଚୀନ ଯାତ୍ରା ନ କରିବାକୁ ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି କରାଗଲା ।
ଜାନୁଆରୀ ୧୮ : ଚୀନ ଓ ହଂକଂରୁ ଭାରତ ଆସୁଥିବା ଯାତ୍ରୀମାନଙ୍କର ଥର୍ମାଲ କ୍ରିମିଂ । ବ୍ୟବସ୍ଥା ଆରମ୍ଭ ।
ଜାନୁଆରୀ ୩୦ : ଚୀନ ନ ଯିବାପାଇଁ ଭାରତୀୟ ନାଗରିକଙ୍କ ନିମନ୍ତେ କଠୋର ନିର୍ଦ୍ଦେଶନାମା ଜାରି ।
ଫେବୃଆରୀ ୩ : ଚୀନ ନାଗରିକଙ୍କ ପାଇଁ ଇ-ଭସା ବ୍ୟବସ୍ଥା ଓ ସୁବିଧାକୁ ନିଲମ୍ବିତ କରାଗଲା ।
ଫେବୃଆରୀ ୨୨ : ସିଙ୍ଗାପୁର ଯାତ୍ରା ନ କରିବାକୁ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଗଲା । ଏହାସହିତ କାଠମାଣ୍ଡୁ, ଇଣ୍ଡୋନେସିଆ, ଭିଏତନାମ ଓ ମାଲେସିଆରୁ ଆସୁଥିବା ସବୁ ବିମାନ ଯାତ୍ରୀଙ୍କ ସ୍କ୍ରିନିଂ ବାଧ୍ୟତାମୂଳକ ହେଲା ।
ଫେବୃଆରୀ ୨୬ : ଇରାନ, ଇଟାଲୀ ଏବଂ ଦକ୍ଷିଣ କୋରିଆ ଯାତ୍ରା ନ କରିବା ପାଇଁ ଭାରତୀୟ ନାଗରିକଙ୍କ ପାଇଁ ପରାମର୍ଶ ଜାରି । ଏହିସବୁ ଦେଶରୁ ଭାରତକୁ ଆସୁଥିବା ଯାତ୍ରୀମାନଙ୍କର ସ୍କ୍ରିନିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯିବା ସହିତ ରିପୋର୍ଟ ଭିତିରେ ଆବଶ୍ୟକ ସ୍ଥଳେ ଯାତ୍ରୀଙ୍କୁ କୂଟାଇନ ଓ ଅଧିକ ପରୀକ୍ଷା ନିରୀକ୍ଷା ପାଇଁ ଅଟକ ରଖୁବାର ବ୍ୟବସ୍ଥା କରାଗଲା ।
ମାର୍ଚ୍ଚ ୩ : ଇଟାଲୀ, ଇରାନ, ଦକ୍ଷିଣ କୋରିଆ, ଜାପାନ ଓ ଚୀନ ଭ୍ରମଣ ପାଇଁ ଭିସା ପ୍ରଦାନ ବ୍ୟବସ୍ଥା ବନ୍ଦ ହେଲା । ଏଥିସହିତ ଚୀନ, ଦକ୍ଷିଣ କୋରିଆ, ଜାପାନ, ଇରାନ, ଇଟାଲୀ, ହଂକଂ, ମାକାଓ, ଭିଏତନାମ, ମାଲେସିଆ, ଇଣ୍ଡୋନେସିଆ, ନେପାଳ, ଥାଇଲାଣ୍ଡ, ସିଙ୍ଗାପୁର ଓ ତାଇୱାନରୁ ସିଧାସଳଖ କିମ୍ବା ପରୋକ୍ଷ ଭାବେ ଭାରତ ଆସୁଥିବା ଯାତ୍ରୀମାନଙ୍କର ସ୍ବାସ୍ଥ୍ୟ ସ୍କ୍ରିନିଂ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଗଲା ।
ମାର୍ଚ୍ଚ ୪ : ଭାରତକୁ ଆସୁଥିବା ସବୁ ଆନ୍ତର୍ଜାତିକ ବିମାନର ଯାତ୍ରୀମାନଙ୍କ ସ୍କ୍ରିନିଂ ବ୍ୟବସ୍ଥାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରାଗଲା । ସ୍କ୍ରିନିଂରେ ସନ୍ଦେହର ପରିସରକୁ ଆସୁଥିବା ଯାତ୍ରୀମାନଙ୍କୁ ଆଇସୋଲେସନ କିମ୍ବା କ୍ଵରଂଟାଇନରେ ରଖୁବାକୁ ବ୍ୟବସ୍ଥା ହେଲା ।
ମାର୍ଚ୍ଚ ୫ : ଭାରତରେ ପ୍ରବେଶ କରିବା ପୂର୍ବରୁ ଇଟାଲୀ ଓ ଦକ୍ଷିଣ କୋରିଆର ନାଗରିକଙ୍କ ପାଇଁ ସ୍ବାସ୍ଥ୍ୟ ସାର୍ଟିଫିକେଟ୍ ଉପସ୍ଥାପନ କରିବା ବାଧ୍ୟତାମୂଳକ କରାଗଲା ।
ମାର୍ଚ୍ଚ ୧୦ : ଆନ୍ତର୍ଜାତିକ ଯାତ୍ରୀଙ୍କ ପାଇଁ ହୋମ ଆଇସୋଲେସନ ବ୍ୟବସ୍ଥା । ଏହି ଯାତ୍ରୀମାନେ ନିଜ ସ୍ୱାସ୍ଥ୍ୟର ଅବସ୍ଥା ନିଜେ ତଦାରଖ କରିବା ସହ ସରକାରୀ ନିର୍ଦ୍ଦେଶନାମା ପାଳନ କରିବାକୁ ମାଧ୍ୟ ହେଲେ ସେମାନଙ୍କ ପାଇଁ କଣ କରିବେ ଓ ନ କରିବେ ସେ ନିର୍ଦ୍ଦେଶାବଳୀ ଲାଗୁ ହେଲା । ଚୀନ୍, ହଂକଂ, ଦକ୍ଷିଣ କୋରିଆ, ଜାପାନ, ଇଟାଲୀ, ଥାଇଲାଣ୍ଡ, ସିଙ୍ଗାପୁର, ଇରାନ, ଜର୍ମାନୀ, ଫ୍ରାନ୍ସ୍, ମାଲେସିଆ ଓ ସ୍ପେନ୍ ଆଦି ଦେଶକୁ ୨୦୨୦ ଫେବୃଆରୀ ୧୫ ପରେ ଯାତ୍ରା କରିଥିବା କୌଣସି ଯାତ୍ରୀ ଯଦି ଭାରତ ଆସିଥାନ୍ତି ସେମାନଙ୍କୁ ୧୪ ଦିନ କ୍ଲାଇଂଟାଇନରେ ରହିବା ବାଧ୍ୟତାମୂଳକ ହେଲା ।
ମାର୍ଚ୍ଚ ୧୬.୧୭ ଓ ୧୯ – ନାଗରିକ ଓ ବିଦେଶାଗତ ବ୍ୟକ୍ତି ଏବଂ ଯାତ୍ରୀଙ୍କ ପାଇଁ ପୂର୍ଣ୍ଣାଙ୍ଗ ସାଫ୍ଲୁ ମାର୍ଗଦର୍ଶିକା ଜାରି ।
ମାର୍ଚ୍ଚ ୧୬ : ମାର୍ଗଦର୍ଶିକା ସଂଯୁକ୍ତ ଆରବ ଏମିରେଟ୍, କାତାର, ଓମାନ ଓ କୁଏତରୁ ଆସିଥିବା କିମ୍ବା ଏହିସବୁ ଦେଶ ଦେଇ ଭ୍ରମଣ କରିଥିବା ସବୁ ଯାତ୍ରୀଙ୍କ ନିମନ୍ତେ ୧୪ ଦିନିଆ ସର୍ବନିମ୍ନ ବାଧ୍ୟତାମୂଳକ । କ୍ରୀଟାଇନ ବ୍ୟବସ୍ଥା ଲାଗୁ । ୟୁରୋପୀୟ ସଂଘଭୁକ୍ତ ଦେଶ, ୟୁରୋପୀୟ ବାଣିଜ୍ୟ ସଂଘଭୂକ୍ତ ରାଷ୍ଟ୍ର, ତୁର୍କୀ ଓ ବ୍ରିନେଟରୁ ଭାରତକୁ ଯାତ୍ରା କରିବା ବ୍ୟବସ୍ଥା ନିଷିଦ୍ଧ ।
ମାର୍ଚ୍ଚ ୧୭ : ସେହିଭଳି ଆଫଗାନିସ୍ତାନ, ଫିଲିପାଇନ୍ସ ଓ ମାଲେସିଆରୁ କୌଣସି ଯାତ୍ରୀଙ୍କୁ ଭାରତ ଆସିବାକୁ ଅନୁମତି ଦିଆଗଲା ନାହିଁ । ।
ମାର୍ଚ୍ଚ ୧୯ : ୨୨ ମାର୍ଚ୍ଚରୁ ଭାରତକୁ ସମସ୍ତ ଆନ୍ତର୍ଜାତିକ ବିମାନ ଉଡାଣକୁ ନିଷିଦ୍ଧ କରାଗଲା ।
ମାର୍ଚ୍ଚ ୨୫ : ଭାରତକୁ ଆନ୍ତର୍ଜାତିକ ବିମାନ ଉଡାଣ ନିଷେଧ ସମୟସୀମାକୁ ୨୦୨୦ ଏପ୍ରିଲ ୧୪ ଯାଏ ସମ୍ପ୍ରସାରିତ କରାଗଲା । ଏହାଛଡ଼ା କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଇଟାଲି ଓ ଦକ୍ଷିଣକୋରିଆର ଯାତ୍ରୀଙ୍କ ଭାରତ ଯାତ୍ରା ସଂକ୍ରାନ୍ତ ନିର୍ଦ୍ଦେଶାବଳୀକୁ ସଂଶୋଧିତ କରି ଅଧିକ କଡ଼ାକଡ଼ି ହେଲା । ଏହା ସହିତ ଦେଶର ସବୁ ବିମାନବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା ବାଧ୍ୟତାମୂଳକ ଭାବେ ଲାଗୁ ହେଲା । ସ୍କ୍ରିନିଂ ପରେ ରିପୋର୍ଟ ଆଧାରରେ ସନ୍ଦିଗ୍ଧ ଆକ୍ରାନ୍ତଙ୍କୁ କ୍ବୋରାଟାଇନ କିମା ହସ୍ପିଟାଲରେ ରଖୁବାର ବ୍ୟବସ୍ଥା କାର୍ଯ୍ୟକାରୀ କରାଗଲା । ସୈନ୍ୟରେ ଯେଉଁ ଯାତ୍ରୀ କୃତକାର୍ଯ୍ୟ ହେଲେ ସେମାନଙ୍କ ସଂପର୍କରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର କର୍ତ୍ତପକ୍ଷଙ୍କୁ ଅବଗତ କରାଯାଇ ସେମାନଙ୍କ ଉପରେ ନଜର ରଖୁବାକୁ ପରାମର୍ଶ ଦିଆଗଲା । ସଂପୃକ୍ତ ରାଜ୍ୟ ସରକାର ଏହି ନାଗରିକମାନଙ୍କୁ ଆବଶ୍ୟକତା ଅନୁସାରେ ପର୍ଯ୍ୟବେକ୍ଷଣରେ ରଖୁବାକୁ ଆଦେଶ ପାଇଲେ ।
ଦେଶର ୩୦ ଟି ବିମାନ ବନ୍ଦରରେ ଯାତ୍ରୀମାନଙ୍କ ପାଇଁ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ଏହାଛଡ଼ା ଦେଶର ୧୨ ଟି ପ୍ରମୁଖ ବନ୍ଦର, ୬୫ଟି କ୍ଷୁଦ୍ର ବନ୍ଦର ଓ ସବୁ ସୀମାନ୍ତ ଫାଟକରେ ସ୍କ୍ରିନିଂ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ଏ ପର୍ଯ୍ୟନ୍ତ ୩୬ ଲକ୍ଷରୁ ଅଧିକ ଯାତ୍ରୀଙ୍କର ସ୍କ୍ରିନିଂ କରାଯାଇଛି । ସମୃଦ୍ଧ ଭାରତୀୟଙ୍କ ପ୍ରତ୍ୟାବର୍ତନ ସଂକ୍ରାନ୍ତ ଆମର ସ୍ଲୋଗାନକୁ ଚରିତାର୍ଥ କରିବାକୁ ହେଲେ ସବୁ ଭାରତ ଫେରନ୍ତାଙ୍କୁ ସ୍କ୍ରିନିଂ କରି ଦେଶ ଭିତରେ ପ୍ରବେଶ କରିବାର ସୁଯୋଗ ଦେବା ଆବଶ୍ୟକ । ତେବେ ଯାଇ ସେମାନେ ନିରୋଗ କିମ୍ବା ଅସୁସ୍ଥ ଥିଲେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିବେ । ସେଥିପାଇଁ ସରକାରଙ୍କ ପକ୍ଷରୁ ସବୁ ସମ୍ଭାବ୍ୟ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏକ ବ୍ୟାପକ, ମଜବୁତ ସ୍କ୍ରିନିଂ, ୱାରଂଟାଇନ, ତଦାରଖ ଓ ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସରକାର କାର୍ଯ୍ୟକାରୀ କରୁଛନ୍ତି । କରୋନା ଆରମ୍ଭରୁ ସରକାର ଜନସାସ୍ଥ୍ୟ ଭଳି ଏକ ଅଗ୍ରାଧୁକାର କ୍ଷେତ୍ରରେ ଉଚିତ ଓ ସମୟୋପଯୋଗୀ ପଦକ୍ଷେପ ନେଇ କାମ କରୁଛନ୍ତି ।
ପ୍ରତ୍ୟେକ ଯାତ୍ରୀ, ବ୍ୟବସାୟ ସାରି ବିଦେଶରୁ ଫେରୁଥିବା ସବୁ ଭାରତୀୟ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ଓ ବିଦେଶୀଙ୍କ ପାଇଁ ଏହି ବ୍ୟବସ୍ଥା ସୁରକ୍ଷା ଦୃଷ୍ଟିରୁ ଗ୍ରହଣ କରାଯାଇଛି । କରୋନା ମୁକାବିଲା ସଂକ୍ରାନ୍ତ ପଦକ୍ଷେପଗୁଡ଼ିକର ଉପଯୁକ୍ତ କାର୍ଯ୍ୟକାରିତା ଉପରେ କେନ୍ଦ୍ର ସରକାର ରାଜ୍ୟ ସରକାରମାନଙ୍କୁ ବାରମ୍ବାର ତାଗିଦ କରି କୌଣସି ତ୍ରୁଟି ନ ରଖୁବାକୁ ପରାମର୍ଶ ଦେଉଛନ୍ତି । କ୍ବୋରାଟାଇନକୁ ଏଡ଼ାଇ ଯାଉଥିବା ଓ ତଦାରଖ ବ୍ୟବସ୍ଥାକୁ ଫାଙ୍କୁଥିବା ଲୋକମାନଙ୍କୁ ଧରିବା ପାଇଁ ଏକ ସୁଦୃଢ଼ ତଥା ସଫଳ ବ୍ୟବସ୍ଥା ଲାଗୁ କରାଯାଇଛି । ଏଭଳି ଲୋକଙ୍କୁ ଧରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । କରୋନା ମୁକାବିଲା ନେଇ କେନ୍ଦ୍ର ସାସ୍ଥ୍ୟ ସଚିବ ଇତିମଧ୍ୟରେ ୨୦ଟି ଭିଡିଓ କନଫରେନ୍ସ ରାଜ୍ୟ ସରକାରମାନଙ୍କ ସହ କରି ସାରିଲେଣି । କ୍ୟାବିନେଟ ସଚିବ ମଧ୍ୟ ବିଭିନ୍ନ ରାଜ୍ୟର ମୁଖ୍ୟ ସଚିବମାନଙ୍କ ସହ ଏଭଳି ୬ଟି କନଫରେନ୍ସ କରିଛନ୍ତି । ସମନ୍ବିତ ବ୍ୟାଧୁ ତଦାରଖ ବ୍ୟବସ୍ଥାର ଉପଯୁକ୍ତ କାର୍ଯ୍ୟକାରିତା ଉପରେ ଏସବୁ ଭିଡିଓ କନଫରେନ୍ସିରେ ବିଶେଶ ଗୁରୁତ୍ବ ଦିଆଯାଉଛି । ସେଥିରେ ଆନ୍ତର୍ଜାତିକ ଯାତ୍ରୀଙ୍କ । ଆଗମନ, ନିୟନ୍ତ୍ରଣ ବ୍ୟବସ୍ଥା, ସଂଗରୋଧ ଓ ଅନ୍ୟାନ୍ୟ ପ୍ରତିଷେଧକ ବ୍ୟବସ୍ଥା ଉପରେ ଅଧୁକ ନଜର ରଖାଯାଇ କାମ କରାଯାଉଛି ।
Post a Comment